ସାପକୁ ଚୁମା ଦେଉଥିଲେ ନିଶାଡି ଯୁବକ, ଚୋଟ ମାରି କଲା ରକ୍ତାକ୍ତ

The Sakala Picture
Published On

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜାମ୍ବଗୁଡା ଅଞ୍ଚଳରୁ ଏକ ଅଭାବନୀୟ ଚିତ୍ର ସମ୍ନାକୁ ଆସିିିଛି। ଜଣେ ବ୍ଯକ୍ତି ଏତେ ନିଶାରେ ଯେ ସାପକୁ ଚୁମା ଦେବାକୁ ପଛାଇନି। ସାପକୁ ଚୁମା ଦେବାକୁ ଯାଇ  ମଧ୍ଯ ଚୋଟ ଖାଇଛି। ଚୋଟ ଖାଇ ମାଧବ ଓଠରୁ ରକ୍ତ ବାହାରୁ ଥିଲେ ବି ନିଶାରେ ଏମିତି ମାତାଲ ଥିଲା ଯେ ସାପକୁ ଛାଡିବାର ନାଁ ଧରୁନଥିଲା । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ମେଡିକାଲରେ […]

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜାମ୍ବଗୁଡା ଅଞ୍ଚଳରୁ ଏକ ଅଭାବନୀୟ ଚିତ୍ର ସମ୍ନାକୁ ଆସିିିଛି। ଜଣେ ବ୍ଯକ୍ତି ଏତେ ନିଶାରେ ଯେ ସାପକୁ ଚୁମା ଦେବାକୁ ପଛାଇନି। ସାପକୁ ଚୁମା ଦେବାକୁ ଯାଇ  ମଧ୍ଯ ଚୋଟ ଖାଇଛି। ଚୋଟ ଖାଇ ମାଧବ ଓଠରୁ ରକ୍ତ ବାହାରୁ ଥିଲେ ବି ନିଶାରେ ଏମିତି ମାତାଲ ଥିଲା ଯେ ସାପକୁ ଛାଡିବାର ନାଁ ଧରୁନଥିଲା । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପାତ୍ରୀଗାଁର ମାଧବ ଗୌଡ଼ ନିଶାଶକ୍ତ ଅବସ୍ଥାରେ ଜାମ୍ବଗୁଡ଼ା ଜଙ୍ଗଲରେ ବୁଲୁଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ଜଙ୍ଗଲରେ ତାଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ନାଲି ପାଣି ନିଶାରେ ଚୂର ମାଧବ ସାପଟିକୁ ଧରି ବେକରେ ପକାଇ ରାସ୍ତା ଉପରକୁ ଚାଲି ଆସିଥିଲା । ଏହାପରେ ସେ ସାପଟି ସହ ଖେଳିବା ଆରମ୍ଭ କରିଦେବା ସହ କାରନାମା ଦେଖାଇବା ଆରମ୍ଭ କରିଦେଇଥିଲା । ଏପରିକି ସାପକୁ ଚୁମା ଦେବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସାପଟି ମାଧବ ଓଠ ଓ ହାତକୁ ଚୋଟ ମାରିଥିଲା ।

ଚୋଟ ଖାଇ ମାଧବ ଓଠରୁ ରକ୍ତ ବାହାରୁ ଥିଲେ ବି ନିଶାରେ ଏମିତି ମାତାଲ ଥିଲା ଯେ ସାପକୁ ଛାଡିବାର ନାଁ ଧରୁନଥିଲା । ଯହା ଦେଖିବାକୁ ରାସ୍ତାରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା । ଶେଷରେ ଜଣେ ବ୍ୟକ୍ତି ସାପଟିକୁ ଛାଡି ଦେଲେ ୫୦ ଟଙ୍କା ଦେବ ବୋଲି କହିବାରୁ ସେ ଛାଡି ଦେଇଥିଲା । ସାପଟି ଜଙ୍ଗଲ ଆଡକୁ ଯାଉଥିବା ବେଳେ ନିଶାଶକ୍ତ ମାଧବ ତାକୁ ଗୋଡ଼ରେ ଦଳି ମାରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସାପ ଚୋଟରେ ବିଷ ମାଧବର ଶରୀରରେ ଚରି ଯାଇଥିଲା ଓ ସେ ଅଚେତ ହୋଇ ପଡ଼ି ଯାଇଥିଲା । ଏହାପରେ ଦେଖଣାହାରୀ ୧୦୮ ଆମ୍ବୁଲାନ୍ସକୁ ଡକାଇ ତାକୁ ମେଡିକାଲ ପଠାଇଥିଲେ । ପ୍ରଥମେ ତାକୁ ପାପଡାହାଣ୍ଡି ମେଡ଼ିକାଲ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ମାଧବର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।

30 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର