ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (ଏମ୍‍.ଓ.ୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ ବୋଲି ଜଣାଯାଇଛି । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇ.ର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି […]

ଭୁବନେଶ୍ୱର : ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (ଏମ୍‍.ଓ.ୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ ବୋଲି ଜଣାଯାଇଛି । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇ.ର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।

ଆହୁରି ପଢ଼ନ୍ତୁ: ନବୀନଙ୍କ ନେତୃତ୍ୱକୁ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରଶଂସା

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ଉଲ୍ଲେଖଯୋଗ୍ୟ ଯେ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ ଏବଂ ଯୁକ୍ତରାଜ୍ୟ(ୟୁନାଇଟେଡ କିଙ୍ଗଡମ)ର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଟୋନି ବ୍ଲେୟାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନ ସଂପ୍ରତି ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଏହି ଅନୁବନ୍ଧନ ଦ୍ୱାରା ଓଡିଶାର ସାମଗ୍ରିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବୈଠକରେ ବିଶଦ୍ ଭାବେ ସୂଚନା ପ୍ରଦାନ କରାଯାଇଥିଲା । ଇ-ପ୍ରୟୋଗ କ୍ଷେତ୍ରରେ ସରକାରଙ୍କ ପ୍ରମୁଖ ଗଭର୍ଣ୍ଣାନ୍ସ ନିର୍ମାଣ ଏବଂ ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ଓଡ଼ିଶା ସରକାର ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ନିରନ୍ତର ତଥା ସଫଳ ପ୍ରଚେଷ୍ଟା ଜାରି ରଖିଥିବାବେଳେ, ଏହି ବୁଝାମଣାପତ୍ର ରାଜ୍ୟର ନୀତି ରୂପାୟନ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଏ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି ।

ଏହି ଅବସରରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡା ଓ ଯୁବସେବା ଗୃହ ରାଷ୍ଟ୍ରମନ୍ତ୍ରୀ  ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଦେଓରଞ୍ଜନ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ  ସଞ୍ଜୟ କୁମାର ସିଂ, ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ  ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ  ମାନସ ରଞ୍ଜନ ପଣ୍ଡା ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.)ର ରାଷ୍ଟ୍ରୀୟ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଆନୁଷ୍ଠାନିକଭାବେ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ସର୍ବଶେଷରେ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

21 Jul 2023 By The Sakala

ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ

ଭୁବନେଶ୍ୱର : ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (ଏମ୍‍.ଓ.ୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ ବୋଲି ଜଣାଯାଇଛି । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇ.ର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।

ଉଲ୍ଲେଖଯୋଗ୍ୟ ଯେ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ ଏବଂ ଯୁକ୍ତରାଜ୍ୟ(ୟୁନାଇଟେଡ କିଙ୍ଗଡମ)ର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଟୋନି ବ୍ଲେୟାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନ ସଂପ୍ରତି ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଏହି ଅନୁବନ୍ଧନ ଦ୍ୱାରା ଓଡିଶାର ସାମଗ୍ରିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବୈଠକରେ ବିଶଦ୍ ଭାବେ ସୂଚନା ପ୍ରଦାନ କରାଯାଇଥିଲା । ଇ-ପ୍ରୟୋଗ କ୍ଷେତ୍ରରେ ସରକାରଙ୍କ ପ୍ରମୁଖ ଗଭର୍ଣ୍ଣାନ୍ସ ନିର୍ମାଣ ଏବଂ ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ ।

ଓଡ଼ିଶା ସରକାର ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ନିରନ୍ତର ତଥା ସଫଳ ପ୍ରଚେଷ୍ଟା ଜାରି ରଖିଥିବାବେଳେ, ଏହି ବୁଝାମଣାପତ୍ର ରାଜ୍ୟର ନୀତି ରୂପାୟନ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଏ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି ।

ଏହି ଅବସରରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡା ଓ ଯୁବସେବା ଗୃହ ରାଷ୍ଟ୍ରମନ୍ତ୍ରୀ  ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଦେଓରଞ୍ଜନ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ  ସଞ୍ଜୟ କୁମାର ସିଂ, ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ  ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ  ମାନସ ରଞ୍ଜନ ପଣ୍ଡା ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.)ର ରାଷ୍ଟ୍ରୀୟ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଆନୁଷ୍ଠାନିକଭାବେ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ସର୍ବଶେଷରେ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର