‘କୃଷକ ଓଡ଼ିଶା’ ଏବଂ ‘ଜାଗା ମିଶନ’ ଦେଶରେ ଆଦର୍ଶ, ଦେଶ ପାଇଁ ଉଦାହରଣୀୟ ଓଡ଼ିଶାର ସ୍କୁଲ ରୂପାନ୍ତରଣ

The Sakala Picture
Published On

ଭୁବନେଶ୍ୱର: ସାରା ଦେଶ ପାଇଁ ଏବେ ମଡ଼େଲ ହୋଇଛି ‘ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସାରା ଦେଶ ପାଇଁ ଅନୁକରଣୀୟ ହୋଇଛି। ପୂର୍ବରୁ ଅନୌପଚାରିକ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରୁଥିବାବେଳେ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ସମ୍ମିଳନୀରେ ଓଡ଼ିଶାର ଅନ୍ୟାନ୍ୟ କାର୍ଯ୍ୟକ୍ରମ […]

ଭୁବନେଶ୍ୱର: ସାରା ଦେଶ ପାଇଁ ଏବେ ମଡ଼େଲ ହୋଇଛି ‘ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସାରା ଦେଶ ପାଇଁ ଅନୁକରଣୀୟ ହୋଇଛି। ପୂର୍ବରୁ ଅନୌପଚାରିକ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରୁଥିବାବେଳେ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ସମ୍ମିଳନୀରେ ଓଡ଼ିଶାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ‘କୃଷକ ଓଡ଼ିଶା’ ଓ ‘ଜାଗା ମିଶନ’ ବେଶ୍ ପ୍ରଶଂସିତ ହୋଇଛି । ଏପରିକି ଏହି କାର୍ଯ୍ୟକ୍ରମଗୁଡ଼ିକୁ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅନେକ ରାଜ୍ୟର ଉଚ୍ଚ ଅଧିକାରୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କୃଷକ ବହୁଳ ରାଜ୍ୟ ଓଡ଼ିଶାରେ ପ୍ରଚଳିତ ‘କୃଷକ ଓଡ଼ିଶା’, ଗୋ-ସୁଗମ ୱେବ ପୋର୍ଟାଲ କାର୍ଯ୍ୟକାରିତା ଏବଂ ଆମ କୃଷି କାର୍ଯ୍ୟକ୍ରମ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିଶନ୍ର ପରିକଳ୍ପନା, କାର୍ଯ୍ୟକାରିତା ନେଇ ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରଭାବଶାଳୀ ଉପସ୍ଥାପନା ଦେଶର ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ ପ୍ରଭାବିତ କରିଛି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକାଧିକ କାର୍ଯ୍ୟକ୍ରମ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ଉଚ୍ଚ ଅଧିକାରୀ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟର ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

କୃଷି ବିଭାଗ ପକ୍ଷରୁ ଉପସ୍ଥାପିତ କୃଷକ ଓଡ଼ିଶା, ଗୋ-ସୁଗମ ୱେବ ପୋର୍ଟାଲ ଏବଂ ଆମ କୃଷି ସମ୍ପର୍କିତ ତଥ୍ୟ ବିଭିନ୍ନ ରାଜ୍ୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଏଥିରେ କୃଷକ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ସାମଗ୍ରିକ ତଥ୍ୟ, କୃଷି ସହ ସମ୍ପର୍କିତ ୧୩ଟି ପ୍ରମୁଖ ବିଷୟ ସଂଯୋଗ କରାଯିବା ଦେଶରେ ପ୍ରଥମ ବୋଲି କୁହାଯାଉଛି । ଜଳସେଚନ, ମୃତ୍ତିକା ସ୍ୱାସ୍ଥ୍ୟ, ଜମିଜମା ରେକର୍ଡ, ଚାରା ରିଆତି, ଫାର୍ମ ମେକାନିଜିମ୍ ସବ୍ସିଡି ଏବଂ ଅମଳ ସମ୍ପର୍କରେ କୌଣସି ପ୍ରସଙ୍ଗ ତଥ୍ୟ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଛି। ସମସ୍ତ କୃଷକ ଏବଂ କୃଷକ ସମ୍ପର୍କିତ କାର୍ଯ୍ୟକୁ ଗୋଟିଏ ଛତା ତଳେ କୃଷକ ଓଡ଼ିଶା ଦ୍ୱାରା ଏକାଠି କରାଯାଇପାରିଛି। ଚାଷୀମାନଙ୍କୁ ଡିଜିଟାଲ ମାଧ୍ୟମରେ ସୂଚନା ଦେବା, ଅଭିଯୋଗ ଗ୍ରହଣ କରିବା ସହ ଏସଏମଏସ୍ ଦ୍ୱାରା ବାର୍ତ୍ତା ପ୍ରଦାନ କରାଯାଉଛି। ବିଭାଗ ପକ୍ଷରୁ ଆଇଭିଆର କଲ୍ ମଧ୍ୟ କରାଯାଉଛି। ଉଲ୍ଲେଖନୀୟ ବିଷୟ ହେଉଛି ଏହି କାର୍ଯ୍ୟକ୍ରମ ଜଳବାୟୁ ପରିବର୍ତ୍ତନ ଏବଂ ନିୟମିତ ପାଣିପାଗ ସମ୍ପର୍କରେ ଚାଷୀଙ୍କୁ ସୂଚନା ପ୍ରଦାନ କରୁଛି। କୃଷି ପରେ କୃଷିଜାତ ଦ୍ରବ୍ୟର ବିପଣନ, ପ୍ରାଣୀ ସମ୍ପଦର ଯତ୍ମ ସମ୍ପର୍କରେ ସଚେତନ କରିପାରୁଛି। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେହିପରି ଗୋ-ସୁଗମ ୱେବ ପୋର୍ଟାଲ ଦ୍ୱାରା କୃଷି ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ଅନାୟସରେ ହିତାଧିକାରୀ ପାଇପାରୁଛି। ଏହି ଯୋଜନା ଅନ୍ୟ ରାଜ୍ୟ ପାଇଁ ଉପାଦେୟ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍ଙ୍କ ଦ୍ୱାରା ଉପସ୍ଥାପିତ ଜାଗା ମିଶନ୍ ସାରା ଦେଶରେ ଏକ ଅନନ୍ୟ ଯୋଜନା ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ରହୁଥିବା ବେଳେ ‘ଜାଗା ମିଶନ’ରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି। ୫୮୯ଟି ବସ୍ତିରେ ଶତ ପ୍ରତିଶତ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ଦିଆଯାଇଛି। ଏହି ଯୋଜନାକୁ ପଞ୍ଜାବ ସରକାର ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି। ଜାଗା ମିଶନ୍ ପରିକଳ୍ପନା ଓ ଧାର୍ଯ୍ୟ ହାସଲକୁ ମଧ୍ୟ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି। ଅପରପକ୍ଷରେ ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଚଳନ ଖସଡ଼ା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି। ଓଡ଼ିଶାର ‘ମୋ ସ୍କୁଲ’ ଓ ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଆଣିଥିବା ପରିବର୍ତ୍ତନ ସାରା ଦେଶରେ ପ୍ରଶଂସିତ ହୋଇଛି । ଓଡ଼ିଶାରେ ସ୍କୁଲ ରୂପାନ୍ତରଣ ଅନୁରୂପ କେନ୍ଦ୍ର ସରକାର ସାରା ଦେଶରେ ଦେଶର ପ୍ରାୟ ୧୫ ହଜାର ସରକାରୀ ସ୍କୁଲର ନବ କଳେବର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପିଏମ୍ ଶ୍ରୀ ନାମରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟ ସହ ରାଜ୍ୟ ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

18 Jun 2022 By The Sakala

https://www.thesakala.in/latest-odisha-news/odisha-is-now-a-model-for-the-whole-country/article-12551
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର