ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

The Sakala Picture
Published On

ନୟାଗଡ଼: ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇଛି । ଆସନ୍ତା ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ […]

ନୟାଗଡ଼: ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

ଆସନ୍ତା ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହେବ। ଏନେଇ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି। ସୂଚନା ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହେବ।

ଆହୁରି ପଢ଼ନ୍ତୁ: ଘୁଞ୍ଚିଲା OSSSC CRE-2025 ପରୀକ୍ଷା ତାରିଖ: ଜୁନ୍ ୨୮ରେ ହେବ ପରୀକ୍ଷା, ଏହି ଦିନରୁ ମିଳିବ ଆଡମିଟ୍ କାର୍ଡ

ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବୈଠକକୁ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିବେ। ବୈଠକରେ ପଞ୍ଚାୟତର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିବାକୁ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

01 Apr 2021 By The Sakala

ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼: ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇଛି ।

ଆସନ୍ତା ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହେବ। ଏନେଇ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି। ସୂଚନା ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହେବ।

ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବୈଠକକୁ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିବେ। ବୈଠକରେ ପଞ୍ଚାୟତର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିବାକୁ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର