ବିଜେଡି ସାଂଗଠନିକ ସଂପାଦକଙ୍କ ନୂଆପଡ଼ା ଗସ୍ତ: ‘ସଂଗଠନକୁ ମଜବୁତ କଲେ ସବୁ ଅତିକ୍ରମ କରିବା’

The Sakala Picture
Published On

ନୂଆପଡ଼ା/ସିନାପାଲି/ବୋଡେନ: ବିଜେଡିର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବିଦାସ) ଦିନିିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଥିବାବେଳେ ବିଭିନ୍ନ ଦଳୀୟ ସାଂଗଠନିକ ବୈଠକରେ ଯୋଗ ଦେଇ ସଂଗଠନକୁ ମଜବୁତ କରିବାର ମନ୍ତ୍ର ଦେଇଛନ୍ତି। ସଂପାଦକ ଦାସ କଳାହାଣ୍ଡି ଗସ୍ତ ସାରି ସନ୍ଧ୍ଯା ୫ଟାବେଳେ ନୂଆପଡ଼ା ଜିଲ୍ଲାରେ ପହଞ୍ଚିଥିଲେ। ତାଙ୍କୁ ଧିଙ୍ଗିଆମୁଣ୍ଡାଠାରେ ବ୍ଲକ ବିଜେଡି ତରଫରୁ ସ୍ୱାଗତ କରାଯାଇଥିଲା। ସେଠାରେ ବ୍ଲକ ସଭାପତି ବିରେନ୍ଦ୍ର ଖମାରୀ , ଭୀଷ୍ମରାଜ ମେହେର, ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ମହିଳାମାନେ ପୁଷ୍ପଗୁଚ୍ଛ […]

ନୂଆପଡ଼ା/ସିନାପାଲି/ବୋଡେନ: ବିଜେଡିର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବିଦାସ) ଦିନିିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଥିବାବେଳେ ବିଭିନ୍ନ ଦଳୀୟ ସାଂଗଠନିକ ବୈଠକରେ ଯୋଗ ଦେଇ ସଂଗଠନକୁ ମଜବୁତ କରିବାର ମନ୍ତ୍ର ଦେଇଛନ୍ତି। ସଂପାଦକ ଦାସ କଳାହାଣ୍ଡି ଗସ୍ତ ସାରି ସନ୍ଧ୍ଯା ୫ଟାବେଳେ ନୂଆପଡ଼ା ଜିଲ୍ଲାରେ ପହଞ୍ଚିଥିଲେ। ତାଙ୍କୁ ଧିଙ୍ଗିଆମୁଣ୍ଡାଠାରେ ବ୍ଲକ ବିଜେଡି ତରଫରୁ ସ୍ୱାଗତ କରାଯାଇଥିଲା। ସେଠାରେ ବ୍ଲକ ସଭାପତି ବିରେନ୍ଦ୍ର ଖମାରୀ , ଭୀଷ୍ମରାଜ ମେହେର, ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ମହିଳାମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅଞ୍ଚଳର ସମସ୍ୟା ନେଇ ନିବେଦନ ପତ୍ର ପ୍ରଦାନ କରିଥିଲେ। ସଂଧ୍ୟାରେ ବୋଡେନ ବ୍ଲକ ପାତଳ ଗଙ୍ଗା ରାଧାକୃଷ୍ଣ ମଣ୍ଡପରେ ବୈଠକରେ ଯୋଗ ଦେଇଥିଲେ। ଏଥିରେ ସଂଗଠନକୁ ମଜବୁତ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଅଣ୍ଟା ଭିଡିବାକୁ ପରାମର୍ଶ ଦେଇଥିଲେ। ୟୁଥମାନଙ୍କର କମିଟି ଗଠନ ପୂର୍ବକ ସମସ୍ତଙ୍କ ମଧ୍ୟରେ ସାଂଗଠନିକ ସମନ୍ୱୟ ବୃୃଦ୍ଧି କରିବାକୁ କହିଥିଲେ। ଏଥିରେ ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ର, ସାଧାରଣ ସଂପାଦକ ଲମ୍ବୋଦର ନିଆଲ, ଖୁଲନା ବେହେରା, ପୁଷ୍ପାଞ୍ଜଳି ପାଣ୍ଡେ, ମମତା ଥପା, ବ୍ଲକ ସଭାପତି ଲୋକନାଥ ସଗରିଆ, ବିରେନ୍ଦ୍ର ଖମାରୀ, ଦୈତାରୀ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକ ପରେ ନୂଆପଡ଼ାର କାନଚନବେନ ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ସଭାଗୃହରେ ଆୟୋଜିତ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ସଭାରେ ଯୋଗ ଦେଇଥିଲେ। ଏଥିରେ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଅବନୀ ଯୋଷୀ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ସାଧାରଣ ସଂପାଦକ କାର୍ତିକ ଦୀପ, ଭୁଗୁଲି ସୁନାନୀ, ସୁଧିର କୁମାର ମିଶ୍ର, କ୍ଷମା ନିଆଲ, ବିହାରୀ ବିଶ୍ୱାଳ, ବଣ୍ଟି ଡାଗା, ଶେଖର ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

28 Jul 2021 By The Sakala

https://www.thesakala.in/latest-odisha-news/nuapada/bjd-organisational-secretary-pranab-prakash-das-visit-to-nuapada/article-4180
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର