ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଜୁନ୍ ୧୮ରେ ଭୋଟ୍

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ବିଧାନସଭା ସଚ୍ଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କାନ ପ୍ରକ୍ରିୟା। ୯ ତାରିଖରେ ହେବ ପାର୍ଥିପତ୍ର ଯାଞ୍ଚ । ସେହିପରି ୧୧ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହି ଦିନ ହିଁ ଭୋଟ୍ ଗଣତି କରାଯିବ। 

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ରାଜ୍ୟସଭା ଆସନ । ଗତ ମେ ୨୫ ତାରିଖରେ ଦେବାଶିଷ ରାଜ୍ୟସଭା ପଦରୁ ଦେଇଥିଲେ ଇସ୍ତଫା । ଏହି ଆସନ ପାଇଁ ହେବ ଉପ ନିର୍ବାଚନ । ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ଆସନ୍ତା ୧୮ରେ ରାଜ୍ୟସଭା ଉପ-ନିର୍ବାଚନ ହେଉଛି ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର