ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ

ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (Delimitation) ବିଲ୍‌କୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ ଦେଖାଇ ଫେରିବା ବେଳେ ତାହାକୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଲା।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

"ଏହା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା। ଏହି ଘଟଣାକୁ ନେଇ ଆଜି ବିବିସି (BBC) ଓ ନ୍ୟୁୟର୍କ ପୋଷ୍ଟ (New York Post) ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି।"

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ଗାଁ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ମହିଳା ସଶକ୍ତିକରଣ ନାମରେ ବିଜେପି କେବଳ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅମାନୁଷିକ ଘଟଣା ଘଟିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ। ସରକାର କେବଳ 'ନାରେଟିଭ' ଓ 'ଅପ୍‌ଟିକ୍ସ'ରେ ବ୍ୟସ୍ତ ରହି ପ୍ରକୃତ ସେବା ଭୁଲିଯାଇଛନ୍ତି ବୋଲି ସେ କହିଛନ୍ତି।

ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ସ୍ପଷ୍ଟ କରି ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସମୟରୁ ଓଡ଼ିଶାରେ ମହିଳାଙ୍କୁ ସଂରକ୍ଷଣ ମିଳିଛି। କିନ୍ତୁ ଏହି ବିଲ୍ ଆଳରେ ସୀମା ନିର୍ଦ୍ଧାରଣ (Delimitation) କୁ ଲଦି ଦେବା ଏକ ଗୋପନୀୟ ଚକ୍ରାନ୍ତ। ଏହାଦ୍ୱାରା ଓଡ଼ିଶାର ସଂସଦୀୟ ସୀମା ବଦଳିବା ସହ ଆମର ରାଜନୈତିକ ଅଧିକାର କ୍ଷୁଣ୍ଣ ହେବ।  ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛି। ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ଏବଂ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ଶେଷରେ ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। "ଓଡିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତା'ର ହକ୍‌ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡିଶାର ବିଜେପି MLA ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍‌ କରନ୍ତୁ।"

30 Apr 2026 By Madhusudan Das

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ

ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (Delimitation) ବିଲ୍‌କୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି।

ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ ଦେଖାଇ ଫେରିବା ବେଳେ ତାହାକୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଲା।

"ଏହା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା। ଏହି ଘଟଣାକୁ ନେଇ ଆଜି ବିବିସି (BBC) ଓ ନ୍ୟୁୟର୍କ ପୋଷ୍ଟ (New York Post) ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି।"

ମହିଳା ସଶକ୍ତିକରଣ ନାମରେ ବିଜେପି କେବଳ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅମାନୁଷିକ ଘଟଣା ଘଟିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ। ସରକାର କେବଳ 'ନାରେଟିଭ' ଓ 'ଅପ୍‌ଟିକ୍ସ'ରେ ବ୍ୟସ୍ତ ରହି ପ୍ରକୃତ ସେବା ଭୁଲିଯାଇଛନ୍ତି ବୋଲି ସେ କହିଛନ୍ତି।

ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ସ୍ପଷ୍ଟ କରି ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସମୟରୁ ଓଡ଼ିଶାରେ ମହିଳାଙ୍କୁ ସଂରକ୍ଷଣ ମିଳିଛି। କିନ୍ତୁ ଏହି ବିଲ୍ ଆଳରେ ସୀମା ନିର୍ଦ୍ଧାରଣ (Delimitation) କୁ ଲଦି ଦେବା ଏକ ଗୋପନୀୟ ଚକ୍ରାନ୍ତ। ଏହାଦ୍ୱାରା ଓଡ଼ିଶାର ସଂସଦୀୟ ସୀମା ବଦଳିବା ସହ ଆମର ରାଜନୈତିକ ଅଧିକାର କ୍ଷୁଣ୍ଣ ହେବ।  ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛି। ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ଏବଂ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ଶେଷରେ ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। "ଓଡିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତା'ର ହକ୍‌ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡିଶାର ବିଜେପି MLA ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍‌ କରନ୍ତୁ।"

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର