କରୋନା ସଂକ୍ରମିତ କଏଦୀଙ୍କୁ ଜେଲ୍‌ ମନା

The Sakala Picture
Published On

ଭୁବନେଶ୍ୱର :  କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିିବାରେ ଲାଗିଛି। ଜେଲରେ ଯେପରି କଏଦୀମାନେ କରୋନା ସଂକ୍ରମଣ ନ ହୁଅନ୍ତି ସେଥିଲାଗି ଜେଲ ବିଭାଗ ଗୁରୁବାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ପ୍ରସ୍ତୁତ ହୋଇଥିବା ନୂଆ ମାର୍ଗଦର୍ଶିକାକୁ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜେଲ ଅଧୀକ୍ଷକଙ୍କ ନିକଟକୁ ପଠାଇଛନ୍ତି। ଯଦି କେହି ପଜିଟିଭ୍‍ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି […]

ଭୁବନେଶ୍ୱର :  କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିିବାରେ ଲାଗିଛି। ଜେଲରେ ଯେପରି କଏଦୀମାନେ କରୋନା ସଂକ୍ରମଣ ନ ହୁଅନ୍ତି ସେଥିଲାଗି ଜେଲ ବିଭାଗ ଗୁରୁବାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ପ୍ରସ୍ତୁତ ହୋଇଥିବା ନୂଆ ମାର୍ଗଦର୍ଶିକାକୁ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜେଲ ଅଧୀକ୍ଷକଙ୍କ ନିକଟକୁ ପଠାଇଛନ୍ତି। ଯଦି କେହି ପଜିଟିଭ୍‍ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ କୋଭିଡ଼ କେୟାର ସେଣ୍ଟର ଓ ଗୁରୁତରଙ୍କୁ କୋଭିଡ଼ କେୟାର ହସ୍ପିଟାଲ ପଠାଯିବ। କୌଣସି କୋଭିଡ଼ ପଜେଟିଭ୍‍ଙ୍କୁ ଜେଲ ଭିତରେ ରଖାଯିବା ନାହିଁଁ ବୋଲି ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

ଅନ୍ୟପଟରେ ଜେଲରେ କଏଦୀ ଯେପରି କୋଭିଡ଼ ଆକ୍ରାନ୍ତ ନ ହେବେ ସେଥିଲାଗି ଭରପୁର ଉଦ୍ୟମ କରାଯାଉଛି। ଜେଲ ଭିତର ନିୟମିତ ସାନିଟାଇଜ କରାଯିବା ସହ କଏଦୀଙ୍କୁ ମାସ୍କ ପିନ୍ଧିବା ପାଇଁ ଦିଆଯାଉଛି। ଖାଦ୍ୟ ଖାଇବା ପୂର୍ବରୁ ହାତ ଧେ।।ଇବା ପାଇଁ ବ୍ୟବସ୍ଥା କରାଯାଇଛି। ଖାଇବା ବେଳେ ମଧ୍ୟ କଏଦୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଦକ୍ଷେପ ନିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ପ୍ରଥମ ଲହରୀରେ ଜେଲ ବିଭାଗରେ ଏକାଧିକ କଏଦୀ ଆକ୍ରାନ୍ତ ହୋଇଥିଲେ। ଯେଉଁଥି ପାଇଁ ଜେଲରେ ଥିବା କଏଦୀଙ୍କୁ ପାରୋଲ ଏବଂ ଜାମିନରେ ପଠାଇ ଦିଆଯାଇଥିଲା। ସ୍ଥିତି ସୁଧୁରିବା ପରେ ଏହି କଏଦୀମାନେ ପୁଣି ଜେଲକୁ ଆସିଛନ୍ତି। ତେଣୁ ଜେଲରେ ଏବେ ଆବଶ୍ୟକୀୟ ଠାରୁ ଅଧିକ କଏଦୀ ରହିଛନ୍ତିି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

ତେଣୁ ଯେଉଁ ଜେଲରେ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି ସେମାନଙ୍କୁ ଖାଲିଥିବା ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ ବିଭାଗ ଚିନ୍ତା କରୁଛି। ଏଥିସହ ଛୋଟ ଅପରାଧ କରି ଗିରଫ ହୋଇଥିବା କଏଦୀଙ୍କୁ ଜାମିନ କିମ୍ବା ପାରୋଲରେ ପଠାଇବା ପାଇଁ ବିଚାର ଚାଲିଛି। ବିଶେଷ କରି ଯେଉଁମାନେ ଗିରଫ ହୋଇ ଜେଲ ଯାଉଛନ୍ତି ସେମାନଙ୍କ କୋଭିଡ଼ ଟେଷ୍ଟ ଉପରେ ଅଧିକ ଧ୍ୟାନ ଦେଉଛି ଜେଲ ବିଭାଗ। ଯେଉଁ ଅଭିଯୁକ୍ତମାନଙ୍କର କୋଭିଡ଼ ଟେଷ୍ଟ ହେଉନାହାଁନ୍ତି ସେମାନଙ୍କୁ ଜେଲ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗିରଫ କରୁଥିବା ପୁଲିସ ସେମାନଙ୍କୁ କୋଭିଡ଼ ପରୀକ୍ଷା କରି ସାଥିରେ ରିପୋର୍ଟ ଧରି ଜେଲକୁ ଆସୁଛନ୍ତି। ଜେଲ କର୍ତ୍ତୃପକ୍ଷ ସେମାନଙ୍କର କୋଭିଡ଼ ରିପୋର୍ଟ ଦେଖିବା ପରେ ଜେଲ ଭିତରକୁ ପ୍ରବେଶ କରାଉଛନ୍ତି। ନୂଆ କରି ଆସୁଥିବା କଏଦୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଉଛି। ସେମାନଙ୍କୁ ଅନ୍ୟ କଏଦୀଙ୍କ ସହ ମିଶିବାକୁ ଦିଆଯାଉନାହିଁ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

09 Apr 2021 By The Sakala

କରୋନା ସଂକ୍ରମିତ କଏଦୀଙ୍କୁ ଜେଲ୍‌ ମନା

ଭୁବନେଶ୍ୱର :  କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିିବାରେ ଲାଗିଛି। ଜେଲରେ ଯେପରି କଏଦୀମାନେ କରୋନା ସଂକ୍ରମଣ ନ ହୁଅନ୍ତି ସେଥିଲାଗି ଜେଲ ବିଭାଗ ଗୁରୁବାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ପ୍ରସ୍ତୁତ ହୋଇଥିବା ନୂଆ ମାର୍ଗଦର୍ଶିକାକୁ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜେଲ ଅଧୀକ୍ଷକଙ୍କ ନିକଟକୁ ପଠାଇଛନ୍ତି। ଯଦି କେହି ପଜିଟିଭ୍‍ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ କୋଭିଡ଼ କେୟାର ସେଣ୍ଟର ଓ ଗୁରୁତରଙ୍କୁ କୋଭିଡ଼ କେୟାର ହସ୍ପିଟାଲ ପଠାଯିବ। କୌଣସି କୋଭିଡ଼ ପଜେଟିଭ୍‍ଙ୍କୁ ଜେଲ ଭିତରେ ରଖାଯିବା ନାହିଁଁ ବୋଲି ନିର୍ଦେଶ ଦିଆଯାଇଛି।

ଅନ୍ୟପଟରେ ଜେଲରେ କଏଦୀ ଯେପରି କୋଭିଡ଼ ଆକ୍ରାନ୍ତ ନ ହେବେ ସେଥିଲାଗି ଭରପୁର ଉଦ୍ୟମ କରାଯାଉଛି। ଜେଲ ଭିତର ନିୟମିତ ସାନିଟାଇଜ କରାଯିବା ସହ କଏଦୀଙ୍କୁ ମାସ୍କ ପିନ୍ଧିବା ପାଇଁ ଦିଆଯାଉଛି। ଖାଦ୍ୟ ଖାଇବା ପୂର୍ବରୁ ହାତ ଧେ।।ଇବା ପାଇଁ ବ୍ୟବସ୍ଥା କରାଯାଇଛି। ଖାଇବା ବେଳେ ମଧ୍ୟ କଏଦୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଦକ୍ଷେପ ନିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ପ୍ରଥମ ଲହରୀରେ ଜେଲ ବିଭାଗରେ ଏକାଧିକ କଏଦୀ ଆକ୍ରାନ୍ତ ହୋଇଥିଲେ। ଯେଉଁଥି ପାଇଁ ଜେଲରେ ଥିବା କଏଦୀଙ୍କୁ ପାରୋଲ ଏବଂ ଜାମିନରେ ପଠାଇ ଦିଆଯାଇଥିଲା। ସ୍ଥିତି ସୁଧୁରିବା ପରେ ଏହି କଏଦୀମାନେ ପୁଣି ଜେଲକୁ ଆସିଛନ୍ତି। ତେଣୁ ଜେଲରେ ଏବେ ଆବଶ୍ୟକୀୟ ଠାରୁ ଅଧିକ କଏଦୀ ରହିଛନ୍ତିି।

ତେଣୁ ଯେଉଁ ଜେଲରେ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି ସେମାନଙ୍କୁ ଖାଲିଥିବା ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ ବିଭାଗ ଚିନ୍ତା କରୁଛି। ଏଥିସହ ଛୋଟ ଅପରାଧ କରି ଗିରଫ ହୋଇଥିବା କଏଦୀଙ୍କୁ ଜାମିନ କିମ୍ବା ପାରୋଲରେ ପଠାଇବା ପାଇଁ ବିଚାର ଚାଲିଛି। ବିଶେଷ କରି ଯେଉଁମାନେ ଗିରଫ ହୋଇ ଜେଲ ଯାଉଛନ୍ତି ସେମାନଙ୍କ କୋଭିଡ଼ ଟେଷ୍ଟ ଉପରେ ଅଧିକ ଧ୍ୟାନ ଦେଉଛି ଜେଲ ବିଭାଗ। ଯେଉଁ ଅଭିଯୁକ୍ତମାନଙ୍କର କୋଭିଡ଼ ଟେଷ୍ଟ ହେଉନାହାଁନ୍ତି ସେମାନଙ୍କୁ ଜେଲ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗିରଫ କରୁଥିବା ପୁଲିସ ସେମାନଙ୍କୁ କୋଭିଡ଼ ପରୀକ୍ଷା କରି ସାଥିରେ ରିପୋର୍ଟ ଧରି ଜେଲକୁ ଆସୁଛନ୍ତି। ଜେଲ କର୍ତ୍ତୃପକ୍ଷ ସେମାନଙ୍କର କୋଭିଡ଼ ରିପୋର୍ଟ ଦେଖିବା ପରେ ଜେଲ ଭିତରକୁ ପ୍ରବେଶ କରାଉଛନ୍ତି। ନୂଆ କରି ଆସୁଥିବା କଏଦୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଉଛି। ସେମାନଙ୍କୁ ଅନ୍ୟ କଏଦୀଙ୍କ ସହ ମିଶିବାକୁ ଦିଆଯାଉନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର