ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଛନ୍ତି ସର୍ବାଧିକ ପିଲା, ଟ୍ୱିଟ୍‌ କରି ଖୁସି ବ୍ୟକ୍ତ କଲେ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ ସବୁଠୁ ଅଧିକ। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପିଲା ସରକାରୀ ସ୍କୁଲରେ ପାଠ ପଢ଼ନ୍ତି। ଏପରିକି ରାଜ୍ୟର ସରକାରୀ ସ୍କୁଲରେ ୬-୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ହାର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ। ସାରା ଦେଶରେ ଏହି ବୟସ ବର୍ଗର ୬୬.୮% ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢ଼ୁଥିବାବେଳେ ଓଡ଼ିଶାରେ ୮୮.୬% ପିଲା ସରକାରୀ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ଅନୁରୂପ ଭାବରେ ବିଭିନ୍ନ […]

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ ସବୁଠୁ ଅଧିକ। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପିଲା ସରକାରୀ ସ୍କୁଲରେ ପାଠ ପଢ଼ନ୍ତି। ଏପରିକି ରାଜ୍ୟର ସରକାରୀ ସ୍କୁଲରେ ୬-୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ହାର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ। ସାରା ଦେଶରେ ଏହି ବୟସ ବର୍ଗର ୬୬.୮% ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢ଼ୁଥିବାବେଳେ ଓଡ଼ିଶାରେ ୮୮.୬% ପିଲା ସରକାରୀ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ଅନୁରୂପ ଭାବରେ ବିଭିନ୍ନ ବର୍ଗରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଉକ୍ରର୍ଷ ପ୍ରଦର୍ଶନ କରିଥିବା ନିକଟରେ ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର)ରେ ପ୍ରକାଶିତ ହୋଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

<ରିପୋର୍ଟ ଅନୁସାରେ ୨୦୨୧ ମସିହା ବେଳକୁ ଦେଶର ୭୨% ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ ହେଁ ୨୦୨୪ ବେଳକୁ ଏହା ହ୍ରାସ ପାଇ ୬୬.୮% ରେ ପହଞ୍ଚିଛି। ମାତ୍ର ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କ ଆକର୍ଷଣ ଅଧିକ ହୋଇଛି। ୨୦୧୮ରେ ୮୮% ପିଲା ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ ଓ ଏବେ ବି ୮୮.୬% ପିଲା ସରକାରୀ ସ୍କୁଲର ଶିକ୍ଷାର୍ଥୀ ରହିଛନ୍ତି। ସର୍ବଭାରତୀୟସ୍ତରରେ ଏ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ପଛକୁ ଗୁଜରାଟରେ ୮୬.୫% ଓ ଛତିଶଗଡ଼ରେ ୮୦.୬% ପିଲା ସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି।

ବିଭିନ୍ନ ବର୍ଗରେ ଜାତୀୟ ହାର ତୁଳନାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ‘ଏକ୍ସ’ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି। ‘୫-ଟି’ ଉପକ୍ରମରେ ଓଡ଼ିଶାର ବିଦ୍ୟାଳୟ ରୂୁପାନ୍ତରଣକୁ ନିରନ୍ତର ଭାବେ ଧ୍ୟାନ ଦିଆଯାଇଛି; ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ତୁଳନାରେ ଓଡ଼ିଶା ଉକ୍ରୃଷ୍ଟ ପ୍ରଦର୍ଶନ କରିପାରିଛି ବୋଲି ନବୀନ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନବୀନ ସରକାର ୫-ଟି ଉପକ୍ରମରେ ଶିକ୍ଷାର ରୂପାନ୍ତରୀକରଣ ଆରମ୍ଭ କରିଥିଲେ। ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ବିଭିନ୍ନ ପଦକ୍ଷେପ ନିଆ ଯାଇଥିଲା। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ ହୋଇଥିଲା। ଏପରିକି ଉଚ୍ଚ ବିଦ୍ୟାଳୟରେ ୪ଟି କ୍ଳବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡ଼ାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ ପାଇଁ ପଥ ଉନ୍ମୁକ୍ତ କରିଥିଲା। ଯାହାର ପ୍ରତିଫଳନ ଅସର ରିପୋର୍ଟରେ ଦେଖାଯାଇଥିବା ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉକ୍ରୃଷ୍ଟ ପାଇଁ ‘୫-ଟି’ ଏକ ଉତ୍ତମ ମଡେଲ ବୋଲି ମଧ୍ୟ ସେମାନେ କହିଛନ୍ତି।

01 Feb 2025 By The Sakala

https://www.thesakala.in/latest-odisha-news/odisha-has-the-highest-number-of-children-studying-in-government-schools2/article-38378
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର