ଜୁନ୍‌ ୧୫ ପର୍ଯ୍ୟନ୍ତ ହେବନାହିଁ ବିଦ୍ୟୁତ୍‌ କାଟ୍‌: ଟିପିସିଓଡିଏଲ୍‌

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ନିୟମିତ ରକ୍ଷଣବେକ୍ଷଣ ପାଇଁ ବିଦ୍ୟୁତ କାଟ୍‌ ହେବ ନାହିଁ। ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବଧିରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ କୌଣସି ଯୋଜନାବଦ୍ଧ […]

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ନିୟମିତ ରକ୍ଷଣବେକ୍ଷଣ ପାଇଁ ବିଦ୍ୟୁତ କାଟ୍‌ ହେବ ନାହିଁ। ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବଧିରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍‌ କରାଯିବ ନାହିଁ। ନୂତନ ସେବା ସଂଯୋଗ, ବିପଦଜନକ ସ୍ଥିତିର ମୁକାବିଲାରେ ସୁରକ୍ଷା ସମ୍ପର୍କିତ ଜରୁରୀକାଳୀନ ପଦକ୍ଷେପ କିମ୍ୱା ଜରୁରୀକାଳୀନ ପ୍ରକଳ୍ପ କାର୍ଯ୍ୟ ଭଳି ସ୍ଥିତି ଉପୁଜିଲେ ବିଦ୍ୟୁତ୍‌ ବିଭ୍ରାଟ ଘଟିପାରେ। ଏଭଳି କ୍ଷେତ୍ରରେ ପ୍ରଭାବିତ ହେବାକୁ ଥିବା ଗ୍ରାହକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ। ଗ୍ରୀଷ୍ମ ଋତୁରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବୁଝୁଛୁ। ଏହି ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ସହିତ ବିଶ୍ୱସନୀୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ବୋଲି ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର