ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ଅନାମ ଚରଣ ପାତ୍ର ହେଲେ ସିଏମ୍‌ସି କମିଶନର

The Sakala Picture
Published On

ଭୁବନେଶ୍ବର: ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା। ସାଧାରଣ ପ୍ରଶାସନ […]

ଭୁବନେଶ୍ବର: ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର କରାଯାଇଛି। ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ। ସେହିଭଳି ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍‌ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

25 Sep 2024 By The Sakala

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ଅନାମ ଚରଣ ପାତ୍ର ହେଲେ ସିଏମ୍‌ସି କମିଶନର

ଭୁବନେଶ୍ବର: ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର କରାଯାଇଛି। ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ। ସେହିଭଳି ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍‌ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର