ଅନାହାର ମୃତ୍ୟୁ ଅପେକ୍ଷାରେ ବାପ ଓ ପୁଅ

The Sakala Picture
Published On

ଖଣ୍ଡପଡ଼ା: ରାଜ୍ୟ ସରକାର ଗରୀବ ଏବଂ ଅସହାୟଙ୍କ ପାଇଁ ବ୍ୟାପକ ସୁବିଧା କରୁଥିବା ବେଳେ ଅପାରଗ ଅଧିକାରୀ ଏବଂ ହୃଦୟହୀନ କିଛି କର୍ମଚାରୀଙ୍କ ପାଇଁ ବହୁ ଲୋକ ଅବହେଳିତ ଅବସ୍ଥାରୁ ମୁକ୍ତି ପାଇ ପାରୁନାହାନ୍ତି । ୫ ଦିନ ଧରି ଭୋକ ଉପାସରେ ଛଟପଟ ହେଉଥିବା ବାପ ଓ ପୁଅଙ୍କୁ ଆଜି ଦେଖିବାକୁ ମିଳିଛି । ଅନାହାର ମୃତ୍ୟୁ ଅପେକ୍ଷାରେ ସେମାନେ ପଡ଼ି ରହିଥିଲେ ମଧ୍ୟ ସନ୍ଧ୍ଯା ପର୍ଯ୍ଯନ୍ତ କୌଣସି ଅଧିକାରୀ କିମ୍ବା ସରକାରୀ କର୍ମଚାରୀ ସେମାନଙ୍କ […]

ଖଣ୍ଡପଡ଼ା: ରାଜ୍ୟ ସରକାର ଗରୀବ ଏବଂ ଅସହାୟଙ୍କ ପାଇଁ ବ୍ୟାପକ ସୁବିଧା କରୁଥିବା ବେଳେ ଅପାରଗ ଅଧିକାରୀ ଏବଂ ହୃଦୟହୀନ କିଛି କର୍ମଚାରୀଙ୍କ ପାଇଁ ବହୁ ଲୋକ ଅବହେଳିତ ଅବସ୍ଥାରୁ ମୁକ୍ତି ପାଇ ପାରୁନାହାନ୍ତି । ୫ ଦିନ ଧରି ଭୋକ ଉପାସରେ ଛଟପଟ ହେଉଥିବା ବାପ ଓ ପୁଅଙ୍କୁ ଆଜି ଦେଖିବାକୁ ମିଳିଛି । ଅନାହାର ମୃତ୍ୟୁ ଅପେକ୍ଷାରେ ସେମାନେ ପଡ଼ି ରହିଥିଲେ ମଧ୍ୟ ସନ୍ଧ୍ଯା ପର୍ଯ୍ଯନ୍ତ କୌଣସି ଅଧିକାରୀ କିମ୍ବା ସରକାରୀ କର୍ମଚାରୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ ବାସୁଦେବପୁର ଗ୍ରାମରେ । ବାର୍ଦ୍ଧକ୍ୟ ଜନିତ ରୋଗ ସାଙ୍ଗକୁ ଭୋକରେ ଛଟପଟ ହେଉଛନ୍ତି ସଦାଶିବ ନାଏକ । ସାଙ୍ଗରେ ଭିନ୍ନକ୍ଷମ ପୁଅ ମଧ୍ୟ ଖାଇବାକୁ ନପାଇ ସଙ୍କଟାପର୍ଣ୍ଣ ଅବସ୍ଥା ଭୋଗୁଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

ବାସୁଦେବପୁର ଗ୍ରାମର ମୂଳ ଅଧିବାସୀ ସଦାଶିବ ସ୍ତ୍ରୀ ମରିଯିବା ପରେ ପ୍ରାୟ ୨୦ ବର୍ଷ ତଳେ କୌଣସି କାରଣ ବଶତଃ ଘର ଛାଡ଼ିଥିଲେ। ପାଗଳ ପ୍ରାୟ କିଛିବର୍ଷ ବୁଲିବା ପରେ ସୁବାଷ ନାଏକ (୨୦) ନାମକ ଭିନ୍ନକ୍ଷମ ପୁଅଟିକୁ ନୟାଗଡ଼ ଅଞ୍ଚଳରୁ ଆପଣାଇ ନେଇଥିବା ଜଣାପଡିଛି। ବର୍ଷ ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରିବା ପରେ ଗତ ପ୍ରାୟ ବର୍ଷେ ହେବ ଖଳିସାହି ଅଞ୍ଚଳରେ ରହୁଥିବା ଅଞ୍ଚଳବାସୀ କୁହନ୍ତି। ମାସେ ହେବ ବାସୁଦେବପୁର ଗ୍ରାମର ଜୈନେକ ବ୍ୟକ୍ତିଙ୍କ ବାରଣ୍ଡା ସେମାନଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଦେଖାଯାଇଛି। ପ୍ରଥମେ କିଛିଦିନ ସେମାନେ ବୁଲିବୁଲି କରି ଆଖପାଖ ଗାଁରୁ ଖାଦ୍ୟ ସଂଗ୍ରହ କରିଥିବା ବେଳେ ଗତ ପ୍ରାୟ ୫ ଦିନ ହେବ ଶାରୀରିକ ଅସୁସ୍ଥତା ହେତୁ ଆଉ ଉଠି ପାରୁନଥିଲେ। ଖଣ୍ଡପଡ଼ା-ଭାପୁର ପୂର୍ତ୍ତବିଭାଗ ରାସ୍ତାର କାଚରାସାହି ଗାଁ ମୁଣ୍ଡରେ ରାସ୍ତା ପାର୍ଶ୍ଵରେ ପଡି ରହିଥିଲେ ମଧ୍ୟ କେହି ସହାୟତାର ହାତ ବଢ଼ାଇନଥିଲେ । ଆଜି କିଛି ସହୃଦୟ ବ୍ୟକ୍ତି ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ । ଏପରିକି ଘଟଣା ସମ୍ପର୍କେରେ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ । ସନ୍ଧ୍ୟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି। ତହସିଲଦାର ପାର୍ଥସାରଥି ହାନ୍ସଦା ଘଟଣା ବିଷୟରେ ଜାଣିଥିବା ଏବଂ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ଖଣ୍ଡପଡ଼ା ବିଡିଓ ଅରୁଣିମା ସାହୁଙ୍କୁ ଯୋଗାଯୋଗ କରିବାରେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

03 Jan 2022 By The Sakala

ଅନାହାର ମୃତ୍ୟୁ ଅପେକ୍ଷାରେ ବାପ ଓ ପୁଅ

ଖଣ୍ଡପଡ଼ା: ରାଜ୍ୟ ସରକାର ଗରୀବ ଏବଂ ଅସହାୟଙ୍କ ପାଇଁ ବ୍ୟାପକ ସୁବିଧା କରୁଥିବା ବେଳେ ଅପାରଗ ଅଧିକାରୀ ଏବଂ ହୃଦୟହୀନ କିଛି କର୍ମଚାରୀଙ୍କ ପାଇଁ ବହୁ ଲୋକ ଅବହେଳିତ ଅବସ୍ଥାରୁ ମୁକ୍ତି ପାଇ ପାରୁନାହାନ୍ତି । ୫ ଦିନ ଧରି ଭୋକ ଉପାସରେ ଛଟପଟ ହେଉଥିବା ବାପ ଓ ପୁଅଙ୍କୁ ଆଜି ଦେଖିବାକୁ ମିଳିଛି । ଅନାହାର ମୃତ୍ୟୁ ଅପେକ୍ଷାରେ ସେମାନେ ପଡ଼ି ରହିଥିଲେ ମଧ୍ୟ ସନ୍ଧ୍ଯା ପର୍ଯ୍ଯନ୍ତ କୌଣସି ଅଧିକାରୀ କିମ୍ବା ସରକାରୀ କର୍ମଚାରୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ ବାସୁଦେବପୁର ଗ୍ରାମରେ । ବାର୍ଦ୍ଧକ୍ୟ ଜନିତ ରୋଗ ସାଙ୍ଗକୁ ଭୋକରେ ଛଟପଟ ହେଉଛନ୍ତି ସଦାଶିବ ନାଏକ । ସାଙ୍ଗରେ ଭିନ୍ନକ୍ଷମ ପୁଅ ମଧ୍ୟ ଖାଇବାକୁ ନପାଇ ସଙ୍କଟାପର୍ଣ୍ଣ ଅବସ୍ଥା ଭୋଗୁଥିବା ଦେଖିବାକୁ ମିଳିଛି ।

ବାସୁଦେବପୁର ଗ୍ରାମର ମୂଳ ଅଧିବାସୀ ସଦାଶିବ ସ୍ତ୍ରୀ ମରିଯିବା ପରେ ପ୍ରାୟ ୨୦ ବର୍ଷ ତଳେ କୌଣସି କାରଣ ବଶତଃ ଘର ଛାଡ଼ିଥିଲେ। ପାଗଳ ପ୍ରାୟ କିଛିବର୍ଷ ବୁଲିବା ପରେ ସୁବାଷ ନାଏକ (୨୦) ନାମକ ଭିନ୍ନକ୍ଷମ ପୁଅଟିକୁ ନୟାଗଡ଼ ଅଞ୍ଚଳରୁ ଆପଣାଇ ନେଇଥିବା ଜଣାପଡିଛି। ବର୍ଷ ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରିବା ପରେ ଗତ ପ୍ରାୟ ବର୍ଷେ ହେବ ଖଳିସାହି ଅଞ୍ଚଳରେ ରହୁଥିବା ଅଞ୍ଚଳବାସୀ କୁହନ୍ତି। ମାସେ ହେବ ବାସୁଦେବପୁର ଗ୍ରାମର ଜୈନେକ ବ୍ୟକ୍ତିଙ୍କ ବାରଣ୍ଡା ସେମାନଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଦେଖାଯାଇଛି। ପ୍ରଥମେ କିଛିଦିନ ସେମାନେ ବୁଲିବୁଲି କରି ଆଖପାଖ ଗାଁରୁ ଖାଦ୍ୟ ସଂଗ୍ରହ କରିଥିବା ବେଳେ ଗତ ପ୍ରାୟ ୫ ଦିନ ହେବ ଶାରୀରିକ ଅସୁସ୍ଥତା ହେତୁ ଆଉ ଉଠି ପାରୁନଥିଲେ। ଖଣ୍ଡପଡ଼ା-ଭାପୁର ପୂର୍ତ୍ତବିଭାଗ ରାସ୍ତାର କାଚରାସାହି ଗାଁ ମୁଣ୍ଡରେ ରାସ୍ତା ପାର୍ଶ୍ଵରେ ପଡି ରହିଥିଲେ ମଧ୍ୟ କେହି ସହାୟତାର ହାତ ବଢ଼ାଇନଥିଲେ । ଆଜି କିଛି ସହୃଦୟ ବ୍ୟକ୍ତି ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ । ଏପରିକି ଘଟଣା ସମ୍ପର୍କେରେ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ । ସନ୍ଧ୍ୟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି। ତହସିଲଦାର ପାର୍ଥସାରଥି ହାନ୍ସଦା ଘଟଣା ବିଷୟରେ ଜାଣିଥିବା ଏବଂ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ଖଣ୍ଡପଡ଼ା ବିଡିଓ ଅରୁଣିମା ସାହୁଙ୍କୁ ଯୋଗାଯୋଗ କରିବାରେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର