ଆଜି ନେତ୍ର ଉତ୍ସବ: ଆସନ୍ତାକାଲି ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଜାଣନ୍ତୁ କେଉଁବାଟେ ଯିବେ….

The Sakala Picture
Published On

ଭୁବନେଶ୍ୱର: ଆଜି ନେତ୍ର ଉତ୍ସବ । ପ୍ରତିଷ୍ଠା ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦ ତାରିଖଠାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଦଶପଲ୍ଲାରୁ ରଥ କାଠ ଆସିବା ପରେ ୫୫ ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆସନ୍ତାକାଲି ଗଡ଼ିବ ବାବାଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି […]

ଭୁବନେଶ୍ୱର: ଆଜି ନେତ୍ର ଉତ୍ସବ । ପ୍ରତିଷ୍ଠା ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦ ତାରିଖଠାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଦଶପଲ୍ଲାରୁ ରଥ କାଠ ଆସିବା ପରେ ୫୫ ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆସନ୍ତାକାଲି ଗଡ଼ିବ ବାବାଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଆସନ୍ତାକାଲି ଆଶୋକାଷ୍ଟମୀରେ ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା । ୫ ଦିନ ବ୍ୟାପୀ ହେବାକୁ ଥିବା ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ହେବ ବାହୁଡ଼ା । ଦୁଇବର୍ଷ ପରେ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ମିଳିବ ରଥ ଟାଣିବାର ସୁଯୋଗ । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେବାକୁ ଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ୩୬ପାଳିଆ ସେବାୟତଙ୍କ ଦ୍ୱାରା ରୁକୁଣା ରଥର ନୀତିକାନ୍ତି ସମାପନ ହେବ। ଚଳିତବର୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା ହେଉଥିବାରୁ ଶୃଙ୍ଖଳିତଭାବେ ରଥ ସମାପନ ପାଇଁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ଲାଗି ୧୭ ପ୍ଲାଟୁନ ଫୋର୍ସ ସହ ୧୦୦ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

କେଉଁବାଟେ ଯିବେ
କୌଣସି ଯାନବାହନ ମାଉସୀ ମା’ ଛକ ଠାରୁ ରଥରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ିଗୁଡିକ ମାଉସୀ ମା’ ଛକ ଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବ।

ରଥରୋଡର ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳି, ହରଚଣ୍ଡି ଗଳି, ମୁନା ମେଡିକାଲ ଗଳି, ପୁନମା ଗେଟ୍‍ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥରୋଡ ସହ ସଂଯୋଗୀକରଣ କରାଯାଇଛି। ସେହି ରାସ୍ତା ଅଥବା ଗଳିରୁ କୌଣସି ଯାନବାହନ ରଥରୋଡରେ ଯିବା ଆସିବା କରିପାରିବ ନାହିଁ।

ରଥଖଳା ଠାରୁ ରଥରୋଡରେ କୌଣସି ଯାନବାହନକୁ ଯିବା ଆସିବା କରିବା ଲାଗି ଅନୁମତି ଦିଆଯିବନାହିଁ। ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟୁ ବିଏମ୍‍ସି କମ୍ପେ୍ଲକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯିବା ଆସିବା କରିପାରିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର