ସେବା ମନୋଭାବ ନେଇ ସାରା ଓଡିଶାରେ ପାଳିତ ହେଲା ନବୀନଙ୍କ ୭୮ତମ ଜନ୍ମଦିନ

The Sakala Picture
Published On

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଅବସରରେ ଆଜି ଦଳ ତରଫରୁ ଶଙ୍ଖ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଆୟୋଜନ କରାଯାଇଥିଲା। ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫୦ରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରାଜ୍ୟର ୩୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସମୁଦାୟ ୩୦୦୦ରୁ ଊଦ୍ଧ୍ୱର୍ ୟୁନିଟ୍‌ […]

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଅବସରରେ ଆଜି ଦଳ ତରଫରୁ ଶଙ୍ଖ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଆୟୋଜନ କରାଯାଇଥିଲା। ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫୦ରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରାଜ୍ୟର ୩୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସମୁଦାୟ ୩୦୦୦ରୁ ଊଦ୍ଧ୍ୱର୍ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସେହିପରି, ନବୀନଙ୍କ ଜନ୍ମଦିନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଜନସାଧାରଣ ମଧ୍ୟ ଆଜି ନବୀନ ନିବାସ ଯାଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ଏହି ଅବସରରେ, ଦଳର ନେତୃମଣ୍ଡଳୀ ଗଣମାଧ୍ୟମରେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ନବୀନଙ୍କ ଚବିଶ ବର୍ଷ ଶାସନ କାଳରେ ଓଡ଼ିଶାରେ ହୋଇଥିବା ସାମଗ୍ରୀକ ବିକାଶକୁ ସ୍ମରଣ କରିଥିଲେ। ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇପାରିଥିଲା। ୨୦୦୦ ମସିହାରେ ଓଡ଼ିଶାର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରାଜ୍ୟକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଆର୍ଥିକ ନିଅଣ୍ଟ ରାଜ୍ୟରୁ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଥିଲା। ଗତ ନିର୍ବାଚନରେ ବିଜୁ ଜନତା ଦଳ ପରାଜୟ ବରଣ କରିଥିଲେ ମଧ୍ୟ ଆଜିବି ନବୀନ ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସେ ହିଁ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଦଳର ନେତାମାନେ ମତ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଶଙ୍ଖ ଭବନ ଠାରେ ଆୟୋଜିତ ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତୃମଣ୍ଡଳୀ ଯଥା, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସଦସ୍ୟା ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଓ ଡଃ ପ୍ରିୟବ୍ରତ ମାଝୀ, ରାଜଶ୍ରୀ ମଲ୍ଲିକ,  ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ, ବିଜୟ ନାୟକ, ମୁଖପାତ୍ର ମିହିର ରାୟ, ତୁମ୍ୱନାଥ ପଣ୍ଡା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

16 Oct 2024 By The Sakala

ସେବା ମନୋଭାବ ନେଇ ସାରା ଓଡିଶାରେ ପାଳିତ ହେଲା ନବୀନଙ୍କ ୭୮ତମ ଜନ୍ମଦିନ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଅବସରରେ ଆଜି ଦଳ ତରଫରୁ ଶଙ୍ଖ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଆୟୋଜନ କରାଯାଇଥିଲା। ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫୦ରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରାଜ୍ୟର ୩୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସମୁଦାୟ ୩୦୦୦ରୁ ଊଦ୍ଧ୍ୱର୍ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସେହିପରି, ନବୀନଙ୍କ ଜନ୍ମଦିନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଜନସାଧାରଣ ମଧ୍ୟ ଆଜି ନବୀନ ନିବାସ ଯାଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ, ଦଳର ନେତୃମଣ୍ଡଳୀ ଗଣମାଧ୍ୟମରେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ନବୀନଙ୍କ ଚବିଶ ବର୍ଷ ଶାସନ କାଳରେ ଓଡ଼ିଶାରେ ହୋଇଥିବା ସାମଗ୍ରୀକ ବିକାଶକୁ ସ୍ମରଣ କରିଥିଲେ। ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇପାରିଥିଲା। ୨୦୦୦ ମସିହାରେ ଓଡ଼ିଶାର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରାଜ୍ୟକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଆର୍ଥିକ ନିଅଣ୍ଟ ରାଜ୍ୟରୁ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଥିଲା। ଗତ ନିର୍ବାଚନରେ ବିଜୁ ଜନତା ଦଳ ପରାଜୟ ବରଣ କରିଥିଲେ ମଧ୍ୟ ଆଜିବି ନବୀନ ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସେ ହିଁ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଦଳର ନେତାମାନେ ମତ ଦେଇଥିଲେ।

ଶଙ୍ଖ ଭବନ ଠାରେ ଆୟୋଜିତ ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତୃମଣ୍ଡଳୀ ଯଥା, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସଦସ୍ୟା ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଓ ଡଃ ପ୍ରିୟବ୍ରତ ମାଝୀ, ରାଜଶ୍ରୀ ମଲ୍ଲିକ,  ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ, ବିଜୟ ନାୟକ, ମୁଖପାତ୍ର ମିହିର ରାୟ, ତୁମ୍ୱନାଥ ପଣ୍ଡା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର