ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆଜି ପ୍ରଚାରକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ, କର୍ମୀଙ୍କ ମଧ୍ୟରେ ଉତ୍ସାହ

ଅଙ୍କ କଷୁଛନ୍ତି ବିଜେପି ଓ କଂଗ୍ରେସ

Madhusudan Das Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଧାନମଣ୍ଡି ପଡ଼ିଆଠାରେ ଏକ ବିଶାଳ ନିର୍ବାଚନୀ ସଭାକୁ ନବୀନ ସମ୍ବୋଧନ କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ରାଜନୈତିକ ତଥା ଭୌଗୋଳିକ ସମୀକରଣ ଦୃଷ୍ଟିରୁ ତରବୋଡ଼ ସମାବେଶ ବେଶ୍ ଗୁରୁତ୍ୱ ବହନ କରୁଛି। ନବୀନଙ୍କ ସଭାକୁ ନେଇ ବିଜେଡି କର୍ମୀଙ୍କ ଉତ୍ସାହ ଶୀର୍ଷରେ ପହଞ୍ଚିଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ବେଶ୍ ସତର୍କ ଦୃଷ୍ଟିରେ ଦେଖୁଛନ୍ତି। ନବୀନଙ୍କ ପ୍ରଚାର ସ୍ନେହାଙ୍ଗିନୀଙ୍କ ସପକ୍ଷରେ ବଡ଼ ପ୍ରଭାବ ପକାଇବ ବୋଲି ସ୍ଥାନୀୟ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଥିବା ବେଳେ ବିଜେପି ଓ କଂଗ୍ରେସ ଶିବିର ଏହାକୁ ନେଇ ଅଙ୍କ କଷିବାରେ ଲାଗିଛନ୍ତି। ପୂର୍ବରୁ ନବୀନଙ୍କ ସଭାକୁ ସଫଳ କରାଇ ନ ଦେବାକୁ ବିଜେପି ଉଦ୍ୟମ କରୁଥିବା ନେଇ ବିଜେଡି ଅଭିଯୋଗ କରିସାରିଛି। ଏପରିସ୍ଥଳେ ଆଜିର ସଭା ଉପନିର୍ବାଚନ ଫଳାଫଳକୁ ବେଶ୍ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆକଳନ ପ୍ରକାଶ ପାଉଛି। 

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସ୍ଥାନୀୟ ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ ତରବୋଡ଼ରେ ସମାବେଶ ନିଷ୍ପତ୍ତି ପଛରେ ୨ଟି କାରଣ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ତରବୋଡ଼ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା କୋମନା ବ୍ଲକ ଅଞ୍ଚଳରେ ଆସୁଥିଲେ ହେଁ ନୂଆପଡ଼ା ବ୍ଲକର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ସମାବେଶ ଦୁଇଟି ବ୍ଲକ ଉପରେ ବ୍ୟାପକ ପ୍ରଭାବ ପକାଇବ। ସେହିପରି ନୂଆପଡ଼ା ନିର୍ବାଚନମଣ୍ଡଳୀରେ କୋମନା ବ୍ଲକରେ ସର୍ବାଧିକ ଭୋଟର ଅଛନ୍ତି। ଏପରିକି କୋମନା ବ୍ଲକରେ ଅଧିକ ସଂଖ୍ୟାରେ ଭୋଟ ପାଉଥିବା ଦଳ ନୂଆପଡ଼ାରେ ବାଜିମାତ କରୁଥିବାର ଅତୀତର ଟ୍ରାକ ରେକର୍ଡ ରହିଛି। ତେଣୁ ବିଜେଡି ନେତୃତ୍ୱ ଏଠାରେ ସଭା କରି ଦୁଇବ୍ଲକର ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଅପରପକ୍ଷେ ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ନୂଆପଡ଼ାରେ ପ୍ରଚାରରେ ବିଜେଡି ଆଗୁଆ ରହିଛି। ସ୍ଥାନୀୟ ନେତାଙ୍କ ମତାମତ ଆଧାରରେ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ତଦନୁଯାୟୀ ପ୍ରଚାରକୁ କ୍ରିୟାଶୀଳ କରାଯାଉଛି। ଛୋଟ ଛୋଟ ସଭା ଏବଂ ଘରକୁ ଘର କ୍ୟାମ୍ପେନକୁ ବିଜେଡି ଗୁରୁତ୍ୱ ଦେଉଥିବା ବେଳେ ନବୀନଙ୍କ ପ୍ରଚାର ବିଜେଡିକୁ ଏହି ଦୁଇବ୍ଲକରେ ଆହୁରି ମଜବୁତ୍ କରିବ। ଆସନ୍ତାକାଲି ବିଜେଡିର ସଭା ଉପନିର୍ବାଚନର ଫଳାଫଳ ନେଇ ନିଶ୍ଚିତଭାବେ ଏକ ପୂର୍ବାଭାଷ ପ୍ରଦାନ କରିବ ବୋଲି ମତ ଦେଇଛନ୍ତି ସ୍ଥାନୀୟ ରାଜନୈତିକ ସମୀକ୍ଷକ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର