ମନୋରଞ୍ଜନ
ବିହନ ପ୍ରଣାଳୀରେ ପାରମ୍ପରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ […]
ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯାଇଛି। ପ୍ରଥମଥର ପାଇଁ କୃଷକମାନଙ୍କ ଚାହିଦା ଅନୁଯାୟୀ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆ ଭୂ-ପ୍ରଜାତି ବିକଶିତ ହେବା ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି। ଓଡ଼ିଶା ମିଲେଟ ମିଶନର ଏହି ସଫଳତା ପୁଷ୍ଟିଶସ୍ୟ ମାଣ୍ଡିଆର ବ୍ୟାପକ ପ୍ରସାର ଦିଗରେ ସହାୟକ ହେବ ଏବଂ ଏହା ଦ୍ୱାରା ଜନଜାତି କୃଷକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଚାରିଗୋଟି ଭୂ-ପ୍ରଜାତିର ମାଣ୍ଡିଆ ବିହନ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଜାରି କରାଯାଇଥିବା ବେଳେ ଏହାର ସଫଳ ପ୍ରୟୋଗ ଏବଂ କୃଷକମାନଙ୍କ ଦ୍ୱାରା ଗ୍ରହଣୀୟତାକୁ ଆଧାର କରି ଅନ୍ୟ ଜିଲ୍ଲାଗୁଡିକୁ ସଂପ୍ରସାରିତ କରାଯିବ।
ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ଵାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ଏଥରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ଵର ଭାରତୀ ଆଦି ୪ ଟି ଭୁ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧୀନରେ ପ୍ରଥମ ଥର ପାଇଁ ଜାରି କରାଯାଇଛି।…
— Ranendra Pratap Swain (@rajaaswain) August 11, 2023
ଏଥିପାଇଁ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ନିମନ୍ତେ ନିରନ୍ତର ପରୀକ୍ଷଣ କରାଯାଇଥିଲା। ଏହି ପକ୍ରିୟାରେ ଅଂଶ ବିଶେଷ ଭାବରେ ଫସଲର ବିବିଧତା ଅନୁଯାୟୀ ଚାଷ ଜମିର ପ୍ରାମାଣିକ ଅବସ୍ଥିତି, କୃଷି କ୍ଷେତ୍ରର ସଂରକ୍ଷଣ, ଚାଷୀମାନଙ୍କର ପସନ୍ଦ ଓ ସେମାନଙ୍କର ଦୃଷ୍ଟିକୋଣ ଅନୁଯାୟୀ ବିହନମାନର ବିକାଶ ଆଦି କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଥିଲା। ଏଥି ମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତ୍ତମ ପ୍ରଦର୍ଶନର ସମ୍ଭାବନା ଲକ୍ଷ୍ୟ କରଯାଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ ଉପରୋକ୍ତ ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯିବା ନିମନ୍ତେ ଗଠିତ ଲ୍ୟାଣ୍ଡରେସ ଭେରାଇଟି ରିଲିଜ କମିଟି ସୁପାରିଶ କରିଥିଲେ।
ପାରମ୍ପାରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି। ଏହି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ୟ ସହନଶୀଳ ଅଟନ୍ତି। ଏହି ପାରମ୍ପାରିକ ଭୂ-ପ୍ରଜାତି ଗୁଡିକ ଜୈବିକ କୃଷି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଜନଜାତି ସଂପ୍ରଦାୟର ମାଣ୍ଡିଆ ଆଦି କିସମର ସଂରକ୍ଷଣ ଦିଗରେ ଏକ ସମୃଦ୍ଧ ଐତିହ୍ୟ ରହିଛି। ଓଡ଼ିଶାର ଜନଜାତି ସଂପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ବିବେଚିତ ହୋଇ ଆସୁଅଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରାକାରଙ୍କ କୃଷକ ଓ କୃଷକ ସଶକ୍ତି କରଣ ବିଭାଗ, ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଏହିସବୁ ଭୂ-ପ୍ରଜାତି ନିମନ୍ତେ ମାନକ ସଂଚାଳନ ପ୍ରକ୍ରିୟାରେ ବିକଶିତ କରିଛନ୍ତି। ଏହି ପଦ୍ଧତି ଆଇସିଏଆର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶେଷଜ୍ଞ, କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନଜାତି କୃଷକମାନଙ୍କ ଭାଗୀଦାରିତା ଓ ପରାମର୍ଶ ଅନୁସାରେ ବିକଶିତ କରାଯାଇଛି। ମାର୍ଗଦର୍ଶିକା ପ୍ରସ୍ତୁତ ସମୟରେ ବୈଜ୍ଞାନିକ ମାନଦଣ୍ଡ ସମେତ ମାଣ୍ଡିଆର ଉପକାରିତା, ସ୍ୱାଦ, ପୌଷ୍ଟିକ ଗୁଣବତା, ଜଳବାୟୁ ସହନଶୀଳତା, ରୋଗପୋକ ସହନଶୀଳତା, ସାଂସ୍କୃତିକ ପସନ୍ଦ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି।