ମଧ୍ୟବିତ୍ତଙ୍କ ପାଇଁ ନବୀନଙ୍କ ୪ ଗ୍ୟାରେଣ୍ଟି, ପାଣ୍ଡିଆନ୍‌ କହିଲେ ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ

The Sakala Picture
Published On

ଭୁବନେଶ୍ବର : ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ଏଣୁ ମଧ୍ୟବିତ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ ଚିନ୍ତା କରନ୍ତି। ଏଣୁ ଏଥରନିର୍ବାଚନ ଇସ୍ତାହାରରେ ନବୀନ ପଟ୍ଟନାୟକ ମଧ୍ୟବିତ୍ତ ପରିବାର ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ ଆଣିଛନ୍ତି। ଯାହାକୁ ନେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି। କାର୍ତ୍ତିକ ପାଣ୍ଡିଆନ ଭିଡିଓରେ କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ମଧ୍ୟବିତ୍ତ […]

ଭୁବନେଶ୍ବର : ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ଏଣୁ ମଧ୍ୟବିତ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ ଚିନ୍ତା କରନ୍ତି। ଏଣୁ ଏଥରନିର୍ବାଚନ ଇସ୍ତାହାରରେ ନବୀନ ପଟ୍ଟନାୟକ ମଧ୍ୟବିତ୍ତ ପରିବାର ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ ଆଣିଛନ୍ତି। ଯାହାକୁ ନେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

କାର୍ତ୍ତିକ ପାଣ୍ଡିଆନ ଭିଡିଓରେ କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ମଧ୍ୟବିତ୍ତ ଆମ ସମାଜର ମେରୁଦଣ୍ଡ, ଏଣୁ ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୪ଟି ମୁଖ୍ୟ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ପ୍ରଥମେ ମଧ୍ୟବିତ୍ତଙ୍କୁ BSKY ରେ ସାମିଲ କରାଯିବ। ଯାହା ଫଳରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେମାନେ ଆଉ ହଇରାଣ ହେବେ ନାହିଁ। ଏଥି ସହିତ ମଧ୍ୟବିତ୍ତଙ୍କୁ  ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ଉପରେ ରିହାତି ମିଳିବ।  ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

https://www.youtube.com/shorts/x-OwRilnBbQ

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଏଥି ସହିତ ମଧ୍ୟବିତ୍ତ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ବୃତ୍ତି ମିଳିବ। ଏଥି ସହିତ ଉଚ୍ଚ ଶିକ୍ଷା ଋଣ ନେଲେ ସେମାନଙ୍କୁ ମଧ୍ୟ ସୁଧ ଉପରେ ରିହାତି ମିଳିବ। ଏହା ସହ ସୁଲଭ ପରିବହନ କ୍ଷେତ୍ରରେ ମଧ୍ୟ ସରକାର ସହାୟତା ପ୍ରଦାନ କରାଯିବ। ଯାହା ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାରରେ ରହିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ୯ ତାରିଖରେ ଷଷ୍ଠ ଥଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏସବୁ କାର୍ଯ୍ୟକାରୀ କରାଯିବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

20 May 2024 By The Sakala

ମଧ୍ୟବିତ୍ତଙ୍କ ପାଇଁ ନବୀନଙ୍କ ୪ ଗ୍ୟାରେଣ୍ଟି, ପାଣ୍ଡିଆନ୍‌ କହିଲେ ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ

ଭୁବନେଶ୍ବର : ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ଏଣୁ ମଧ୍ୟବିତ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ ଚିନ୍ତା କରନ୍ତି। ଏଣୁ ଏଥରନିର୍ବାଚନ ଇସ୍ତାହାରରେ ନବୀନ ପଟ୍ଟନାୟକ ମଧ୍ୟବିତ୍ତ ପରିବାର ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ ଆଣିଛନ୍ତି। ଯାହାକୁ ନେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି।

କାର୍ତ୍ତିକ ପାଣ୍ଡିଆନ ଭିଡିଓରେ କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ମଧ୍ୟବିତ୍ତ ଆମ ସମାଜର ମେରୁଦଣ୍ଡ, ଏଣୁ ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୪ଟି ମୁଖ୍ୟ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ପ୍ରଥମେ ମଧ୍ୟବିତ୍ତଙ୍କୁ BSKY ରେ ସାମିଲ କରାଯିବ। ଯାହା ଫଳରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେମାନେ ଆଉ ହଇରାଣ ହେବେ ନାହିଁ। ଏଥି ସହିତ ମଧ୍ୟବିତ୍ତଙ୍କୁ  ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ଉପରେ ରିହାତି ମିଳିବ।  ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ।

https://www.youtube.com/shorts/x-OwRilnBbQ

ଏଥି ସହିତ ମଧ୍ୟବିତ୍ତ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ବୃତ୍ତି ମିଳିବ। ଏଥି ସହିତ ଉଚ୍ଚ ଶିକ୍ଷା ଋଣ ନେଲେ ସେମାନଙ୍କୁ ମଧ୍ୟ ସୁଧ ଉପରେ ରିହାତି ମିଳିବ। ଏହା ସହ ସୁଲଭ ପରିବହନ କ୍ଷେତ୍ରରେ ମଧ୍ୟ ସରକାର ସହାୟତା ପ୍ରଦାନ କରାଯିବ। ଯାହା ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାରରେ ରହିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ୯ ତାରିଖରେ ଷଷ୍ଠ ଥଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏସବୁ କାର୍ଯ୍ୟକାରୀ କରାଯିବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର