ପୂର୍ବାହ୍ନରେ ପ୍ରସ୍ତାବ ଦେଲେ ନବୀନ, ଅପରାହ୍ନରେ କାର୍ଯ୍ୟକାରୀ କଲେ କେନ୍ଦ୍ର ସରକାର

The Sakala Picture
Published On

ଭୁବନେଶ୍ୱର: ବାରମ୍ବାର ବନ୍ୟା ବାତ୍ୟାର ସମ୍ମୁଖୀନ ହେଉଥିବା ଉପକୂଳ ରାଜ୍ୟମାନଙ୍କରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ନିର୍ମାଣ କରିବା ପାଇଁ  ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ସଚିବ ଗତ କାଲି ସଂଧ୍ୟାରେ ଏକ ବୈଠକ ଡ଼କାଇ ଉପକୂଳ ରାଜ୍ୟମାନଙ୍କରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି […]

ଭୁବନେଶ୍ୱର: ବାରମ୍ବାର ବନ୍ୟା ବାତ୍ୟାର ସମ୍ମୁଖୀନ ହେଉଥିବା ଉପକୂଳ ରାଜ୍ୟମାନଙ୍କରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ନିର୍ମାଣ କରିବା ପାଇଁ  ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ସଚିବ ଗତ କାଲି ସଂଧ୍ୟାରେ ଏକ ବୈଠକ ଡ଼କାଇ ଉପକୂଳ ରାଜ୍ୟମାନଙ୍କରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ନିର୍ମାଣ ପାଇଁ ଗାଇଡ୍‍ ଲାଇନ୍‍ ପ୍ରସ୍ତୁତ କରିଛନ୍ତି। ବିପର୍ଯ୍ୟୟ ସମୟରେ ଯେପରି ନିରବିଚ୍ଛିନ୍ନ ବିଦ୍ୟୁତ୍‍ ବଣ୍ଟନ ଓ ସରବରାହ ହୋଇ ପାରିବ ସେ ନେଇ ମନ୍ତ୍ରାଳୟ ପକ୍ଷରୁ ବିଚାର ବିମର୍ଷ ଆରମ୍ଭ ହୋଇଛି। ଆଜି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ୱିଟ୍‍ ଯୋଗେ ସୂଚନା ଦିଆଯାଇଛି। ଏହି ବୈଠକରେ ଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ରୋଲ ଇଲେକ୍ଟ୍ରିସିଟି ଅଥରିଟି (ସିଇଏ), ବାତ୍ୟାର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କର ଅଧିକାରୀ, ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିପିଏସ୍‍ୟୁର ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଇଡ୍‍ଲାଇନ୍‍ ଅନୁଯାୟୀ ଡିସ୍‍କମ୍‍ ଗୁଡିକ ଉପକୂଳ ରାଜ୍ୟରେ ବାତ୍ୟା ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ସ୍ଥାପନ କରିବେ। ପ୍ରଥମେ ଉପକୂଳରୁ ୨୦ କିମି ଦୂରତା ମଧ୍ୟରେ ଝଡ଼ ବାତ୍ୟାର ସାମ୍ନା କରିପାରୁଥିବା ବିଦ୍ୟୁତ୍‍ ସରବରାହ ଏବଂ ସଞ୍ଚାଳନ ବ୍ୟବସ୍ଥା କରିବେ। ପରେ ଏହା ୬୦ କିମିକୁ ବୃଦ୍ଧି କରାଯିବ। ଏୟାର ଇନସ୍ୟୁଲେଟେଡ୍‍ ସବ୍‍ ଷ୍ଟେସନ୍‍ ଗୁଡ଼ିକୁ ଗ୍ୟାସ୍‍ ଇନସ୍ୟୁଲେଟେଡ୍‍ ସବ୍‍ ଷ୍ଟେସନ୍‍ରେ ପରିବର୍ତ୍ତନ କରାଯିବ। ଏହା ଚାରିପଟେ ବନ୍ୟା ପ୍ରତିରୋଧୀ ପ୍ରାଚୀର ନିର୍ମାଣ କରାଯିବ । ଇସ୍ପାତ ଢ଼ଞ୍ଚା ଗୁଡ଼ିକୁ କଳଙ୍କି ଲାଗିବାରୁ ସୁରକ୍ଷା ଦେବା ପାଇଁ ସେଥିରେ ଇପ୍ରୋକ୍ସି-ବେସଡ୍‍ ପେଣ୍ଟିଂ କରାଯିବ। ଟ୍ରାନ୍ସମିସନ୍‍ ବ୍ୟବସ୍ଥାରେ ଓଏଫସି ଲିଙ୍କ୍‍ ବ୍ୟବହାର କରିବା ପାଇଁ ଗାଇଡ୍‍ଲାଇନ୍‍ରେ କୁହାଯାଇଛି। ବିଦ୍ୟୁତ୍‍ ସଞ୍ଚାଳନ ଟ୍ରାନ୍ସଫର୍ମର ଗୁଡ଼ିକୁ କଂକ୍ରିଟ୍‍ ପ୍ଲିନ୍ଥ ଉପରେ ସ୍ଥାପନ କରାଯିବ। ଏଥିପାଇଁ ପ୍ରି-କାଷ୍ଟ କିମ୍ବା ଆରସିସି ଢ଼ଞ୍ଚା ବ୍ୟବହାର କରିବା ପାଇଁ ନିଷ୍ପି ହୋଇଛି। ସେହିପରି ୧୧ କେଭି ଏବଂ ଲୋ ଟ୍ରାନ୍ସମିସନ୍‍ (ଏଲ୍‍ଟି) ଓଭରହେଡ୍‍ ଲାଇନ୍‍ ପାଇଁ ଏରିଏଲ୍‍ ବଡ୍‍ କେବୁଲ୍‍ ବ୍ୟବହାର କରାଯିବ। ପ୍ରବଳ ବେଗରେ ବହୁଥିବା ପବନକୁ ସମ୍ଭାଳିବା ପାଇଁ ରେଳବାଇ ଖୁଣ୍ଟ କିମ୍ବା ଡବଲ୍‍ ପୋଲ୍‍ ବ୍ୟବହାର କରିବା ପାଇଁ ଡିସ୍‍କମ୍‍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ:  ବଦଳିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ବାତ୍ୟା ପରେ ପରେ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ତଥା କ୍ଷୟକ୍ଷତି ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍‍ଓପି) ପ୍ରସ୍ତୁତ କରିବା ପାଇଁ ମନ୍ତ୍ରାଳୟ ନିଷ୍ପି ନେଇଛି। ବିଦ୍ୟୁତ୍‍ ସଞ୍ଚାଳନ ବ୍ୟବସ୍ଥାର ଡିଜିଟାଇଜେସନ୍‍ କରାଯିବା ସହିତ ନିୟମିତ ଭାବେ ଗଛିତ ଥିବା ସାମଗ୍ରୀର ସମୀକ୍ଷା କରାଯିବ। ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି ନିୟମିତ ପାଟ୍ରେଲିଂ କରି ଆବଶ୍ୟକୀୟ ମରାମତି ଓ ପୁନୁରଦ୍ଧାର କାର୍ଯ୍ୟ ପାଇଁ ଡିସ୍‍କମ୍‍ ପଦକ୍ଷେପ ନେବେ। ଯେଉଁଠି ସମସ୍ୟା ଦେଖାଦେବ ଅବିଳମ୍ବେ ତାହାର ସମାଧାନ କରିବା ପାଇଁ ମନ୍ତ୍ରାଳୟ ନିଷ୍ପି ନେଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବା ନିମନ୍ତେ ବିଭିନ୍ନ ବିଭାଗକୁ ନେଇ ସମୟ ସମୟରେ ମକ୍‍ଡ୍ରିଲ୍‍ ଆୟୋଜନ ହେବ। ପୂର୍ବ ଅଭିଜ୍ଞତା ଆଧାରରେ ଯୋଜନା ପ୍ରସ୍ତୁତ କରାଯିବ ଏବଂ ଏଥିରେ ନିୟୋଜିତ ମାନବମ୍ବଳର ଦକ୍ଷତା ବୃଦ୍ଧି କରାଯିବ। ବାତ୍ୟା ପ୍ରତିରୋଧୀ ବିଦ୍ୟୁତ୍‍ ସରବରାହ ଓ ବିତରଣ ଟାସ୍କ ଫୋର୍ସ ଏସ୍‍ଓପି ପ୍ରସ୍ତୁତ କରିବ ଏବଂ ଏହାକୁ ଉପକୂଳ ରାଜ୍ୟ ପାଳନ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପୁରୀର ଏକ ହୋଟେଲରୁ TMC ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ୍

29 May 2021 By The Sakala

ପୂର୍ବାହ୍ନରେ ପ୍ରସ୍ତାବ ଦେଲେ ନବୀନ, ଅପରାହ୍ନରେ କାର୍ଯ୍ୟକାରୀ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ବାରମ୍ବାର ବନ୍ୟା ବାତ୍ୟାର ସମ୍ମୁଖୀନ ହେଉଥିବା ଉପକୂଳ ରାଜ୍ୟମାନଙ୍କରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ନିର୍ମାଣ କରିବା ପାଇଁ  ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ସଚିବ ଗତ କାଲି ସଂଧ୍ୟାରେ ଏକ ବୈଠକ ଡ଼କାଇ ଉପକୂଳ ରାଜ୍ୟମାନଙ୍କରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ନିର୍ମାଣ ପାଇଁ ଗାଇଡ୍‍ ଲାଇନ୍‍ ପ୍ରସ୍ତୁତ କରିଛନ୍ତି। ବିପର୍ଯ୍ୟୟ ସମୟରେ ଯେପରି ନିରବିଚ୍ଛିନ୍ନ ବିଦ୍ୟୁତ୍‍ ବଣ୍ଟନ ଓ ସରବରାହ ହୋଇ ପାରିବ ସେ ନେଇ ମନ୍ତ୍ରାଳୟ ପକ୍ଷରୁ ବିଚାର ବିମର୍ଷ ଆରମ୍ଭ ହୋଇଛି। ଆଜି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ୱିଟ୍‍ ଯୋଗେ ସୂଚନା ଦିଆଯାଇଛି। ଏହି ବୈଠକରେ ଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ରୋଲ ଇଲେକ୍ଟ୍ରିସିଟି ଅଥରିଟି (ସିଇଏ), ବାତ୍ୟାର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କର ଅଧିକାରୀ, ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିପିଏସ୍‍ୟୁର ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଇଡ୍‍ଲାଇନ୍‍ ଅନୁଯାୟୀ ଡିସ୍‍କମ୍‍ ଗୁଡିକ ଉପକୂଳ ରାଜ୍ୟରେ ବାତ୍ୟା ନିରୋଧୀ ବିଦ୍ୟୁତ୍‍ ଭିିତ୍ତିଭୂମି ସ୍ଥାପନ କରିବେ। ପ୍ରଥମେ ଉପକୂଳରୁ ୨୦ କିମି ଦୂରତା ମଧ୍ୟରେ ଝଡ଼ ବାତ୍ୟାର ସାମ୍ନା କରିପାରୁଥିବା ବିଦ୍ୟୁତ୍‍ ସରବରାହ ଏବଂ ସଞ୍ଚାଳନ ବ୍ୟବସ୍ଥା କରିବେ। ପରେ ଏହା ୬୦ କିମିକୁ ବୃଦ୍ଧି କରାଯିବ। ଏୟାର ଇନସ୍ୟୁଲେଟେଡ୍‍ ସବ୍‍ ଷ୍ଟେସନ୍‍ ଗୁଡ଼ିକୁ ଗ୍ୟାସ୍‍ ଇନସ୍ୟୁଲେଟେଡ୍‍ ସବ୍‍ ଷ୍ଟେସନ୍‍ରେ ପରିବର୍ତ୍ତନ କରାଯିବ। ଏହା ଚାରିପଟେ ବନ୍ୟା ପ୍ରତିରୋଧୀ ପ୍ରାଚୀର ନିର୍ମାଣ କରାଯିବ । ଇସ୍ପାତ ଢ଼ଞ୍ଚା ଗୁଡ଼ିକୁ କଳଙ୍କି ଲାଗିବାରୁ ସୁରକ୍ଷା ଦେବା ପାଇଁ ସେଥିରେ ଇପ୍ରୋକ୍ସି-ବେସଡ୍‍ ପେଣ୍ଟିଂ କରାଯିବ। ଟ୍ରାନ୍ସମିସନ୍‍ ବ୍ୟବସ୍ଥାରେ ଓଏଫସି ଲିଙ୍କ୍‍ ବ୍ୟବହାର କରିବା ପାଇଁ ଗାଇଡ୍‍ଲାଇନ୍‍ରେ କୁହାଯାଇଛି। ବିଦ୍ୟୁତ୍‍ ସଞ୍ଚାଳନ ଟ୍ରାନ୍ସଫର୍ମର ଗୁଡ଼ିକୁ କଂକ୍ରିଟ୍‍ ପ୍ଲିନ୍ଥ ଉପରେ ସ୍ଥାପନ କରାଯିବ। ଏଥିପାଇଁ ପ୍ରି-କାଷ୍ଟ କିମ୍ବା ଆରସିସି ଢ଼ଞ୍ଚା ବ୍ୟବହାର କରିବା ପାଇଁ ନିଷ୍ପି ହୋଇଛି। ସେହିପରି ୧୧ କେଭି ଏବଂ ଲୋ ଟ୍ରାନ୍ସମିସନ୍‍ (ଏଲ୍‍ଟି) ଓଭରହେଡ୍‍ ଲାଇନ୍‍ ପାଇଁ ଏରିଏଲ୍‍ ବଡ୍‍ କେବୁଲ୍‍ ବ୍ୟବହାର କରାଯିବ। ପ୍ରବଳ ବେଗରେ ବହୁଥିବା ପବନକୁ ସମ୍ଭାଳିବା ପାଇଁ ରେଳବାଇ ଖୁଣ୍ଟ କିମ୍ବା ଡବଲ୍‍ ପୋଲ୍‍ ବ୍ୟବହାର କରିବା ପାଇଁ ଡିସ୍‍କମ୍‍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ପରେ ପରେ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ତଥା କ୍ଷୟକ୍ଷତି ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍‍ଓପି) ପ୍ରସ୍ତୁତ କରିବା ପାଇଁ ମନ୍ତ୍ରାଳୟ ନିଷ୍ପି ନେଇଛି। ବିଦ୍ୟୁତ୍‍ ସଞ୍ଚାଳନ ବ୍ୟବସ୍ଥାର ଡିଜିଟାଇଜେସନ୍‍ କରାଯିବା ସହିତ ନିୟମିତ ଭାବେ ଗଛିତ ଥିବା ସାମଗ୍ରୀର ସମୀକ୍ଷା କରାଯିବ। ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି ନିୟମିତ ପାଟ୍ରେଲିଂ କରି ଆବଶ୍ୟକୀୟ ମରାମତି ଓ ପୁନୁରଦ୍ଧାର କାର୍ଯ୍ୟ ପାଇଁ ଡିସ୍‍କମ୍‍ ପଦକ୍ଷେପ ନେବେ। ଯେଉଁଠି ସମସ୍ୟା ଦେଖାଦେବ ଅବିଳମ୍ବେ ତାହାର ସମାଧାନ କରିବା ପାଇଁ ମନ୍ତ୍ରାଳୟ ନିଷ୍ପି ନେଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବା ନିମନ୍ତେ ବିଭିନ୍ନ ବିଭାଗକୁ ନେଇ ସମୟ ସମୟରେ ମକ୍‍ଡ୍ରିଲ୍‍ ଆୟୋଜନ ହେବ। ପୂର୍ବ ଅଭିଜ୍ଞତା ଆଧାରରେ ଯୋଜନା ପ୍ରସ୍ତୁତ କରାଯିବ ଏବଂ ଏଥିରେ ନିୟୋଜିତ ମାନବମ୍ବଳର ଦକ୍ଷତା ବୃଦ୍ଧି କରାଯିବ। ବାତ୍ୟା ପ୍ରତିରୋଧୀ ବିଦ୍ୟୁତ୍‍ ସରବରାହ ଓ ବିତରଣ ଟାସ୍କ ଫୋର୍ସ ଏସ୍‍ଓପି ପ୍ରସ୍ତୁତ କରିବ ଏବଂ ଏହାକୁ ଉପକୂଳ ରାଜ୍ୟ ପାଳନ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର