ସୁଗମ ହେବ ଜଳସେଚନ ଓ ପାନୀୟ ଜଳ ଯୋଗାଣ, ୨୦୨୨ ଶେଷ ସୁଦ୍ଧା ୪୫୦ ଚେକ୍‍ଡ୍ୟାମ୍‍ ନିର୍ମାଣ ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର : ଅଧିକରୁ ଅଧିକ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଇ ଆସୁଥିବା ବେଳେ ଏଥିପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ବୃହତ୍‍ ଉଠାଜଳସେଚନ ପ୍ରକଳ୍ପ, ବୋରୱେଲ, ଇନ୍‍ଷ୍ଟ୍ରିମ୍‍ ଷ୍ଟୋରେଜ ପ୍ରକଳ୍ପକୁ ଅଧିକରୁ ଅଧିକ ସଂଖ୍ୟାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ୪୫୦ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା […]

ଭୁବନେଶ୍ୱର : ଅଧିକରୁ ଅଧିକ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଇ ଆସୁଥିବା ବେଳେ ଏଥିପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ବୃହତ୍‍ ଉଠାଜଳସେଚନ ପ୍ରକଳ୍ପ, ବୋରୱେଲ, ଇନ୍‍ଷ୍ଟ୍ରିମ୍‍ ଷ୍ଟୋରେଜ ପ୍ରକଳ୍ପକୁ ଅଧିକରୁ ଅଧିକ ସଂଖ୍ୟାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ୪୫୦ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ରାଜ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ଜଳସେଚନ ଏବଂ ଭୂତଳ ଜଳ ସଂରକ୍ଷଣ ସହଜସାଧ୍ୟ ହୋଇପାରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା (ମାଟି) ଅଧୀନରେ ୨୦୨୨ ଶେଷ ସୁଦ୍ଧା ୪୫୦ଟି ଚେକଡ୍ୟାମ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁଯାୟୀ ଏଯାବତ୍‍ ପ୍ରାୟ ୧୩୫ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିସାରିଛି। ସେହିପରି ଚଳିତ ମାସ ଶେଷ ସୁଦ୍ଧା ମୋଟ ୨୦୦ଟି ଚେକ୍‍ଡ୍ୟାମ୍‍କୁ ପ୍ରଶାସନିକ ଅନୁମୋଦନ ପ୍ରଦାନ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଏହାର ଟେଣ୍ଡର ପ୍ରକ୍ରିୟା ଅକ୍ଟୋବର ସୁଦ୍ଧା ସାରିବାକୁ ବିଭାଗ ପକ୍ଷରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନସ୍ଥ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଏବଂ ରାଜ୍ୟର ସମସ୍ତ ଅନୁଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ସେହିପରି ବଳକା ୨୫୦ଟି ଚେକ୍‍ଡ୍ୟାମ୍‍ର କାର୍ଯ୍ୟନ୍ୱୟନ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା, ପ୍ରକଳ୍ପର ଡ୍ରଇଂ ଏବଂ ଡିଜାଇନ ତୁରନ୍ତ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ପ୍ରକ୍ରିୟା ଶେଷ ହେଲେ ଆସନ୍ତା ନଭେମ୍ବର ମାସ ସୁଦ୍ଧା ଉପରୋକ୍ତ ୨୫୦ ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିବା ସହ ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ କରାଯିବ। ଯାହାଫଳରେ ସମସ୍ତ ୪୫୦ ଚେକଜଡ୍ୟାମ ନିର୍ମାଣ ପ୍ରକ୍ରିୟା ନିର୍ଦ୍ଧାରିତ ସମୟାନୁଯାୟୀ ସରି ପାରିବ ବୋଲି ବିଭାଗ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ସୂଚନାଯୋଗ୍ୟ ଯେ ଗତ ମଇ ମାସରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟବ୍ୟାପୀ ଆଗାମୀ ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ ପ୍ରାୟ ୧୨୮୦ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଯାହାଫଳରେ ପାରମ୍ପରିକ ଭାବେ ଜଳସେଚନ ପଦ୍ଧତି ଆପଣାଉଥିବା କୃଷକମାନଙ୍କୁ ଏହାଦ୍ୱାରା ଲାଭ ମିଳିବା ନେଇ ସରକାର ଚିନ୍ତା କରିଥିବା ବେଳେ ଏହାଦ୍ୱାରା ପ୍ରାୟ ୨୭ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳଳସେଚନ ଲକ୍ଷ୍ୟ ରଖିଛନ୍ତି। ଉପରୋକ୍ତ ୧୨୮୦ଟି ଚେକ୍‍ଡ୍ୟାମ୍‍ ପାଇଁ ମୋଟ ୮୧୧.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଅନ୍ୟପକ୍ଷରେ କେବଳ ଜଳସମ୍ପଦ ବିଭାଗ ନୁହେଁ; ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ୧୦୦ ଆଡ଼ିବନ୍ଧ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିକଟରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟବ୍ୟାପୀ ପ୍ରାୟ ୧୦୦ଟି ଆଡ଼ିବନ୍ଧ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ବର୍ଷ ୩୦୦ଟି ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ବିଜୁ ସେତୁ ନିକଟରେ ୧୦୦ ଆଡ଼ିବନ୍ଧ ନିର୍ମାଣ ହେବ। ଏଥିପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଫଳରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟନ୍ୱୟନ ସହ ଭୂତଳ ଜଳ ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିବ। ଗତବର୍ଷ ଏହି ଯୋଜନାରେ ୪କୋଟି ୧୧ ଲକ୍ଷ ଟଙ୍କା ବିନିମୟରେ ପ୍ରାୟ ୩୨ଟି ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା। ଏନେଇ ନିକଟରେ ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ବ୍ୟାପକ ଆଲୋଚନା ହୋଇଥିବା ସୂଚନା ମିଳିଛି।

19 Sep 2022 By The Sakala

ସୁଗମ ହେବ ଜଳସେଚନ ଓ ପାନୀୟ ଜଳ ଯୋଗାଣ, ୨୦୨୨ ଶେଷ ସୁଦ୍ଧା ୪୫୦ ଚେକ୍‍ଡ୍ୟାମ୍‍ ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର : ଅଧିକରୁ ଅଧିକ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଇ ଆସୁଥିବା ବେଳେ ଏଥିପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ବୃହତ୍‍ ଉଠାଜଳସେଚନ ପ୍ରକଳ୍ପ, ବୋରୱେଲ, ଇନ୍‍ଷ୍ଟ୍ରିମ୍‍ ଷ୍ଟୋରେଜ ପ୍ରକଳ୍ପକୁ ଅଧିକରୁ ଅଧିକ ସଂଖ୍ୟାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ୪୫୦ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ରାଜ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ଜଳସେଚନ ଏବଂ ଭୂତଳ ଜଳ ସଂରକ୍ଷଣ ସହଜସାଧ୍ୟ ହୋଇପାରିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା (ମାଟି) ଅଧୀନରେ ୨୦୨୨ ଶେଷ ସୁଦ୍ଧା ୪୫୦ଟି ଚେକଡ୍ୟାମ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁଯାୟୀ ଏଯାବତ୍‍ ପ୍ରାୟ ୧୩୫ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିସାରିଛି। ସେହିପରି ଚଳିତ ମାସ ଶେଷ ସୁଦ୍ଧା ମୋଟ ୨୦୦ଟି ଚେକ୍‍ଡ୍ୟାମ୍‍କୁ ପ୍ରଶାସନିକ ଅନୁମୋଦନ ପ୍ରଦାନ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଏହାର ଟେଣ୍ଡର ପ୍ରକ୍ରିୟା ଅକ୍ଟୋବର ସୁଦ୍ଧା ସାରିବାକୁ ବିଭାଗ ପକ୍ଷରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନସ୍ଥ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଏବଂ ରାଜ୍ୟର ସମସ୍ତ ଅନୁଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବଳକା ୨୫୦ଟି ଚେକ୍‍ଡ୍ୟାମ୍‍ର କାର୍ଯ୍ୟନ୍ୱୟନ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା, ପ୍ରକଳ୍ପର ଡ୍ରଇଂ ଏବଂ ଡିଜାଇନ ତୁରନ୍ତ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ପ୍ରକ୍ରିୟା ଶେଷ ହେଲେ ଆସନ୍ତା ନଭେମ୍ବର ମାସ ସୁଦ୍ଧା ଉପରୋକ୍ତ ୨୫୦ ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିବା ସହ ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ କରାଯିବ। ଯାହାଫଳରେ ସମସ୍ତ ୪୫୦ ଚେକଜଡ୍ୟାମ ନିର୍ମାଣ ପ୍ରକ୍ରିୟା ନିର୍ଦ୍ଧାରିତ ସମୟାନୁଯାୟୀ ସରି ପାରିବ ବୋଲି ବିଭାଗ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ ଯେ ଗତ ମଇ ମାସରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟବ୍ୟାପୀ ଆଗାମୀ ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ ପ୍ରାୟ ୧୨୮୦ଟି ଚେକ୍‍ଡ୍ୟାମ୍‍ ନିର୍ମାଣ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଯାହାଫଳରେ ପାରମ୍ପରିକ ଭାବେ ଜଳସେଚନ ପଦ୍ଧତି ଆପଣାଉଥିବା କୃଷକମାନଙ୍କୁ ଏହାଦ୍ୱାରା ଲାଭ ମିଳିବା ନେଇ ସରକାର ଚିନ୍ତା କରିଥିବା ବେଳେ ଏହାଦ୍ୱାରା ପ୍ରାୟ ୨୭ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳଳସେଚନ ଲକ୍ଷ୍ୟ ରଖିଛନ୍ତି। ଉପରୋକ୍ତ ୧୨୮୦ଟି ଚେକ୍‍ଡ୍ୟାମ୍‍ ପାଇଁ ମୋଟ ୮୧୧.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଅନ୍ୟପକ୍ଷରେ କେବଳ ଜଳସମ୍ପଦ ବିଭାଗ ନୁହେଁ; ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ୧୦୦ ଆଡ଼ିବନ୍ଧ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିକଟରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟବ୍ୟାପୀ ପ୍ରାୟ ୧୦୦ଟି ଆଡ଼ିବନ୍ଧ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ବର୍ଷ ୩୦୦ଟି ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ବିଜୁ ସେତୁ ନିକଟରେ ୧୦୦ ଆଡ଼ିବନ୍ଧ ନିର୍ମାଣ ହେବ। ଏଥିପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଫଳରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟନ୍ୱୟନ ସହ ଭୂତଳ ଜଳ ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିବ। ଗତବର୍ଷ ଏହି ଯୋଜନାରେ ୪କୋଟି ୧୧ ଲକ୍ଷ ଟଙ୍କା ବିନିମୟରେ ପ୍ରାୟ ୩୨ଟି ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା। ଏନେଇ ନିକଟରେ ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ବ୍ୟାପକ ଆଲୋଚନା ହୋଇଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର