ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଜୁନ୍ ୧୮ରେ ଭୋଟ୍

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ବିଧାନସଭା ସଚ୍ଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କାନ ପ୍ରକ୍ରିୟା। ୯ ତାରିଖରେ ହେବ ପାର୍ଥିପତ୍ର ଯାଞ୍ଚ । ସେହିପରି ୧୧ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହି ଦିନ ହିଁ ଭୋଟ୍ ଗଣତି କରାଯିବ। 

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ରାଜ୍ୟସଭା ଆସନ । ଗତ ମେ ୨୫ ତାରିଖରେ ଦେବାଶିଷ ରାଜ୍ୟସଭା ପଦରୁ ଦେଇଥିଲେ ଇସ୍ତଫା । ଏହି ଆସନ ପାଇଁ ହେବ ଉପ ନିର୍ବାଚନ । ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ଆସନ୍ତା ୧୮ରେ ରାଜ୍ୟସଭା ଉପ-ନିର୍ବାଚନ ହେଉଛି ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର