ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ, ରେଡ୍‌ ଜୋନ୍‌ ଆଡକୁ ବଢୁଛି ଖୋର୍ଦ୍ଧା

The Sakala Picture
Published On

ଭୁବନେଶ୍ବର : ଦ୍ୱିତୀୟ ଲହର ପରଠାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ଘାତକ ହୋଇ ନାହିଁ। ମୃତ୍ୟୁ ସଂଖ୍ୟା ନଗଣ୍ୟ ରହିଛି। ମାତ୍ର ରାଜ୍ୟରେ ଗତ ୬ ଦିନ ମଧ୍ୟରେ ସଂକ୍ରମଣ ୩ ଗୁଣ ବୃଦ୍ଧି ପାଇବା ପରେ ସ୍ଥିତି ସଙ୍ଗୀନ ଦିଗକୁ ଗତି କରୁଛି। ଚିନ୍ତାର ବିଷୟ ହେଉଛି ଓଡ଼ିଶାରେ ଦୈନିକ ନମୁନା ପରୀକ୍ଷା ଅପେକ୍ଷାକୃତ ହ୍ରାସ ପାଇଥିଲା ବେଳେ ପଜିଟିଭ୍‍ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି। ପାଞ୍ଚ ଦିନ ତଳେ ୬୩ ହଜାରରୁ ଅଧିକ […]

ଭୁବନେଶ୍ବର : ଦ୍ୱିତୀୟ ଲହର ପରଠାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ଘାତକ ହୋଇ ନାହିଁ। ମୃତ୍ୟୁ ସଂଖ୍ୟା ନଗଣ୍ୟ ରହିଛି। ମାତ୍ର ରାଜ୍ୟରେ ଗତ ୬ ଦିନ ମଧ୍ୟରେ ସଂକ୍ରମଣ ୩ ଗୁଣ ବୃଦ୍ଧି ପାଇବା ପରେ ସ୍ଥିତି ସଙ୍ଗୀନ ଦିଗକୁ ଗତି କରୁଛି। ଚିନ୍ତାର ବିଷୟ ହେଉଛି ଓଡ଼ିଶାରେ ଦୈନିକ ନମୁନା ପରୀକ୍ଷା ଅପେକ୍ଷାକୃତ ହ୍ରାସ ପାଇଥିଲା ବେଳେ ପଜିଟିଭ୍‍ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି। ପାଞ୍ଚ ଦିନ ତଳେ ୬୩ ହଜାରରୁ ଅଧିକ ନମୁନାରୁ ୨୦୦ରୁ କିଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ୫୦ ହଜାରରୁ କିଛି ଅଧିକ ନମୁନା ପରୀକ୍ଷା ସତ୍ତ୍ବେ ୧୨ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି। ଅର୍ଥାତ୍‍ କମ୍‍ ନମୁନା ପରୀକ୍ଷା ସତ୍ତ୍ବେ ଦୈନିକ ସଂକ୍ରମଣ ତିନି ଗୁଣା ବଢ଼଼ିଛି।ଯେଉଁ ହାରରେ ସଂକ୍ରମଣ ବୃଦ୍ଧି ପାଉଛି, ତାହା କଠିନ ସମୟର ପଦଧ୍ୱନୀ ବୋଲି ବିଶେଷଜ୍ଞ କହିଲେଣି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର


ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୭୮୭୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୮୭ ଜଣ ରହିଛନ୍ତି ।


ଯେଉଁ ସବୁ ଦେଶରେ କିଛି ଦିନ ତଳେ ଓମିକ୍ରନ୍‍ ସଂକ୍ରମିତ ଚିହ୍ନଟ ହେଉଥିଲେ ଆଜି ସେଠି ପରିସ୍ଥିତି ସାଂଘାତିକ ରୂପ ଧାରଣ କଲାଣି। ଯଦିଓ ଓମିକ୍ରନ୍‍ ପ୍ରାଣ ଘାତକ ରୂପ ନେଇ ନାହିଁ, କିନ୍ତୁ ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ସହଜରେ ପରାସ୍ତ କରିପାରିବ ବୋଲି ବିଦେଶୀ ଗବେଷଣା ସଂସ୍ଥା ରିପୋର୍ଟରେ ପ୍ରକାଶ ପାଇଛି। କିଛିଦିନ ତଳେ ମାତ୍ର ୧୨/୧୪ ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହା ୨୮ ଜିଲ୍ଲାରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ଦୃତ ହୋଇଛି। ଯେଉଁ ହାରରେ ସଂକ୍ରମଣ ବଢ଼଼ୁଛି ଖୁବ୍‍ ଶୀଘ୍ର ଖୋର୍ଦ୍ଧା ରେଡ୍‍ ଜୋନ୍‍ରେ ପ୍ରବେଶ କରିବା ଆଶଙ୍କା ଦେଖା ଦେଲାଣି।


ଚିନ୍ତାର ବିଷୟ ହେଉଛି ମଙ୍ଗଳବାର ଦିନ ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ପୂର୍ବ ତୁଳନାରେ କମ୍‍ ହୋଇଥିଲେ ସୁଦ୍ଧା ଦୈନିକ ସଂକ୍ରମଣ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୫୭ହଜାର ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୯୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୩୭୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୮୨୧୬୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର