ଫେବୃଆରୀରୁ ଅସହ୍ୟ ତାତି: ୩୮ ଡିଗ୍ରୀ ଛୁଇଁଲା ୩ ସ୍ଥାନର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର : ଫେବୃଆରୀ ମାସରେ ଅସହ୍ୟ ତାତି। ଯେଉଁ ସମୟରେ ଶୀତ ଲାଗିରହିଥାଏ, ସେହି ସମୟରେ ଲୋକ ଖରା ଗରମରେ କଲବଲ ହେବାକୁ ଲାଗିଲେଣି। ପୂରା ଓଡ଼ିଶା‌ରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀ‌ରେ ବୃଦ୍ଧି ପାଉଛି। ଆଜି ବୌଦ୍ଧ, ନୟାଗଡ ଏବଂ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଯାଇଛି ।  ସେହପିରି ୬ ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୩୭ ଡିଗ୍ରୀ  ପାର […]

ଭୁବନେଶ୍ବର : ଫେବୃଆରୀ ମାସରେ ଅସହ୍ୟ ତାତି। ଯେଉଁ ସମୟରେ ଶୀତ ଲାଗିରହିଥାଏ, ସେହି ସମୟରେ ଲୋକ ଖରା ଗରମରେ କଲବଲ ହେବାକୁ ଲାଗିଲେଣି। ପୂରା ଓଡ଼ିଶା‌ରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀ‌ରେ ବୃଦ୍ଧି ପାଉଛି। ଆଜି ବୌଦ୍ଧ, ନୟାଗଡ ଏବଂ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଯାଇଛି ।  ସେହପିରି ୬ ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୩୭ ଡିଗ୍ରୀ  ପାର କରିଥିବା ୬ ସହର ଗୁଡିକ ମଧ୍ଯରେ ଅଛନ୍ତି- ଭୁବନେଶ୍ବର, ବାରିପଦା, ଝାରସୁଗୁଡା, ବଲାଙ୍ଗୀର, ଭବାନୀପଟଣା, ସୁବର୍ଣ୍ଣପୁର ।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୪ଡିଗ୍ରୀ ଯାଏଁ  ବୃଦ୍ଧି ହେବାର ସମ୍ଭାବନା ରହିଛି ।

ସେପଟେ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶରେେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପଟେ ଏଥର ଗ୍ରୀଷ୍ମ ଋତୁରେ ଏଲ-ନିନୋର ସକ୍ରିୟ ରହିବ। ସାଧାରଣତଃ ଏଲ-ନିନୋ ବର୍ଷରେ ଗରମ ଅଧିକ ହେଉଥିବା ନଜୀର ରହିଥିବାରୁ ୨୦୨୨ ତୁଳନାରେ ୨୦୨୩ ଗ୍ରୀଷ୍ମର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ରାଜ୍ୟ ସରକରା ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ ଓ ଅଂଶୁଘାତ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି।

23 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର