ଯୁବ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ; ଏକ୍ସପାରୀ ଔଷଧ ବଟିକାରେ ‘ଦମନ’ ପୋଷ୍ଟର୍‍ ତିଆରି କରି ଚର୍ଚ୍ଚାରେ ନୟାଗଡ଼ର ରାଜେଶ

The Sakala Picture
Published On

ଭୁବନେଶ୍ୱର: ନିଆରା ଜଣେ ଚିତ୍ର ଶିଳ୍ପୀଙ୍କ ପ୍ରୟାସ। କାନ୍‍ଭାସ୍‌ ହେଉ ଅବା କାନ୍ଥରେ ପ୍ରୋଟ୍ରେଟ୍‍ ହେବା କଥା ସମସ୍ତେ ଜାଣନ୍ତି। ମାତ୍ର ଔଷଧ ବଟିକାରେ ‘ଦମନ’ ଚଳଚ୍ଚିତ୍ରର ପୋଷ୍ଟର୍‍ ଦେଖିବାକୁ ମିଳିଛି। ଏକ୍ସପାରୀ ହୋଇଯାଇଥିବା ଔଷଧକୁ ଏକାଠି କରି ତିଆରି କରିଛନ୍ତି ଏକ ସୁନ୍ଦର କଳାକୃତି। ଓଡ଼ିଆ ଫିଲ୍ମ ଦମନକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା। ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନଙ୍କ ଅଭିନୟକୁ ମଧ୍ୟ ସମସ୍ତେ ବେଶ୍‍ ପ୍ରଶଂସା କରୁଛନ୍ତି। ଏମିତିକି ‘ଦମନ’ ସମସ୍ତଙ୍କ […]

ଭୁବନେଶ୍ୱର: ନିଆରା ଜଣେ ଚିତ୍ର ଶିଳ୍ପୀଙ୍କ ପ୍ରୟାସ। କାନ୍‍ଭାସ୍‌ ହେଉ ଅବା କାନ୍ଥରେ ପ୍ରୋଟ୍ରେଟ୍‍ ହେବା କଥା ସମସ୍ତେ ଜାଣନ୍ତି। ମାତ୍ର ଔଷଧ ବଟିକାରେ ‘ଦମନ’ ଚଳଚ୍ଚିତ୍ରର ପୋଷ୍ଟର୍‍ ଦେଖିବାକୁ ମିଳିଛି। ଏକ୍ସପାରୀ ହୋଇଯାଇଥିବା ଔଷଧକୁ ଏକାଠି କରି ତିଆରି କରିଛନ୍ତି ଏକ ସୁନ୍ଦର କଳାକୃତି। ଓଡ଼ିଆ ଫିଲ୍ମ ଦମନକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା। ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନଙ୍କ ଅଭିନୟକୁ ମଧ୍ୟ ସମସ୍ତେ ବେଶ୍‍ ପ୍ରଶଂସା କରୁଛନ୍ତି। ଏମିତିକି ‘ଦମନ’ ସମସ୍ତଙ୍କ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଏଭଳି ପରିସ୍ଥିତିରେ ଏହି ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିବା ପରେ ନିଆରା ଢଙ୍ଗରେ ହିରୋଙ୍କୁ ସମ୍ମାନ ଜଣାଇଛନ୍ତି ଶିଳ୍ପୀ। ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଧୂଆମଡ଼ା ଗାଁର ଯୁବ ଚିତ୍ରଶିଳ୍ପୀ ରାଜେଶ କୁମାର ମହାରଣା। ସେ ବିଭିନ୍ନ ସ୍ଥାନରୁ ୪ହଜାରରୁ ଊର୍ଦ୍ଧ୍ବ ତାରିଖ ଚାଲିଯାଇଥିବା ବା ବ୍ୟବହାର ଅନୁପଯୋଗୀ ଔଷଧକୁ ସଂଗ୍ରହ କରିଥିଲେ। ଏହାପରେ ଔଷଧ ସବୁକୁ ଖୋଳରୁ କାଢ଼ି ଏକ ଭିନ୍ନରୂପ ଦେଇଛନ୍ତି। ପ୍ରାୟ ୩ହଜାର ୫ଶହ ଔଷଧ ବଟିକାକୁ ଯୋଡ଼ି ‘ଦମନ’ ହିରୋ ବାବୁସାନ୍‍ଙ୍କର ଭିନ୍ନ ଭିନ୍ନ ଫଟୋ ପୋଜ୍‍ର ଆର୍ଟ ୱାର୍କ କରିଛନ୍ତି। ବଟିକା ସବୁକୁ ଗୋଟିଗୋଟି କରି ଯୋଡ଼ି ସେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଦେଖିବାପରେ ଏହି କଳାକୃତି ଆରମ୍ଭ କରିଥିଲେ। ଏହି ଔଷଧ ବଟିକାକୁ କାଟିବା ଓ ଖୋଳରୁ ବାହାର କରିବା ପାଇଁ ତାଙ୍କୁ ୮-୧୦ଦିନ ସମୟ ଲାଗିଥିଲା। ଏହାସହିତ ୧୦/୬ଫୁଟ୍‍ର କଳାକୃତି କରିଛନ୍ତି। ଏମିତିକି ଛୋଟ ଔଷଧ ବଟିକା ଓ ବଟିକା ସହ ଖୋଳକୁ ସଜାଇ ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ ୧୮ଘଣ୍ଟା ସମୟ ଲାଗିଥିଲା।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଏ ସମ୍ପର୍କରେ ରାଜେଶ କୁହନ୍ତି, ବିଭିନ୍ନ ସମୟରେ ଅନେକ କଥାବସ୍ତୁକୁ ନେଇ କଳାକୃତି କରିଥାଏ। ହେଲେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ପ୍ରତ୍ୟେକଟି ଓଡ଼ିଆଙ୍କୁ ଆନ୍ଦୋଳିତ କରିଛି। ଏହାସହିତ ଚଳଚ୍ଚିତ୍ରରେ ବାବୁସାନ୍‍ଙ୍କ ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଯେହେତୁ ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଚଳଚ୍ଚିତ୍ର। ଏଥିପାଇଁ ସେ ଔଷଧ ବଟିକା ମାଧ୍ୟମରେ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛନ୍ତି। ଏଥିରେ ତାଙ୍କୁ ପଦ୍ମିନୀ ସାହୁ ଓ ଶ୍ରୀତମ ସାହୁ ସହଯୋଗ କରିଥିଲେ। ‘ଦମନ’ ଚଳଚ୍ଚିତ୍ରର ସଫଳ କାହାଣୀ ଯୋଗୁଁ ଚଳଚ୍ଚିତ୍ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ସରକାରୀ ଅଧିକାରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା।

ଓଡ଼ିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି କଳାକୃତି ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‍ ପ୍ରଶଂସିତ ହୋଇଛି। ପୂର୍ବରୁ ରାଜେଶ ଚା’, ମ୍ୟାଗୀ, ଲୁଣ, ବିସ୍କୁଟ୍‍, ପେଷ୍ଟ୍‍ ଆଦି ୪୦ରୁ ଊର୍ଦ୍ଧ୍ବ ସାମଗ୍ରୀରେ ବିଭିନ୍ନ ପ୍ରୋଟ୍ରେଟ୍‍ ଓ ପୋଷ୍ଟର କରିଥିଲେ।

13 Dec 2022 By The Sakala

https://www.thesakala.in/latest-odisha-news/nayagarh/daman-poster-in-expiry-medicine-tablets-by-rajesh-from-nayagarh/article-17322
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର