ନୟାଗଡ଼‘ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍‌

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି । କଣ୍ଟିଲୋ ନିକଟସ୍ଥ ବାଣପୁର ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ପାଇଁ […]

ନୟାଗଡ଼ : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି । କଣ୍ଟିଲୋ ନିକଟସ୍ଥ ବାଣପୁର ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ପାଇଁ ଦାବି ରଖିଥିଲା । ଏଥିନିମନ୍ତେ ଓୟୁଏଟି ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରି ଆସିଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ ୩୧ ର ମାନ୍ୟତା ମିଳିଛି ।

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Kanteimundi brinjal gets GI tag

ଆହୁରି ପଢ଼ନ୍ତୁ: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ରତା ଲାଭ କରିଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ସବୁଜ କରଣର । ଏହାର ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ । ଅନ୍ୟ ବାଇଗଣ ଠାରୁ ଏହାର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟେକ ବାଇଗଣ ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ । ସ୍ୱାଦ ମଧ୍ୟ ସ୍ୱତନ୍ତ୍ର ରହିଛି । ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ନୟାଗଡ଼ ଜିଲ୍ଲାର କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମିଳିଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ଜରିଆରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ନୟାଗଡ଼ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ଭାପୁର ଓ ଖଣ୍ଡପଡ଼ା ବ୍ଲକର ଅନେକ ଗାଁରେ କଣ୍ଟେଇ ମୁଣ୍ଡି ବାଇଗଣ ଚାଷ କରାଯାଇଥାଏ । କରବର, ବଡ଼ବର, ପଦ୍ମାବତୀ, ପଥରଚକଡ଼ା, ବଡ଼ବାଣପୁର ପ୍ରଭୃତି ଗାଁରେ ବ୍ୟାପକ ଭାବେ ଚାଷ କରାଯାଏ । କଣ୍ଟିଲୋ ନିକଟବର୍ତ୍ତୀ ସ୍ଥାନ ଏବଂ କଣ୍ଟା ଯୁକ୍ତ ବାଇଗଣ ବୋଲି ଏହାକୁ କଣ୍ଟେଇ ମୁଣ୍ଡି ବୋଲି କୁହାଯାଇଥାଏ । କଣ୍ଟେଇ ମୁଣ୍ଡି ବାଇଗଣ ୧୦୦ ବର୍ଷ ତଳୁ ଚାଷ କରାଯାଉଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଲୋକେ ପାହାଡ଼ ତଳୁ ଏହି ପ୍ରଜାତୀର ବାଇଗଣକୁ ପାଇଥିଲେ । ତାକୁ ଆଣି ମଞ୍ଜି ସଂଗ୍ରହ କରି କାଳକ୍ରମେ ଚାଷ କରାଯାଉଥିବା ନେଇ ରାଜ୍ୟ ଅଭିଲେଖାଗାରରୁ ସୂଚନା ମିଳିଥିବା ଜଣାପଡ଼ିଛି । ଜୁଲାଇରୁ ଅଗଷ୍ଟ ମାସରେ ଏହି ଚାରା ରୋପଣ କରାଯାଇଥାଏ । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଏହି ଚାଷ କରାଯାଉଥିବା ନେଇ ବାଣିଜ୍ୟ ମନ୍ତ୍ରାଳୟ ଗ୍ରହଣ କରିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp