ହିନ୍ଦୋଳ ଓ ଅତାବିରାରେ ଚାଲିଛି ଏନଏସି ନିର୍ବାଚନ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରାରେ ଚାଲିଛି ଏନଏସି ନିର୍ବାଚନ । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛୁଛନ୍ତି ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ କରାଯାଇଛି। ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ୫୦ ଜଣ କାଉନସିଲର ଓ ଅଧ୍ୟକ୍ଷ ପାଇଁ ୩ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରାରେ ଚାଲିଛି ଏନଏସି ନିର୍ବାଚନ । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛୁଛନ୍ତି ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ କରାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ୫୦ ଜଣ କାଉନସିଲର ଓ ଅଧ୍ୟକ୍ଷ ପାଇଁ ୩ ଜଣ ପ୍ରାର୍ଥୀ ଅଛନ୍ତି । ସେହିପରି ଅତାବିରା ଏନଏସିରେ ୧୨ଟି ଓ୍ବାର୍ଡ ରହିଛି । ଭୋଟ୍ ଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି ୧୩ ହଜାର ୨୦ ଜଣ ଭୋଟର । ଅତାବିରାରେ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଂଧ୍ୟା ୫ଟା ପର୍ଯ୍ଯନ୍ତ ଚାଲିବ ମତଦାନ । ଆସନ୍ତା ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର