ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଲିଲେ ଭୁବନେଶ୍ୱର ଡିସିପି : ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ାରୁ ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ବର : ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି ପୁଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଶୁଭଶ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ା। ଆଉ ଆତ୍ମହତ୍ୟା ପାଇଁ ଶୁଭଶ୍ରୀଙ୍କ ପ୍ରେମିକ ଦାୟୀ। ସେହି ଆଧାରରେ ପୁଲିସ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ପାଇଁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ […]

ଭୁବନେଶ୍ବର : ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି ପୁଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଶୁଭଶ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ା। ଆଉ ଆତ୍ମହତ୍ୟା ପାଇଁ ଶୁଭଶ୍ରୀଙ୍କ ପ୍ରେମିକ ଦାୟୀ। ସେହି ଆଧାରରେ ପୁଲିସ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ପାଇଁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ ନେଇ ତଦନ୍ତ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣା ସମ୍ପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଚିତ୍ତରଞ୍ଜନ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ। ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ।

ମୃତ ଶୁଭଶ୍ରୀଙ୍କ ଗାଁରେ ଚିତ୍ତରଞ୍ଜନଙ୍କ ଘର ହୋଇଥିବା ଜଣାପଡ଼ିଛି। ହତ୍ୟାଦିନ ଚିତ୍ତରଞ୍ଜନ ଏକାଧିକ ଥର ଶୁଭଶ୍ରୀଙ୍କ ସହ କଥା ହୋଇଥିବା ନେଇ ସିଡିଆରରେ ସ୍ପଷ୍ଟ ହେବା ପରେ ପୁଲିସ ଗତକାଲି ନୟାଗଡ଼ରୁ ଚିତ୍ତରଞ୍ଜନକୁ ଉଠାଇଥିଲା। ସକାଳୁ ଡିସିପି ପ୍ରତୀକ ସିଂ,ଏସିପି ମାନସ ଗଡ଼ନାୟକ ଏବଂ ଖାରବେଳ ନଗର ଥାନା ଅଧିକାରୀ ଅଭିଯୁକ୍ତକୁ ମାରାଥନ ଜେରା ପରେ ସେ ପୂରା ହତ୍ୟାକାଣ୍ଡ ସମ୍ପର୍କରେ ଖୁଲାସା କରିଥିଲା।

୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଲେ ଶୁଭଶ୍ରୀ । ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ । ସେହିଭଳି ଶୁଭଶ୍ରୀ ପ୍ରେମକୁ ନେଇ ଡିପ୍ରେସନରେ ରହୁଥିଲେ । ମୃୁତ୍ୟୁପୂର୍ବରୁ ଚିତ୍ତଙ୍କୁ ଜଣାଇଥିଲେ ଶୁଭଶ୍ରୀ । ଆଉ ତାଙ୍କ ମୃତ୍ୟୁ ପରେ ଚିତ୍ତ ସେଠାରେ ପହଞ୍ଚିଥିଲେ । ସେ ହିଁ ମୃତଦେହକୁ ତଳକୁ ଓହ୍ଲାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ । ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ୩୦୬ ଦଫା ଲାଗିଛି ।

ଅନ୍ୟପଟେ ପୁଲିସ ନିକଟରେ ଶୁଭଶ୍ରୀଙ୍କ ପ୍ରାଥମିକ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ଶ୍ୱାସରୁଦ୍ଧରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଛି। ବେକରେ ଦଉଡ଼ି ଚିହ୍ନ ରହିବା ସହ ଗାଲ ଏବଂ ଅନ୍ୟାନ ସ୍ଥାନରେ ଚିହ୍ନ ରହିଛି। ଗାଲରେ ଥିବା ଚିହ୍ନ ଛୋଟ ପିଲାର ବୋଲି ଜଣାପଡ଼ିଛି। ମୃତ୍ୟୁ ପରେ ଶୁଭଶ୍ରୀଙ୍କ ଛୋଟ ପୁଅ ଡାକିବା ସମୟରେ ଆମ୍ପୁଡ଼ି ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ବେକରେ ଥିବା ଚିହ୍ନ ଆତ୍ମହତ୍ୟା ଦିଗକୁ ଦର୍ଶାଉଥିବା ଡାକ୍ତର ପରୋକ୍ଷରେ ପୁଲିସକୁ କହିଛି।

ଶୁଭଶ୍ରୀଙ୍କ ସିଡିଆରରେ ଏକାଧିକ ଥର ଚିତ୍ତରଞ୍ଜନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ଦିନ ସେ ୧୫ ମିନିଟ୍‍ରୁ ଅଧିକ ସମୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ କରିବା ପରେ ସେ ଶୁଭଶ୍ରୀଙ୍କ ସାନ ଭାଇ ବୋଲି ଜଣାପଡ଼ିଛି। ତେଣୁ ଶୁଭଶ୍ରୀ ତାଙ୍କ ଆଗରେ କଣ କହିଛନ୍ତି, ସେନେଇ ପୁଲିସ ତାଙ୍କ ସାନଭାଇକୁ ପଚରାଉଚରା କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର