ବିଦେଶୀ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି ସାତକୋଶିଆର ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ

The Sakala Picture
Published On

ନୟାଗଡ଼(ଅନୀଲ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲାରେ ରହିଥିବା ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ତୁଳନାରେ ସାତକୋଶିଆ ବିଦେଶୀ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ଏହି ସ୍ଥାନର ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ବେଶ ମନମୁଗ୍ଧକର ହେଉଛି। ବଡ଼ମୂଳଠାରୁ ଅଣଓସାରିଆ ମହାନଦୀରେ ନୀଳ ଜଳରାଶିରେ ନୌକା ବିହାର କରିବାର ମଜା ଅଲଗା। ବନବିଭାଗ ପକ୍ଷରୁ ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇଥିବା ବେଳେ ବେସରକାରୀ ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି। ମହାନଦୀର ଶୀତଳ ଜଳରାଶି, ଶାନ୍ତ ପରିବେଶ, ସବୁଜ ସୌନ୍ଦର୍ଯ୍ୟକୁ ଉପଭୋଗ […]

ନୟାଗଡ଼(ଅନୀଲ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲାରେ ରହିଥିବା ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ତୁଳନାରେ ସାତକୋଶିଆ ବିଦେଶୀ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ଏହି ସ୍ଥାନର ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ବେଶ ମନମୁଗ୍ଧକର ହେଉଛି। ବଡ଼ମୂଳଠାରୁ ଅଣଓସାରିଆ ମହାନଦୀରେ ନୀଳ ଜଳରାଶିରେ ନୌକା ବିହାର କରିବାର ମଜା ଅଲଗା। ବନବିଭାଗ ପକ୍ଷରୁ ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇଥିବା ବେଳେ ବେସରକାରୀ ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ମହାନଦୀର ଶୀତଳ ଜଳରାଶି, ଶାନ୍ତ ପରିବେଶ, ସବୁଜ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସାତକୋଶିଆ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅଞ୍ଚଳରେ ରହିଥିବା ମହାନଦୀ ଅବବାହିକାରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ମହାନଦୀରେ ତମ୍ୱୁ ଘରେ ରହିବାର ସୁଯୋଗ ମିଳୁଛି। ଏହା ହେଉଛି ମଙ୍ଗାନାସୀ ବଡମୂଳ ଇକୋ ଟୁରିଜିମ୍‌‌ ପ୍ରକଳ୍ପ। ଜିଲ୍ଲାର ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଏହି ସ୍ଥାନକୁ ପରିଭ୍ରମଣରେ ଆସିବା ସହ ପରିବେଶ ପର୍ଯ୍ୟଟନ ମଜା ଉଠାଇଥାନ୍ତି।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧିନ ମଙ୍ଗାନାସୀଠାରେ ଅବସ୍ଥିତ ବଡମୂଳ ସାଉଥ୍‌‌ ସ୍ୟାଣ୍ଡ ରିର୍ସୋଟ ତଥା ସାତକୋଶିଆ ସ୍ୟାଣ୍ଡ ରିର୍ସୋଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ରେକର୍ଡ ସୃଷ୍ଟି କରିଛି। ଅନ୍ୟ ଇକୋ ଟୁରିଜିମ୍‌‌ ପ୍ରକଳ୍ପ ମଧ୍ୟରୁ ସାତକୋଶିଆ ସ୍ୟାଣ୍ଡ ରିର୍ସୋଟ ସବୁଠାରୁ ଅଧିକ ଆୟ ଦେଇଛି। ୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି। ମୁଦୁଲିଗାଡିଆ ଗ୍ରାମର ମା ସାତଭଉଣୀ ପରିବେଶ ବିକାଶ ସମିତି ସହ ସହବନ୍ଧିତ ହୋଇ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଏହାର ନିର୍ମାଣ କରିଥିଲା। ପ୍ରଥମେ ୬ଟି ସ୍ଥାୟୀ ଟେଣ୍ଟ ନିର୍ମାଣ ହୋଇଥିବା ବେଳେ ଏବେ ସ୍ଥାୟୀ ଟେଣ୍ଟ ସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିଛି। ଶୀତଋତୁରେ ମହାନଦୀ ପଠାରେ ଅସ୍ଥାୟୀ ଟେଣ୍ଟ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ମୋଟ ୨୩ଟି ଟେଣ୍ଟ ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇଛି। ୩୪ ଜଣ ସଦସ୍ୟଙ୍କୁ ନେଇ ଏହାର ପରିଚାଳନା କରାଯାଉଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଶୀତାତାପ ନିୟନ୍ତ୍ରିତ ଟେଣ୍ଟରେ ରହିବା ବ୍ୟବସ୍ଥା ସହ ଜଙ୍ଗଲ ଟ୍ରାକିଂ, ବୋଟିଂ, ଲୋକନୃତ୍ୟ, ଝୁଲା ବ୍ରିଜ, ସାଇକେଲିଂ କରିବାର ମଜା ନେଇ ପାରୁଛନ୍ତି। ନୟାଗଡ଼ ଜିଲ୍ଲାରେ ରହିଥିବା ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ତୁଳନାରେ ଏହି ସ୍ଥାନ ବିଦେଶୀ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି ।

ଆହୁରି ପଢ଼ନ୍ତୁ: ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp