କମି ଚାଲିଛି ରାଜ୍ୟର ଋଣ ପରିମାଣ, ଓଡ଼ିଶା ବ୍ୟତୀତ ବଢ଼ିଛି ସବୁ ରାଜ୍ୟର ଋଣ ଭାର

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ୱୀକାର କରିଛନ୍ତି। ‘୫-ଟି’ ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା। […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ୱୀକାର କରିଛନ୍ତି। ‘୫-ଟି’ ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା। ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି। ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖିଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶାର ଋଣଭାର କମିଛି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଉପରେ ମୋଟ ଋଣଭାର ୧୪୧୨୪୦ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧.୮ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ୨୦୨୧-୨୨ ବର୍ଷରେ ଋଣଭାର ୧୨୯୩୫୬ କୋଟିକୁ ହ୍ରାସ ପାଇଥିବା ବେଳେ ହ୍ରାସର ପ୍ରତିଶତ ୮.୪ ପ୍ରତିଶତ ଥିଲା। ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣଭାର ୧୧୩୮୫୬ କୋଟିକୁ ହ୍ରାସ ପାଇବା ସହ ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା ଅର୍ଥମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି। ଋଣଭାର ହ୍ରାସ ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ; ବାକି ଅନ୍ୟ ସମସ୍ତ ରାଜ୍ୟର ଋଣଭାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍‌‌ ୨୦୨୧-୨୨ ତୁଳନାରେ ବୃଦ୍ଧି ପାଇଥବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଦେଶରେ ସର୍ବାଧିକ ଋଣଗ୍ରସ୍ତ ରାଜ୍ୟଭାବେ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ତାମିଲନାଡୁର ଋଣଭାର ୭୫୩୮୬୦ କୋଟିରେ ପହଞ୍ଚିଛି। ଏହାତଳକୁ ଉତ୍ତର ପ୍ରଦେଶର ଋଣଭାର ୭୧୦୨୧୦ କୋଟି ରହିଛି। ସେହିପରି ମହାରାଷ୍ଟ୍ରର ଋଣଭାର ୬୮୦୩୫୭ କୋଟି ରହିଥିବା ବେଳେ ପଶ୍ଚିମବଙ୍ଗର ଋଣଭାର ୬୦୮୩୧୩ କୋଟି ଏବଂ ପଞ୍ଚମ ସର୍ବାଧିକ ଭାବେ ରାଜସ୍ଥାନର ଋଣଭାର ୫୩୭୦୧୩ କୋଟି ରହିଛି। ଅନ୍ୟପକ୍ଷରେ ଯଦି ପ୍ରତିଶତ ଭାବେ ବିଚାରକୁ ନିଆଯାଏ ତାହେଲେ ୨୦୨୧-୨୨ ବର୍ଷ ତୁଳନାରେ ବିଦାୟୀ ଆର୍ଥିକ ବର୍ଷରେ ଏନ୍‌‌ସିଟି ଦିଲ୍ଲୀର ଋଣଭାର ସର୍ବାଧିକ ୩୩.୩ ପ୍ରତିଶତ ବଢ଼଼ିଥିବା ବେଳେ ରାଜସ୍ଥାନର ୧୭.୨ ପ୍ରତିଶତ, ତେଲେଙ୍ଗାନାର ୧୬.୬ ପ୍ରତିଶତ, ଆସାମର ୧୬.୪ ପ୍ରତିଶତ, ମଧ୍ୟପ୍ରଦେଶର ୧୫.୮ ପ୍ରତିଶତ, ମହାରାଷ୍ଟ୍ର ୧୪ ପ୍ରତିଶତ ବୃଦ୍ଧି ଘଟିଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ ପ୍ରମାଣିତ କରୁଛି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିବର୍ଷ ଧରି ରାଜ୍ୟ ସରକାର ନିଜର ଋଣବୋଝକୁ କ୍ରମାଗତ ହ୍ରାସ କରିବାରେ ଲାଗିଛନ୍ତି। ଏପିରିକି ବିଗତ ୨ଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଉଠାଇ ନାହାନ୍ତି। ସେହିପରି ଗତ ଜାନୁଆରୀରେ ପ୍ରକାଶିତ ପିଆରଏସ ଲେଜିସସେଟିଭ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ ଦେଶର ହାତଗଣତି କିଛି ରାଜ୍ୟ ଯେଉଁମାନଙ୍କର ରାଜସ୍ୱ ବଳକା ରହିଛି, ତନ୍ମଧ୍ୟରେ ଓଡ଼ିଶା ରହିଛି। ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା ସହ ହାତଗଣତି ୩-୪ଟି ରାଜ୍ୟ ଏ କ୍ଷେତ୍ରରେ ବେଶ୍‌‌ ଅନୁକୂଳ ସ୍ଥିତିରେ ରହିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ରାଜ୍ୟର ନିର୍ଭରଶୀଳତା ଧିରେଧିରେ ହ୍ରାସ ପାଉଥିବା ବେଳେ ଏହା ରାଜ୍ୟର ଅର୍ଥନୀତି ପାଇଁ ଅତ୍ୟନ୍ତ ଶୁଭ ସୂଚନା ବୋଲି ଅର୍ଥନାତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ଡିଜିଟାଲ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିଛି ବେଦାନ୍ତ

