ଗଞ୍ଜାମରେ ନବୀନ: ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ନବୀନଙ୍କ ଆଲୋଚନା

The Sakala Picture
Published On

ଗଞ୍ଜାମ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଗଞ୍ଜାମର ଚାଷୀ। ନିଜ ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରୀ କରଛନ୍ତି ସେମାନେ। ଏହି ସମୟରେ ଅନେକ ମହିଳା, ଏପରିକି ପୁରୁଷମାନେ ବି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିିନିଆ ବର୍ଷାରେ ଚାଷୀଙ୍କ ବ୍ଯାପକ କ୍ଷତି ହୋଇଛି। ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ନବୀନ […]

ଗଞ୍ଜାମ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଗଞ୍ଜାମର ଚାଷୀ। ନିଜ ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରୀ କରଛନ୍ତି ସେମାନେ। ଏହି ସମୟରେ ଅନେକ ମହିଳା, ଏପରିକି ପୁରୁଷମାନେ ବି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିିନିଆ ବର୍ଷାରେ ଚାଷୀଙ୍କ ବ୍ଯାପକ କ୍ଷତି ହୋଇଛି। ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ସେ ଗଞ୍ଜାମ ଯାଇଛନ୍ତି। ଶେରଗଡ଼ରେ ପ୍ରଥମେ ପହଞ୍ଚିବା ପରେ ସେ ତାକରଡ଼ା ଅଞ୍ଚଳର ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ସେ ହିଞ୍ଜିଳି ବ୍ଲକର ପୋଡ଼ିଙ୍ଗି ଯାଇଥିଲେ। ସେଠାରେ ଚାଷୀଙ୍କ ଦୁଃଖ ବୁଝିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର