ଲାଞ୍ଚ ମାମଲାରେ କୁସୁମୀ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ୪ବର୍ଷ କାରାଦଣ୍ଡାଦେଶ, ଚାକିରୀରୁ ବରଖାସ୍ତ କରିବା ପାଇଁ ସୁପାରିଶ

The Sakala Picture
Published On

ବାରିପଦା: ଭୁବନେଶ୍ୱର ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଶନିବାର ଏକ ଦୁର୍ନୀତି ମାମଲାର ରାୟ ପ୍ରକାଶ ପାଇଛି। ସତନ୍ତ୍ର ବିଚାରପତି ଏହାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକରେ କାର୍ଯ୍ୟରତ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷର କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୨ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ […]

ବାରିପଦା: ଭୁବନେଶ୍ୱର ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଶନିବାର ଏକ ଦୁର୍ନୀତି ମାମଲାର ରାୟ ପ୍ରକାଶ ପାଇଛି। ସତନ୍ତ୍ର ବିଚାରପତି ଏହାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକରେ କାର୍ଯ୍ୟରତ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷର କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୨ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅଭିଯୁକ୍ତ ଜଣକ ହେଲେ ଲୁଦାସିନି ନାୟକ। ସେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ଅନ୍ୟ ଜାତିରେ ବିବାହ କାର୍ଯ୍ୟ ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଲୁଦାସିନିଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା। ଅଭିଯୋଗ ମୁତାବକ ଭିଜିଲାନ୍ସ ସେଲରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଉକ୍ତ ମାମଲାର କୋର୍ଟରେ ବିଚାର କରି ସାକ୍ଷୀ, ବୟାନ ଓ ପ୍ରମାଣ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି। ଉକ୍ତ ମାମଲାକୁ ସତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଆଇନଜୀବୀ ହେମନ୍ତ କୁମାର ସ୍ୱାଇଁ ପରିଚାଳନା କରୁଥିଲେ। ଲୁଦାସିନୀ ନାୟକଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଭିଜିଲାନ୍ସ ବିଭାଗ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତାରେ କଥା ହେଉଥିବା ବେଳେ ଜବରଦସ୍ତି ବିବାହ କରାଇଦେଲେ ସ୍ଥାନୀୟ ଲୋକେ, ଉଭୟ ଥାନାରେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp