ଘୋଷଣା ହେଲା ନୂଆ ଏନଏସି ଓ ମ୍ୟୁନିସିପାଲିଟି

The Sakala Picture
Published On

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି। 5T ଅଧ୍ୟକ୍ଷଙ୍କ  କାର୍ତ୍ତିକ ପାଣ୍ଡିଆନ୍ ଙ୍କ […]

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

5T ଅଧ୍ୟକ୍ଷଙ୍କ  କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା – ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର