ଦିବ୍ୟାଙ୍ଗ ଶିଳ୍ପୀଙ୍କ ନିଖୁଣ କାରିଗରୀ, ଓଡ଼ିଶା ନୁହେଁ ଦେଶ ବିଦେଶରେ ମଧ୍ୟ ହୋଇପାରିଛି ବେଶ ଆଦୃତ

The Sakala Picture
Published On

ଖଣ୍ଡପଡ଼ା, ( ଜନ୍ମେଜୟ ଦଳେଇ ): ଡାହାଣ ଗୋଡ଼ ଛୋଟ କାରଣରୁ ସେ ଚାଲିବାରେ କଷ୍ଟ ଅନୁଭବ କରିଥା’ନ୍ତି। ପାଠପଢ଼ା ସହ ପିଲାଟି ଦିନରୁ ବାପାଙ୍କ ସୁନ୍ଦର କାଠ କାରିଗରୀ କାର୍ଯ୍ୟକୁ ଖୁବ୍‌ ନିକଟରୁ ଦେଖୁଥିଲେ। କୁଳ ବେଉସା ଓ କାଷ୍ଠ କାରିଗରୀ କାମକୁ ବଞ୍ଚାଇ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ପ୍ରଶାନ୍ତ। ଆଜିକୁ ପ୍ରାୟ ୩୦ ବର୍ଷ ଧରି ବିଭିନ୍ନ ଝଡଝଞ୍ଜା ମଧ୍ୟରେ ସେ କୁଳ ବେଉସାକୁ ଜାବୋଡି ଧରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା […]

ଖଣ୍ଡପଡ଼ା, ( ଜନ୍ମେଜୟ ଦଳେଇ ): ଡାହାଣ ଗୋଡ଼ ଛୋଟ କାରଣରୁ ସେ ଚାଲିବାରେ କଷ୍ଟ ଅନୁଭବ କରିଥା’ନ୍ତି। ପାଠପଢ଼ା ସହ ପିଲାଟି ଦିନରୁ ବାପାଙ୍କ ସୁନ୍ଦର କାଠ କାରିଗରୀ କାର୍ଯ୍ୟକୁ ଖୁବ୍‌ ନିକଟରୁ ଦେଖୁଥିଲେ। କୁଳ ବେଉସା ଓ କାଷ୍ଠ କାରିଗରୀ କାମକୁ ବଞ୍ଚାଇ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ପ୍ରଶାନ୍ତ। ଆଜିକୁ ପ୍ରାୟ ୩୦ ବର୍ଷ ଧରି ବିଭିନ୍ନ ଝଡଝଞ୍ଜା ମଧ୍ୟରେ ସେ କୁଳ ବେଉସାକୁ ଜାବୋଡି ଧରିଛନ୍ତି।

ଆହୁରି ପଢ଼ନ୍ତୁ: ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ଦିବ୍ୟାଙ୍ଗ କୁଶଳୀ କାଷ୍ଠ କାରିଗର ପ୍ରଶାନ୍ତ ମହାରଣା। କାଷ୍ଠ କାରୀଗରୀ କ୍ଷୁଦ୍ର ଶିଳ୍ପ ସମିତିରେ ପ୍ରାୟ ୧୫ଟି ପରିବାର କାର୍ଯ୍ୟ କରୁଥିବା ବେଳେ ପ୍ରଶାନ୍ତଙ୍କ ନିଖୁଣ କାରୁକାର୍ଯ୍ୟ କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ମଧ୍ୟ ବେଶ ଆଦୃତ ହୋଇପାରିଛି। ଏକ ଛୋଟିଆ ନୂଆଣିଆ ଭଙ୍ଗା ଘରେ ଖରା ବର୍ଷା ଓ ଶୀତ କାକରରେ ପରିବାର ସଦସ୍ୟଙ୍କୁ ନେଇ ନିଜ କାମ ଜାରି ରଖିଛନ୍ତି ପ୍ରଶାନ୍ତ। ବିଶେଷକରି ଗମ୍ଭାରୀ, କୋରୁଆଁ, ଆକାଶିଆ, କଟ୍ରାଙ୍ଗ, କୁରୁମ, ଶିଶୁ ଆଦି କାଠରେ ଫୁଲଦାନି, ଚୁଡି ଷ୍ଟାଣ୍ଡ, ଧୂପଦାନୀ, ପେନ ଷ୍ଟାଣ୍ଡ, କଣ୍ଢେଇ, ବାସନ, ସିନ୍ଦୁରଫରୁଆ, ଚଢେଇ, ବଗବଗୁଲି, ମୟୂର, ଚିଙ୍ଗୁଡ଼ି, ମାଛ, ହାତୀ, ଗଛ, ଖଞ୍ଜଣି, ଡୁବି ତବଲା, ହେମଦସ୍ତା, ଚା କପ, ଫୁଲ କୁଣ୍ଡ, କୁମ୍ପା, କଳସ ଆଦି ଶତାଧିକ ବିଭିନ୍ନ ସୁନ୍ଦର କାରୁକାର୍ଯ୍ୟ କରନ୍ତି।

ଆହୁରି ପଢ଼ନ୍ତୁ: ଭୁଶୁଡୁଛି ଲାଲ୍ ଗଡ଼, ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା; ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା

ଏତତବ୍ୟତୀତ ମୂଲ୍ୟବାନ ସିଙ୍ଘରେ ବିଭିନ୍ନ ପ୍ରକାର ପାନିଆ, ଚଢେଇ, ଫୁଲଦାନି ଭଳି ଆଖିଦୃଶିଆ କାରୁକାର୍ଯ୍ୟ ସାମଗ୍ରୀକୁ ପଲ୍ଲୀଶ୍ରୀ ମେଳା, ବାଲିଯାତ୍ରା ସହ ବିଭିନ୍ନ ମହୋତ୍ସବରେ ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଅସ୍ଥାୟୀ ଭାବେ ଖଣ୍ଡପଡ଼ା ଅଞ୍ଚଳର ରାସ୍ତା କଡରେ ମଧ୍ୟ ବିକ୍ରି କରୁଥିବା କହିଛନ୍ତି ପ୍ରଶାନ୍ତ। ଏସବୁ ପାଇଁ କଞ୍ଚା ମାଲର ଅଭାବ ଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କଲେ ଏହି କୁଟୀର ଶିଳ୍ପ ବଞ୍ଚି ରହିବା ସଙ୍ଗେ ସଙ୍ଗେ ପ୍ରଶାନ୍ତଙ୍କ ପରି ବହୁ କାରିଗର ଆର୍ଥିକ ଭାବେ ସ୍ୱାବଲମ୍ୱୀ ହୋଇପାରିବେ।

ଆହୁରି ପଢ଼ନ୍ତୁ: ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp