ମେରୁ ଉତ୍ସବ ପାଲଟିଲା ରଣକ୍ଷେତ୍ର: ଜଣେ ମୃତ, ୮ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ନୟାଗଡ଼ : ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ମେରୁ ଉତ୍ସବ ତଥା ଦଣ୍ଡ ଯାତ୍ରା ଶୋଭାଯାତ୍ରାରେ ଅଭାବନୀୟ ଘଟଣା ଘଟିଛି । ଶୋଭାଯାତ୍ରାର ଶେଷ ସମୟକୁ କୌଣସି ଏକ କାରଣ ନେଇ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଥିଲା । ଏହି ସଂଘର୍ଷରେ ଥାନା ଅଧିକାରୀଙ୍କ ସମେତ ୮ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦୁଇ ଗ୍ରାମର […]

ନୟାଗଡ଼ : ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ମେରୁ ଉତ୍ସବ ତଥା ଦଣ୍ଡ ଯାତ୍ରା ଶୋଭାଯାତ୍ରାରେ ଅଭାବନୀୟ ଘଟଣା ଘଟିଛି । ଶୋଭାଯାତ୍ରାର ଶେଷ ସମୟକୁ କୌଣସି ଏକ କାରଣ ନେଇ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଥିଲା । ଏହି ସଂଘର୍ଷରେ ଥାନା ଅଧିକାରୀଙ୍କ ସମେତ ୮ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନା ଅନୁସାରେ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦୁଇ ଗ୍ରାମର ଦଣ୍ଡ ଶୋଭାଯାତ୍ରା ପୁଲିସ୍ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁ ଥିରେ ଶତାଧିକ ଦଣ୍ଡ ଠାକୁର, ହଜାର ହଜାର ଦଣ୍ଡୁଆ, ଶତାଧିକ ଡିଜେ ଗାଡ଼ି, ବ୍ୟାଣ୍ଡ ପାର୍ଟି ଏବଂ ୫୦ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ୫ଘଣ୍ଟା ଧରି ଯାତାୟତ ଠପ୍ ହୋଇଯାଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରି ଫେରୁଥିବା ସମୟରେ ସିନ୍ଦୁରିଆଠାରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ବଚସାରୁ ଲଙ୍କାକାଣ୍ଡ ଘଟିଥିଲା । ଦେଉଳପଲ୍ଲି ଗୋଷ୍ଠୀ ପ୍ରଥମେ ଢେଲା ପଥର ମାଡ଼ କରିଥିଲେ । ଯେଉଁ ଥିରେ କି ଦୁର୍ଗାପ୍ରସାଦ ଗ୍ରାମର କିଛି ଲୋକ ଏବଂ ଭକ୍ତ ଆହାତ ହୋଇଥିଲେ । ପରିସ୍ଥିତି ଆୟତ କରିବାକୁ ଯାଇ ପୁଲିସ୍ ମଧ୍ୟ ଢେଲା ପଥର ମାଡ଼ର ଶିକାର ହୋଇଥିଲା । ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ମୁଣ୍ଡରେ ପଥର ବାଜିବାରୁ ସେ ଗୁରୁତର ହୋଇ ପଡିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ସୁଯୋଗ ପାଇ ଗୋଟିଏ ଗୋଷ୍ଠୀ ଦୁର୍ଗାପ୍ରସାଦ ଗ୍ରାମର ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ । ଦୀର୍ଘ ସମୟ ଧରି ଦୁଇ ଜଣଙ୍କୁ ଖୋଜା ଖୋଜି କରାଯାଇଥିଲେ ବି କାହାର ପତ୍ତା ମିଳିନଥିଲା । ଅପହରଣ କାରୀଙ୍କ କବଳରୁ ଜଣେ କୌଣସି ମତେ ଖସି ଆସିଥିଲା । ଅନ୍ୟ ଜଣଙ୍କ ପରିବାର ଲୋକ ପୁଲିସର ସହାୟତା ନେଇଥିଲେ । ପୁଲିସ୍ ଓ ପରିବାର ଲୋକ ଖୋଜା ଖୋଜି କରିବା ସମୟରେ ଉକ୍ତ ବ୍ୟକ୍ତିଙ୍କୁ ନେଳି ପୋଖରୀ ନିକଟରେ ମାରି ଦିଆଯାଇଥିବା ଖବର ମିଳିଥିଲା । ପୁଲିସ୍ ସେଠାରେ ପହଞ୍ଚିଲା ବେଳକୁ କାଠ ଫାଳିଆରେ ରକ୍ତାକ୍ତ କରି ପକାଇ ଦିଆଯାଇଥିବା ଦେଖାଯାଇଥିଲା । ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଅଣାଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି‌ ଜଣଙ୍କ ହେଲେ ଦୁର୍ଗାପ୍ରସାଦ ଗ୍ରାମର ନବୀନ ପରିଡା । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମରେ ବରିଷ୍ଠ ପୁଲିସ୍ ଅଧିକାରୀ ମାନେ ବ୍ୟାପକ ଫୋର୍ସ ସହ ଉପସ୍ଥିତ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

14 Apr 2022 By The Sakala

ମେରୁ ଉତ୍ସବ ପାଲଟିଲା ରଣକ୍ଷେତ୍ର: ଜଣେ ମୃତ, ୮ରୁ ଉର୍ଦ୍ଧ୍ବ ଆହତ

ନୟାଗଡ଼ : ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ମେରୁ ଉତ୍ସବ ତଥା ଦଣ୍ଡ ଯାତ୍ରା ଶୋଭାଯାତ୍ରାରେ ଅଭାବନୀୟ ଘଟଣା ଘଟିଛି । ଶୋଭାଯାତ୍ରାର ଶେଷ ସମୟକୁ କୌଣସି ଏକ କାରଣ ନେଇ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଥିଲା । ଏହି ସଂଘର୍ଷରେ ଥାନା ଅଧିକାରୀଙ୍କ ସମେତ ୮ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦୁଇ ଗ୍ରାମର ଦଣ୍ଡ ଶୋଭାଯାତ୍ରା ପୁଲିସ୍ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁ ଥିରେ ଶତାଧିକ ଦଣ୍ଡ ଠାକୁର, ହଜାର ହଜାର ଦଣ୍ଡୁଆ, ଶତାଧିକ ଡିଜେ ଗାଡ଼ି, ବ୍ୟାଣ୍ଡ ପାର୍ଟି ଏବଂ ୫୦ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ୫ଘଣ୍ଟା ଧରି ଯାତାୟତ ଠପ୍ ହୋଇଯାଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରି ଫେରୁଥିବା ସମୟରେ ସିନ୍ଦୁରିଆଠାରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ବଚସାରୁ ଲଙ୍କାକାଣ୍ଡ ଘଟିଥିଲା । ଦେଉଳପଲ୍ଲି ଗୋଷ୍ଠୀ ପ୍ରଥମେ ଢେଲା ପଥର ମାଡ଼ କରିଥିଲେ । ଯେଉଁ ଥିରେ କି ଦୁର୍ଗାପ୍ରସାଦ ଗ୍ରାମର କିଛି ଲୋକ ଏବଂ ଭକ୍ତ ଆହାତ ହୋଇଥିଲେ । ପରିସ୍ଥିତି ଆୟତ କରିବାକୁ ଯାଇ ପୁଲିସ୍ ମଧ୍ୟ ଢେଲା ପଥର ମାଡ଼ର ଶିକାର ହୋଇଥିଲା । ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ମୁଣ୍ଡରେ ପଥର ବାଜିବାରୁ ସେ ଗୁରୁତର ହୋଇ ପଡିଥିଲେ ।

ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ସୁଯୋଗ ପାଇ ଗୋଟିଏ ଗୋଷ୍ଠୀ ଦୁର୍ଗାପ୍ରସାଦ ଗ୍ରାମର ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ । ଦୀର୍ଘ ସମୟ ଧରି ଦୁଇ ଜଣଙ୍କୁ ଖୋଜା ଖୋଜି କରାଯାଇଥିଲେ ବି କାହାର ପତ୍ତା ମିଳିନଥିଲା । ଅପହରଣ କାରୀଙ୍କ କବଳରୁ ଜଣେ କୌଣସି ମତେ ଖସି ଆସିଥିଲା । ଅନ୍ୟ ଜଣଙ୍କ ପରିବାର ଲୋକ ପୁଲିସର ସହାୟତା ନେଇଥିଲେ । ପୁଲିସ୍ ଓ ପରିବାର ଲୋକ ଖୋଜା ଖୋଜି କରିବା ସମୟରେ ଉକ୍ତ ବ୍ୟକ୍ତିଙ୍କୁ ନେଳି ପୋଖରୀ ନିକଟରେ ମାରି ଦିଆଯାଇଥିବା ଖବର ମିଳିଥିଲା । ପୁଲିସ୍ ସେଠାରେ ପହଞ୍ଚିଲା ବେଳକୁ କାଠ ଫାଳିଆରେ ରକ୍ତାକ୍ତ କରି ପକାଇ ଦିଆଯାଇଥିବା ଦେଖାଯାଇଥିଲା । ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଅଣାଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି‌ ଜଣଙ୍କ ହେଲେ ଦୁର୍ଗାପ୍ରସାଦ ଗ୍ରାମର ନବୀନ ପରିଡା । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମରେ ବରିଷ୍ଠ ପୁଲିସ୍ ଅଧିକାରୀ ମାନେ ବ୍ୟାପକ ଫୋର୍ସ ସହ ଉପସ୍ଥିତ ରହିଥିବା ଜଣାପଡିଛି ।

https://www.thesakala.in/latest-odisha-news/nayagarh/clashes-between-two-group-in-nayagarh/article-10762
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର