ନୟାଗଡ଼‘ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍‌

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି । କଣ୍ଟିଲୋ ନିକଟସ୍ଥ ବାଣପୁର ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ପାଇଁ […]

ନୟାଗଡ଼ : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି । କଣ୍ଟିଲୋ ନିକଟସ୍ଥ ବାଣପୁର ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ପାଇଁ ଦାବି ରଖିଥିଲା । ଏଥିନିମନ୍ତେ ଓୟୁଏଟି ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରି ଆସିଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ ୩୧ ର ମାନ୍ୟତା ମିଳିଛି ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ଅସଦାଚରଣ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ବେଳେ ଉତ୍ତେଜନା, ୩୮ ଜଣ ଅଟକ

Kanteimundi brinjal gets GI tag

ଆହୁରି ପଢ଼ନ୍ତୁ: କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ

ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ରତା ଲାଭ କରିଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ସବୁଜ କରଣର । ଏହାର ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ । ଅନ୍ୟ ବାଇଗଣ ଠାରୁ ଏହାର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟେକ ବାଇଗଣ ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ । ସ୍ୱାଦ ମଧ୍ୟ ସ୍ୱତନ୍ତ୍ର ରହିଛି । ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ନୟାଗଡ଼ ଜିଲ୍ଲାର କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମିଳିଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ଜରିଆରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ

ନୟାଗଡ଼ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ଭାପୁର ଓ ଖଣ୍ଡପଡ଼ା ବ୍ଲକର ଅନେକ ଗାଁରେ କଣ୍ଟେଇ ମୁଣ୍ଡି ବାଇଗଣ ଚାଷ କରାଯାଇଥାଏ । କରବର, ବଡ଼ବର, ପଦ୍ମାବତୀ, ପଥରଚକଡ଼ା, ବଡ଼ବାଣପୁର ପ୍ରଭୃତି ଗାଁରେ ବ୍ୟାପକ ଭାବେ ଚାଷ କରାଯାଏ । କଣ୍ଟିଲୋ ନିକଟବର୍ତ୍ତୀ ସ୍ଥାନ ଏବଂ କଣ୍ଟା ଯୁକ୍ତ ବାଇଗଣ ବୋଲି ଏହାକୁ କଣ୍ଟେଇ ମୁଣ୍ଡି ବୋଲି କୁହାଯାଇଥାଏ । କଣ୍ଟେଇ ମୁଣ୍ଡି ବାଇଗଣ ୧୦୦ ବର୍ଷ ତଳୁ ଚାଷ କରାଯାଉଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଲୋକେ ପାହାଡ଼ ତଳୁ ଏହି ପ୍ରଜାତୀର ବାଇଗଣକୁ ପାଇଥିଲେ । ତାକୁ ଆଣି ମଞ୍ଜି ସଂଗ୍ରହ କରି କାଳକ୍ରମେ ଚାଷ କରାଯାଉଥିବା ନେଇ ରାଜ୍ୟ ଅଭିଲେଖାଗାରରୁ ସୂଚନା ମିଳିଥିବା ଜଣାପଡ଼ିଛି । ଜୁଲାଇରୁ ଅଗଷ୍ଟ ମାସରେ ଏହି ଚାରା ରୋପଣ କରାଯାଇଥାଏ । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଏହି ଚାଷ କରାଯାଉଥିବା ନେଇ ବାଣିଜ୍ୟ ମନ୍ତ୍ରାଳୟ ଗ୍ରହଣ କରିଥିବା ସୂଚନା ମିଳିଛି ।

01 Sep 2023 By The Sakala

ନୟାଗଡ଼‘ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍‌

ନୟାଗଡ଼ : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି । କଣ୍ଟିଲୋ ନିକଟସ୍ଥ ବାଣପୁର ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ପାଇଁ ଦାବି ରଖିଥିଲା । ଏଥିନିମନ୍ତେ ଓୟୁଏଟି ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରି ଆସିଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ ୩୧ ର ମାନ୍ୟତା ମିଳିଛି ।

Kanteimundi brinjal gets GI tag

ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ରତା ଲାଭ କରିଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ସବୁଜ କରଣର । ଏହାର ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ । ଅନ୍ୟ ବାଇଗଣ ଠାରୁ ଏହାର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟେକ ବାଇଗଣ ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ । ସ୍ୱାଦ ମଧ୍ୟ ସ୍ୱତନ୍ତ୍ର ରହିଛି । ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ନୟାଗଡ଼ ଜିଲ୍ଲାର କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମିଳିଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ଜରିଆରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ନୟାଗଡ଼ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ଭାପୁର ଓ ଖଣ୍ଡପଡ଼ା ବ୍ଲକର ଅନେକ ଗାଁରେ କଣ୍ଟେଇ ମୁଣ୍ଡି ବାଇଗଣ ଚାଷ କରାଯାଇଥାଏ । କରବର, ବଡ଼ବର, ପଦ୍ମାବତୀ, ପଥରଚକଡ଼ା, ବଡ଼ବାଣପୁର ପ୍ରଭୃତି ଗାଁରେ ବ୍ୟାପକ ଭାବେ ଚାଷ କରାଯାଏ । କଣ୍ଟିଲୋ ନିକଟବର୍ତ୍ତୀ ସ୍ଥାନ ଏବଂ କଣ୍ଟା ଯୁକ୍ତ ବାଇଗଣ ବୋଲି ଏହାକୁ କଣ୍ଟେଇ ମୁଣ୍ଡି ବୋଲି କୁହାଯାଇଥାଏ । କଣ୍ଟେଇ ମୁଣ୍ଡି ବାଇଗଣ ୧୦୦ ବର୍ଷ ତଳୁ ଚାଷ କରାଯାଉଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଲୋକେ ପାହାଡ଼ ତଳୁ ଏହି ପ୍ରଜାତୀର ବାଇଗଣକୁ ପାଇଥିଲେ । ତାକୁ ଆଣି ମଞ୍ଜି ସଂଗ୍ରହ କରି କାଳକ୍ରମେ ଚାଷ କରାଯାଉଥିବା ନେଇ ରାଜ୍ୟ ଅଭିଲେଖାଗାରରୁ ସୂଚନା ମିଳିଥିବା ଜଣାପଡ଼ିଛି । ଜୁଲାଇରୁ ଅଗଷ୍ଟ ମାସରେ ଏହି ଚାରା ରୋପଣ କରାଯାଇଥାଏ । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଏହି ଚାଷ କରାଯାଉଥିବା ନେଇ ବାଣିଜ୍ୟ ମନ୍ତ୍ରାଳୟ ଗ୍ରହଣ କରିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର