ମାଣ୍ଡିଆ ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର: ମିଲେଟ୍ ମିଶନ ରାଜ୍ୟର ଖାଦ୍ୟଭ୍ୟାସକୁ ଉନ୍ନତ କରିବା ସହ କୁପୋଷଣ ବିରୋଧ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛି। ମିଲେଟ୍ ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଭୂ-ପ୍ରଜାତି ସଂରକ୍ଷଣ ତଥା ନୂଆ କିସମ ବିକାଶ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି। ଏହିକ୍ରମରେ ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ଜନଜାତି କୃଷକମାନଙ୍କ […]
ଭୁବନେଶ୍ୱର: ମିଲେଟ୍ ମିଶନ ରାଜ୍ୟର ଖାଦ୍ୟଭ୍ୟାସକୁ ଉନ୍ନତ କରିବା ସହ କୁପୋଷଣ ବିରୋଧ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛି। ମିଲେଟ୍ ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଭୂ-ପ୍ରଜାତି ସଂରକ୍ଷଣ ତଥା ନୂଆ କିସମ ବିକାଶ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି। ଏହିକ୍ରମରେ ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିଗୁଡ଼ିକ ଜାରି କରିବା ନିମନ୍ତେ ଲ୍ୟାଣ୍ଡରେସ୍ ଭେରାଇଟି ରିଲିଜ୍ କମିଟି ଗଠନ ଲାଗି ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଗତ ୩ ବର୍ଷରେ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ଲାଗି ନିରନ୍ତର ପରୀକ୍ଷଣ କରାଯାଇଛି।
ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ସମ୍ମିଶ୍ରଣରେ ମାଣ୍ଡିଆର ଭୂ-ପ୍ରଜାତିକୁ ବିକଶିତ କରିବା ଫଳରେ କୃଷି ଜୈବବିବିଧତାର ମୂଳଧାରାରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ରାଜ୍ୟସରକାରଙ୍କ ପ୍ରତିବଦ୍ଧତାକୁ ଦେଖି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମଧ୍ୟ ଭୂ-ପ୍ରଜାତିର ବିହନ ପ୍ରଣାଳୀ ନିମନ୍ତେ ଓଡ଼ିଶା ସରକାରଙ୍କ ସହିତ ସହଭାଗିତା ପାଇଁ ଆଗ୍ରହ ପ୍ରଦର୍ଶନ କରିଛନ୍ତି। ଏହିସବୁ ପାରମ୍ପରିକ ଜ୍ଞାନକୌଶଳକୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ସମ୍ପ୍ରସାରିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ମଧ୍ୟ ସମ୍ପ୍ରତି ବିଭିନ୍ନ ରାଜ୍ୟ ସରକାରଙ୍କୁ ଫସଲର ବିବିଧିକରଣକୁ ଆପଣେଇବା ସହିତ ଭୂ-ପ୍ରଜାତି ପଦ୍ଧତିର ମ୍ୟାପିଙ୍ଗ୍ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ପତ୍ର ଲେଖିଛନ୍ତି।
ଏଥି ସହିତ ନ୍ୟାସନାଲ ରେନ୍ଫେଡ୍ ଏରିଆ ଅଥରିଟି ଏବଂ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ମଧ୍ୟ ଓଡ଼ିଶା ମିଲେଟ୍ ମିଶନ ସହଭାଗିତାରେ କାମ କରିବା ସହ ଏଥିରୁ ଶିକ୍ଷା ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଡ. ପାଢ଼ୀ କହିଛନ୍ତି ଏହି ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି। ଏଥିରୁ କିଛି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ୟ ସହନଶୀଳ ଅଟନ୍ତି। ଏହି ପାରମ୍ପରିକ ଭୂ-ପ୍ରଜାତିଗୁଡ଼ିକ ଜୈବିକ କୃଷି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଏହିପରି ଅନେକ ପାରମ୍ପରିକ ସ୍ଥାନୀୟ କିସମର ବହୁଳ ଚାହିଦା ରହିଛି। ମାନକସମ୍ମତ ବୈଜ୍ଞାନିକ ପଦ୍ଧତିର ଅଭାବରୁ ରାଜ୍ୟ ସରକାର ସମ୍ପୃକ୍ତ ସଂରକ୍ଷକ କୃଷକ ସମ୍ପ୍ରଦାୟକୁ ଏ ଦିଗରେ ପର୍ଯ୍ୟାପ୍ତ ସହାୟତା ଯୋଗାଇ ପାରୁନଥିଲେ।
ଫଳରେ ଜୈବବିବିଧତା ଲୋପ ପାଇବାର ଆଶଙ୍କା ଓ ଜନଜାତି ସମ୍ପ୍ରଦାୟର ସାଂସ୍କୃତିକ ବିଭବ ଧୀରେ ଧୀରେ ହଜିବାକୁ ବସିଥିଲା। ରାଜ୍ୟର ୬୨ଟି ଜନଜାତି ସମ୍ପ୍ରଦାୟ ବାସ କରନ୍ତି। ଜନଜାତି ସମ୍ପ୍ରଦାୟଗୁଡ଼ିକର ସ୍ଥାନୀୟ ମାଣ୍ଡିଆ ଆଦି କିସମର ସଂରକ୍ଷଣ ଦିଗରେ ଏକ ସମୃଦ୍ଧି ଐତିହ୍ୟ ରହିଛି। ଓଡ଼ିଶାର ଜନଜାତି ସମ୍ପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ପରିଗଣିତ ହୋଇ ଆସୁଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତ୍ତମ ପ୍ରଦର୍ଶନର ସମ୍ଭାବନା ରହିଛି। କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଭଳି ୪ଟି ଭୂ-ପ୍ରଜାତି ନିମନ୍ତେ ବିହନ ପ୍ରଣାଳୀ ଅଧୀନରେ ଜାରି କରିବାକୁ ବିବେଚନା କରାଯାଉଛି।