ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ, ଶୁଭେଚ୍ଛା ଜଣାଇଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପରେ ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରଣବ ପ୍ରକାଶ । ଅନ୍ୟପଟେ ବବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ମୁଁ ନିଶ୍ଚିତ ଯେ, ଏହି ନିର୍ବାଚନରେ ତୁମେ ନିଶ୍ଚୟ ଜିତିବ। ନବୀନଙ୍କ […]

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପରେ ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରଣବ ପ୍ରକାଶ । ଅନ୍ୟପଟେ ବବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ମୁଁ ନିଶ୍ଚିତ ଯେ, ଏହି ନିର୍ବାଚନରେ ତୁମେ ନିଶ୍ଚୟ ଜିତିବ। ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ବିଜେଡି କର୍ମୀଙ୍କ ମନୋବଳ ବଢାଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସୂଚନା ଅନୁଯାୟୀ, ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ପହଞ୍ଚିଥିଲେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି ।

ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ। ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

30 Apr 2024 By The Sakala

https://www.thesakala.in/latest-odisha-news/naveen-wishes-pranab-prakash-for-2024-election/article-31827
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର