ସଉଦା କିଣି ଫେରୁଥିବା ବେଳେ ବାଇକକୁ ଧକ୍କା ଦେଲା ଜେସିବି, ଯୁବକ ମୃତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଉଦା କିଣି ଫେରୁଥିବା ବେଳେ ଏକ ଜେସିବି ବାଇକକୁ ଧକ୍କା ଦେଇଥିଲା। ଫଳରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ବିଏମ୍ ସେମଳା ଗାଁର ଦେବେନ୍ଦ୍ର ମାଳି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜେସିବି ଜାଳି ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦେବେନ୍ଦ୍ର ଜଣେ ବ୍ୟବସାୟୀ। ସେ ଆଜି ବାଗଟିଗୁଡ଼ା ଗାଁରେ ଥିବା ନିଜ ଦୋକାନ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଉଦା କିଣି ଫେରୁଥିବା ବେଳେ ଏକ ଜେସିବି ବାଇକକୁ ଧକ୍କା ଦେଇଥିଲା। ଫଳରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ବିଏମ୍ ସେମଳା ଗାଁର ଦେବେନ୍ଦ୍ର ମାଳି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜେସିବି ଜାଳି ଦେଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଦେବେନ୍ଦ୍ର ଜଣେ ବ୍ୟବସାୟୀ। ସେ ଆଜି ବାଗଟିଗୁଡ଼ା ଗାଁରେ ଥିବା ନିଜ ଦୋକାନ ପାଇଁ ସଉଦା କିଣି କୋଷାଗୁମୁଡାରୁ ବାଇକ୍ରେ ଫେରୁଥିଲେ। ତେବେ କୋଣ୍ଡାପୁରୀ ରାସ୍ତା ପାର୍ଶ୍ୱ ପୋଖରୀ ନିକଟରେ ରାସ୍ତା କାମରେ ନିୟୋଜିତ ଥିବା ଏକ ଜେସିବି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଦେବେନ୍ଦ୍ର ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେବେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଷାଗୁମୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଦେବେନ୍ଦ୍ରଙ୍କ ପରିବାର ଓ ଗାଁ ଲୋକେ ଦୁର୍ଘଟଣା ଘଟାଇଥିବା ଜେସିବିରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ସେପଟେ କୋଷାଗୁମୁଡା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।