25 Jul 2023 By The Sakala

କମି ଚାଲିଛି ରାଜ୍ୟର ଋଣ ପରିମାଣ, ଓଡ଼ିଶା ବ୍ୟତୀତ ବଢ଼ିଛି ସବୁ ରାଜ୍ୟର ଋଣ ଭାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ୱୀକାର କରିଛନ୍ତି। ‘୫-ଟି’ ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା। ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି। ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖିଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶାର ଋଣଭାର କମିଛି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଉପରେ ମୋଟ ଋଣଭାର ୧୪୧୨୪୦ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧.୮ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ୨୦୨୧-୨୨ ବର୍ଷରେ ଋଣଭାର ୧୨୯୩୫୬ କୋଟିକୁ ହ୍ରାସ ପାଇଥିବା ବେଳେ ହ୍ରାସର ପ୍ରତିଶତ ୮.୪ ପ୍ରତିଶତ ଥିଲା। ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣଭାର ୧୧୩୮୫୬ କୋଟିକୁ ହ୍ରାସ ପାଇବା ସହ ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା ଅର୍ଥମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି। ଋଣଭାର ହ୍ରାସ ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ; ବାକି ଅନ୍ୟ ସମସ୍ତ ରାଜ୍ୟର ଋଣଭାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍‌‌ ୨୦୨୧-୨୨ ତୁଳନାରେ ବୃଦ୍ଧି ପାଇଥବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଦେଶରେ ସର୍ବାଧିକ ଋଣଗ୍ରସ୍ତ ରାଜ୍ୟଭାବେ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ତାମିଲନାଡୁର ଋଣଭାର ୭୫୩୮୬୦ କୋଟିରେ ପହଞ୍ଚିଛି। ଏହାତଳକୁ ଉତ୍ତର ପ୍ରଦେଶର ଋଣଭାର ୭୧୦୨୧୦ କୋଟି ରହିଛି। ସେହିପରି ମହାରାଷ୍ଟ୍ରର ଋଣଭାର ୬୮୦୩୫୭ କୋଟି ରହିଥିବା ବେଳେ ପଶ୍ଚିମବଙ୍ଗର ଋଣଭାର ୬୦୮୩୧୩ କୋଟି ଏବଂ ପଞ୍ଚମ ସର୍ବାଧିକ ଭାବେ ରାଜସ୍ଥାନର ଋଣଭାର ୫୩୭୦୧୩ କୋଟି ରହିଛି। ଅନ୍ୟପକ୍ଷରେ ଯଦି ପ୍ରତିଶତ ଭାବେ ବିଚାରକୁ ନିଆଯାଏ ତାହେଲେ ୨୦୨୧-୨୨ ବର୍ଷ ତୁଳନାରେ ବିଦାୟୀ ଆର୍ଥିକ ବର୍ଷରେ ଏନ୍‌‌ସିଟି ଦିଲ୍ଲୀର ଋଣଭାର ସର୍ବାଧିକ ୩୩.୩ ପ୍ରତିଶତ ବଢ଼଼ିଥିବା ବେଳେ ରାଜସ୍ଥାନର ୧୭.୨ ପ୍ରତିଶତ, ତେଲେଙ୍ଗାନାର ୧୬.୬ ପ୍ରତିଶତ, ଆସାମର ୧୬.୪ ପ୍ରତିଶତ, ମଧ୍ୟପ୍ରଦେଶର ୧୫.୮ ପ୍ରତିଶତ, ମହାରାଷ୍ଟ୍ର ୧୪ ପ୍ରତିଶତ ବୃଦ୍ଧି ଘଟିଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ ପ୍ରମାଣିତ କରୁଛି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିବର୍ଷ ଧରି ରାଜ୍ୟ ସରକାର ନିଜର ଋଣବୋଝକୁ କ୍ରମାଗତ ହ୍ରାସ କରିବାରେ ଲାଗିଛନ୍ତି। ଏପିରିକି ବିଗତ ୨ଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଉଠାଇ ନାହାନ୍ତି। ସେହିପରି ଗତ ଜାନୁଆରୀରେ ପ୍ରକାଶିତ ପିଆରଏସ ଲେଜିସସେଟିଭ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ ଦେଶର ହାତଗଣତି କିଛି ରାଜ୍ୟ ଯେଉଁମାନଙ୍କର ରାଜସ୍ୱ ବଳକା ରହିଛି, ତନ୍ମଧ୍ୟରେ ଓଡ଼ିଶା ରହିଛି। ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା ସହ ହାତଗଣତି ୩-୪ଟି ରାଜ୍ୟ ଏ କ୍ଷେତ୍ରରେ ବେଶ୍‌‌ ଅନୁକୂଳ ସ୍ଥିତିରେ ରହିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ରାଜ୍ୟର ନିର୍ଭରଶୀଳତା ଧିରେଧିରେ ହ୍ରାସ ପାଉଥିବା ବେଳେ ଏହା ରାଜ୍ୟର ଅର୍ଥନୀତି ପାଇଁ ଅତ୍ୟନ୍ତ ଶୁଭ ସୂଚନା ବୋଲି ଅର୍ଥନାତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର