ଆସନ୍ତାକାଲି ସକାଳେ ଅବପାତର ରୂପ ନେବ ଲଘୁଚାପ: ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

The Sakala Picture
Published On

ଭୁବନେଶ୍ବର : ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳରେ ଆଜି ସକାଳୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ସକ୍ରିୟ ରହିଛି। ଏହା ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପରେ ପରିଣତ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। କାଲି ଠାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ନିକଟରୁ ଉତ୍ତର ଓଡିଶା, ଝାଡଖଣ୍ଡ ହୋଇ ଛତିଶଗଡ ଆଡକୁ […]

ଭୁବନେଶ୍ବର : ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳରେ ଆଜି ସକାଳୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ସକ୍ରିୟ ରହିଛି। ଏହା ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପରେ ପରିଣତ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। କାଲି ଠାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ନିକଟରୁ ଉତ୍ତର ଓଡିଶା, ଝାଡଖଣ୍ଡ ହୋଇ ଛତିଶଗଡ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାଠୁ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ବର୍ଷା ହେବାରେ ଲାଗିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ତେବେ ଆସନ୍ତାକାଲି ଅର୍ଥାତ ୧୯ ଅଗଷ୍ଟ ଶୁକ୍ରବାରରେ ରାଜ୍ୟ ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ପଡ଼ିବ ଏବଂ ଉପକୁଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି। ସେହିପରି ୨୦ ଅଗଷ୍ଟ ଶନିବାରରେ ପଶ୍ଚିମ ଓଡି଼ଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖ ସକାଳ ବେଳକୁ ଏହି ଅବପାତ ଝାଡଖଣ୍ଡ ନିକଟରେ ପହଁଚିବ। ଏହାର ପ୍ରଭାବ କେବଳ ଉତ୍ତର- ପଶ୍ଚିମ ଓଡିଶା ଉପରେ ଦେଖିବାକୁ ମିଳିବ । ତେଣୁ ଉତ୍ତର-ପଶ୍ଚିମ ଓଡିଶାରେ ୨୦ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହିସବୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ଦୁଇଟି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୨୦ ତାରିଖ ଦିନ ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ, ସୁନ୍ଦରଗଡ , ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ଅନ୍ୟପଟେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ୧୯ ତାରିଖରେ ରାଜ୍ୟରେ ସବୁଠାରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ଆସନ୍ତା କାଲି ସବୁଠାରୁ ଅଧିକ ବର୍ଷା ହେବ । ଏଥିସହ ରାଜ୍ୟର ଉପକୂଳରେ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୫ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

18 Aug 2022 By The Sakala

https://www.thesakala.in/latest-odisha-news/nayagarh/heavy-to-very-heavy-rains-in-the-state-from-tomorrow/article-14244
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର