କନ୍ଦାଉଛି ୨୨୦ ନମ୍ବର ଜାତୀୟ ରାଜପଥ, କେନ୍ଦ୍ରର ବିକାଶ ରୂପ ଏମିତି…!

The Sakala Picture
Published On

ରାଇରଙ୍ଗପୁର: ଖୋଜିଖୋଜି ଥକିଗଲେ ବି ପିଚୁ ଟିକିଏ ଦେଖିବାକୁ ମିଳିବନି। ଠାଏ ଠାଏ ବଜୁରି ମୁଠାଏ ମିଳିଗଲେ କେଡ଼େ କଥା; ଖାଲି କାଦୁଅ, ଖାଲଖମା ଆଉ ବଡ଼ବଡ଼ ଓସାରିଆ ଗାତ। ଯିବା ତ ଦୂରର କଥା, ଦୂରରୁ ଦେଖିଦେଲେ ବି ଦେହ ଶିହରି ଉଠିବ। ଆଉ ଯଦି ମନକୁ ଟାଣ କରି ଆଗକୁ ମାଡ଼ିଗଲ, ତେବେ ଭଗବାନ ହିଁ ଭରସା। ପାଦେ ପାଦେ ଛକି ବସିଛି ମୃତ୍ୟୁ। ଟିକିଏ ଓଲମ୍‌ ବିଲମ୍‌ ହେଲେ ସିଧା କୋଉ ଲୁହାପଥର […]

ରାଇରଙ୍ଗପୁର: ଖୋଜିଖୋଜି ଥକିଗଲେ ବି ପିଚୁ ଟିକିଏ ଦେଖିବାକୁ ମିଳିବନି। ଠାଏ ଠାଏ ବଜୁରି ମୁଠାଏ ମିଳିଗଲେ କେଡ଼େ କଥା; ଖାଲି କାଦୁଅ, ଖାଲଖମା ଆଉ ବଡ଼ବଡ଼ ଓସାରିଆ ଗାତ। ଯିବା ତ ଦୂରର କଥା, ଦୂରରୁ ଦେଖିଦେଲେ ବି ଦେହ ଶିହରି ଉଠିବ। ଆଉ ଯଦି ମନକୁ ଟାଣ କରି ଆଗକୁ ମାଡ଼ିଗଲ, ତେବେ ଭଗବାନ ହିଁ ଭରସା। ପାଦେ ପାଦେ ଛକି ବସିଛି ମୃତ୍ୟୁ। ଟିକିଏ ଓଲମ୍‌ ବିଲମ୍‌ ହେଲେ ସିଧା କୋଉ ଲୁହାପଥର ଟ୍ରକ୍‌ ତଳେ ଜୀବନ ଚାଲିଯିବ; ତା’ କେହି କହିପାରିବେ ନାହିଁ। କାର୍‌, ବାଇକ୍‌ କଥା ଦୂରେ ଥାଉ, ଚାଲିଚାଲି ଯିବା ବି ଅଗ୍ନିସମୁଦ୍ର ପାରି ହେବା ସହ ସମାନ। ଏ ହେଉଛି ଓଡ଼ିଶାର ଖଣିଖାଦାନ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡର ଷ୍ଟିଲ୍‌ ସିଟି ଜାମସେଦୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୨୦ ଅବସ୍ଥା। ବିଶେଷକରି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ତିରିଂ ଅଞ୍ଚଳଠାରୁ ଝାଡ଼ଖଣ୍ଡର ଜାମସେଦପୁର ଯିବା ରାସ୍ତାର ବାଲିଡ଼ିହିଠାରୁ ରସୁନଚୋପା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ମୁଖ୍ୟ ରାସ୍ତା ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ଜାତୀୟ ରାଜପଥ କି କୋଉ ଧାନବିଲ, ତାହା କେହି ଠଉରାଇପାରିବେ ନାହିଁ। ରାସ୍ତା ଅବସ୍ଥା ଏମିତି ଯେ ଏ ରାସ୍ତା ଦେଇ ଯାତ୍ରୀବାହୀ ଗାଡ଼ି ଚଳାଚଳ କେବେଠାରୁ ବନ୍ଦ ହୋଇଗଲାଣି। ଖାଲି ଯାଉଛି ଲୁହା ପଥର ବୋଝେଇ ଟ୍ରକ୍‌। କିନ୍ତୁ ବିକାଶର ଡିଣ୍ଡିମ ପିଟୁଥିବା କେନ୍ଦ୍ରର ବିଜେପି ସରକାର ଆଖିକୁ ଏହା ଦିଶୁନି। ସ୍ଥାନୀୟ ଲୋକପ୍ରତିନିଧିଠୁ ଆରମ୍ଭ କରି ବିଭାଗୀୟ କର୍ତୃପକ୍ଷ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

ସୂଚନାଯୋଗ୍ୟ, ତତ୍କାଳୀନ କେନ୍ଦ୍ରର ୟୁପିଏ ସରକାର ନକ୍ସଲ ସମସ୍ୟାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ବିଜୟୱାଡା-ରାଞ୍ଚି ୨୨୦ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଥିଲେ। ପରବର୍ତ୍ତୀ ସମୟରେ ଏହି ଜାତୀୟ ରାଜପଥ ଓଡ଼ିଶାର କେନ୍ଦୁଝର ଅଞ୍ଚଳର ଲୁହାପଥର ଖଣିରୁ ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମସେଦପୁରକୁ ମାଲ ପରିବହନ କ୍ଷେତ୍ରରେ ବିଶେଷ ଅର୍ଥନୈତିକ କରିଡର୍‌ ଭାବେ ଅଭିବୃଦ୍ଧିର ମାଧ୍ୟମ ପାଲଟିଥିଲା। ବର୍ତ୍ତମାନ ଏହି ଜାତୀୟ ରାଜପଥ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଢେଙ୍କିକୋଟ-ଯଶିପୁର-ରାଇରଙ୍ଗପୁର-ତିରିଂ ସୀମା ହୋଇ ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମସେଦପୁର ଓ ରାଞ୍ଚିକୁ ସଂଯୋଗ କରୁଛି। କିନ୍ତୁ ଏବେ ଏହି ରାଜପଥ ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପାଞ୍ଚପିଢ଼ ଓ ବାମନଘାଟି ଉପଖଣ୍ଡବାସୀଙ୍କ ପ୍ରମୁଖ ବ୍ୟାବସାୟିକ ସହର ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମସେଦପୁର (ଟାଟା)କୁ ଯାଆଆସ ବାଟ ବନ୍ଦ ସଦୃଶ। ମୁଖ୍ୟ ରାସ୍ତା ଖାଲଖମାରେ ଭର୍ତ୍ତି ଥିବା ବେଳେ ଯାତ୍ରୀବାହୀ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

ମାଲ ପରିବହନ ଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଜାତୀୟ ରାଜପଥ ନଂ. ୨୨୦ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଇରଙ୍ଗପୁର ଅଞ୍ଚଳ ବ୍ୟବସାୟ କ୍ଷେତ୍ରରେ ଜାମସେଦପୁର ଉପରେ ନିର୍ଭର ରହିଛି। ଏହାବ୍ୟତୀତ ଆଦିବାସୀବହୁଳ ଖଣି ଅଞ୍ଚଳ କେନ୍ଦୁଝର ଏବଂ ରାଇରଙ୍ଗପୁର ଅଞ୍ଚଳର ଲୁହାପଥରଗୁଡ଼ିକୁ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁରକୁ ପ୍ରତିଦିନ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଭାରୀଯାନଗୁଡ଼ିକ ମାଧ୍ୟମରେ ପରିବହନ କରାଯାଉଛି। ଲୁହାପଥରଗୁଡ଼ିକ ପଶ୍ଚିମବଙ୍ଗର ଆସନସୋଲ, ଦୁର୍ଗାପୁର, ପୁରୁଲିଆ ଏବଂ ଝାଡ଼ଖଣ୍ଡ ରାଜ୍ୟ ରାମଗଡ଼, ଧାନବାଦ, ଗିରିଡିହି, ଜାମସେଦପୁର ସହରର ବିସ୍କୋ, କେୱାଇଏସ ସ୍ପଞ୍ଜ, ବିହାର ସ୍ପଞ୍ଜ ଆଇରନ ପ୍ଲାଣ୍ଟ ସହ ଅଦିତ୍ୟପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳର ଅନ୍ୟ ପ୍ଲାଣ୍ଟଗୁଡ଼ିକକୁ ରପ୍ତାନୀ କରାଯାଉଛି। କିନ୍ତୁ କେନ୍ଦୁଝର ଅଞ୍ଚଳରୁ ଜାମସେଦପୁର ସ୍ଥିତ କାରଖାନା ପର୍ଯ୍ୟନ୍ତ ଲୁହାପଥର ବା ଅନ୍ୟାନ୍ୟ ମାଲ ପରିବହନ ସମୟରେ ଓଭରଲୋଡିଂ ପାଇଁ କୌଣସି ଯାଞ୍ଚ ମଧ୍ୟ କରାଯାଉନାହିଁ। ବର୍ତ୍ତମାନ ଓଭର୍‌ଲୋଡିଂ ଭାରୀଯାନ ଚଳାଚଳ ଯୋଗୁଁ ରାଞ୍ଚି ବିଜୟୱାଡା ୨୨୦ ନଂ. ଜାତୀୟ ରାଜପଥ ବିପର୍ଯ୍ୟସ୍ତ ହୋଇ ମରଣଯନ୍ତା ପାଲଟିଯାଇଛି।

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

ମୟୂରଭଞ୍ଜ ଜିଲ୍ଲାର ଯଶିପୁର ମୁଖ୍ୟ ବଜାର ମାର୍ଗ ଖାଲଖମା ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଜିଲ୍ଲା ସୀମାନ୍ତ ତିରିଂ ଅଞ୍ଚଳଠାରୁ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ଯିବା ଜାତୀୟ ରାଜପଥ ବାଲିଡ଼ିହିଠାରୁ ରସୁନଚୋପା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭାରୀଯାନ ଚଳାଚଳ ଯୋଗୁଁ ସମ୍ପୂର୍ଣ୍ଣ ମୁଖ୍ୟରାସ୍ତାରେ ପ୍ରାୟ ତିନି ଫୁଟରୁ ଊର୍ଦ୍ଧ୍ବ ଗାତ ସୃଷ୍ଟି ହୋଇଯାଇଛି। ଯାତ୍ରୀବାହୀ ବସ୍‌ ଓ ଦୁଇଚକିଆ ଯାନଗୁଡ଼ିକର ଚାଳନା କଷ୍ଟକର ହୋଇଯାଇଛି।

ରାସ୍ତାର ଏମିତି ଅବସ୍ଥା ଯୋଗୁଁ ବର୍ତ୍ତମାନ ଜାତୀୟ ରାଜପଥ ୨୨୦ରେ ସାଧାରଣ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ଆତଯାତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଇରଙ୍ଗପୁରଠାରୁ ଯାତ୍ରୀବାହୀ ବସ୍‌ଗୁଡ଼ିକ ସହ ମାଲବାହୀ ଟ୍ରକ୍‌ଗୁଡ଼ିକ ଚାଇଁବସା, ରାଜନଗର କିମ୍ବା ଲାଇଲମ ଘାଟି ରାସ୍ତାକୁ ବିକଳ୍ପ ରାସ୍ତା ରୂପେ ବ୍ୟବହାର କରୁଛନ୍ତି। ଜାତୀୟ ରାଜପଥ ୨୨୦କୁ ମରାମତି ପାଇଁ ଅଞ୍ଚଳବାସୀ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କଠାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ପରେ ବି ଏନେଇ କୌଣସି ସମାଧାନ ରାସ୍ତା ବାହାରି ପାରିନି। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ), ଚଣ୍ଡିଖୋଲର ପ୍ରକଳ୍ପ ନିର୍ଦେଶକ ଜେପି ବର୍ମାଙ୍କୁ ଯୋଗାଯୋଗ କରିବାରୁ ୨୨୦ ନମ୍ବର ଜାତୀୟ ରାଜପଥ ଏନ୍‌ଏଚ୍‌ଏଆଇ ଅଧୀନକୁ ଆସିନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଏହି ରାଜପଥର ରକ୍ଷଣାବେକ୍ଷଣ କାର୍ଯ୍ୟ ଅବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇନାହିଁ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥର ଭାଗ୍ୟ ଅନ୍ଧକାର ମଧ୍ୟରେ ଝୁଲି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକପ୍ରତିନିଧି ଆଗକୁ ଆସିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

07 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର