ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ନବୀନଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ବର: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ଜାଣିବା ପରେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପ୍ରଭାବିତଙ୍କ ପ୍ରତି ସେ ପ୍ରାର୍ଥନା ଓ ସମବେଦନା ଜଣାଇଛନ୍ତି। ଗୁରୁତରଥିବା ସମସ୍ତେ ଶୀଘ୍ର […]
ଭୁବନେଶ୍ବର: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ଜାଣିବା ପରେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପ୍ରଭାବିତଙ୍କ ପ୍ରତି ସେ ପ୍ରାର୍ଥନା ଓ ସମବେଦନା ଜଣାଇଛନ୍ତି। ଗୁରୁତରଥିବା ସମସ୍ତେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ସେ କହିଛନ୍ତି।
Deeply anguished to learn about the disastrous crash of #Ahmedabad– London Air India flight with hundreds of people onboard. My thoughts and prayers are with the families deeply affected in the tragic #planecrash.
— Naveen Patnaik (@Naveen_Odisha) June 12, 2025
୨୪୨ ଜଣ ଯାତ୍ରୀଙ୍କ ମଧ୍ଯରେ ଭାରତୀୟ ଯାତ୍ରୀଙ୍କ ସଂଖ୍ୟା ୧୬୯ ରହିଛି। ବ୍ରିଟେନର ୫୩, ପର୍ତ୍ତୁଗାଲର ୭, କାନାଡାର ଜଣେ ଯାତ୍ରୀ ରହିଥିବାବେଳେ ୨ ଜଣ ପାଇଲଟ ଓ ୧୦ ଜଣ କ୍ରିୟୁ ମେମ୍ବର ରହିଥିଲେ। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ସଠିକ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଜାତୀୟ ଗଣମାଧ୍ଯମରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ବୋଲି ଅନୁମାନ କରାଯାଉଛି।