ନବରଙ୍ଗପୁର ବିଧାନସଭା ଆସନ: ରୋଚକ ହେବ ଖୁଡ଼ୀ-ପୁତୁରା ଲଢ଼େଇ…

The Sakala Picture
Published On

ନବରଙ୍ଗପୁର: ଚଳିତ ୨୦୨୪ ନିର୍ବାଚନରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖୁଡ଼ୀ-ପୁତୁରା ମଧ୍ୟରେ ହେବ ଲଢ଼େଇ। କଂଗ୍ରେସ ପକ୍ଷରୁ ଲଢ଼ି ୯ ଥର ସାଂସଦ ହୋଇ ଇତିହାସ ରଚିଥିବା ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ସାନ ଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଗୋପୀନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ସଦାଶିବଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ଏଥର ବିଜେଡିର ବିଧାୟିକା ପ୍ରାର୍ଥୀ। ଅନ୍ୟପଟେ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ପୁଅ ତଥା […]

ନବରଙ୍ଗପୁର: ଚଳିତ ୨୦୨୪ ନିର୍ବାଚନରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖୁଡ଼ୀ-ପୁତୁରା ମଧ୍ୟରେ ହେବ ଲଢ଼େଇ। କଂଗ୍ରେସ ପକ୍ଷରୁ ଲଢ଼ି ୯ ଥର ସାଂସଦ ହୋଇ ଇତିହାସ ରଚିଥିବା ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ସାନ ଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଗୋପୀନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ସଦାଶିବଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ଏଥର ବିଜେଡିର ବିଧାୟିକା ପ୍ରାର୍ଥୀ। ଅନ୍ୟପଟେ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ପୁଅ ତଥା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ଏଥରର କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ। ତେଣୁ ନବରଙ୍ଗପୁର ଆସନ ଏଥର ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୨୦୧୯ରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ସଦାଶିବ ପ୍ରଧାନୀ। ପ୍ରଥମଥର ନିର୍ବାଚନ ଲଢ଼ି ନିର୍ବାଚନରେ ନବରଙ୍ଗପୁର ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେଡି ତାଙ୍କୁ ଟିକଟ ନ ଦେଇ ତାଙ୍କ ଧର୍ମପତ୍ନୀ କୌଶଲ୍ୟାଙ୍କ ଉପରେ ଭରସା କରିଛି। ଅନ୍ୟପଟେ ୨୦୨୨ ପଞ୍ଚାୟତ ନିର୍ବାଚନରେ ପାତ୍ରପୁଟ ସମିତି ସଭ୍ୟ ଭାବେ ଲଢ଼ି ବିଜୟୀ ହୋଇଥିଲେ ଦିଲ୍ଲୀପ ପ୍ରଧାନୀ। ପରବର୍ତ୍ତୀ ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଶାୟୀ ରହି ଗୋଟିଚାଳନା କରିଥିଲେ। କିନ୍ତୁ ଅଙ୍କ ତାଙ୍କର ସାଥ୍‌ ଦେଇନଥିଲେ। ସେବେଠାରୁ ଦିଲ୍ଲୀପ ନବରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଥିଲେ। ଏବେ ସେ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଭାବରେ ଲଢ଼େଇ କରୁଛନ୍ତି। ଗୋଟିଏ ପରିବାରର ଖୁଡ଼ୀ-ପୁତୁରା ଦୁଇ ନୂଆ ମୁହଁ ପ୍ରମୁଖ ଦୁଇ ଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଏକପ୍ରକାର ରୋଚକ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

08 Apr 2024 By The Sakala

ନବରଙ୍ଗପୁର ବିଧାନସଭା ଆସନ: ରୋଚକ ହେବ ଖୁଡ଼ୀ-ପୁତୁରା ଲଢ଼େଇ…

ନବରଙ୍ଗପୁର: ଚଳିତ ୨୦୨୪ ନିର୍ବାଚନରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖୁଡ଼ୀ-ପୁତୁରା ମଧ୍ୟରେ ହେବ ଲଢ଼େଇ। କଂଗ୍ରେସ ପକ୍ଷରୁ ଲଢ଼ି ୯ ଥର ସାଂସଦ ହୋଇ ଇତିହାସ ରଚିଥିବା ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ସାନ ଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଗୋପୀନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ସଦାଶିବଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ଏଥର ବିଜେଡିର ବିଧାୟିକା ପ୍ରାର୍ଥୀ। ଅନ୍ୟପଟେ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ପୁଅ ତଥା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ଏଥରର କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ। ତେଣୁ ନବରଙ୍ଗପୁର ଆସନ ଏଥର ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୯ରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ସଦାଶିବ ପ୍ରଧାନୀ। ପ୍ରଥମଥର ନିର୍ବାଚନ ଲଢ଼ି ନିର୍ବାଚନରେ ନବରଙ୍ଗପୁର ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେଡି ତାଙ୍କୁ ଟିକଟ ନ ଦେଇ ତାଙ୍କ ଧର୍ମପତ୍ନୀ କୌଶଲ୍ୟାଙ୍କ ଉପରେ ଭରସା କରିଛି। ଅନ୍ୟପଟେ ୨୦୨୨ ପଞ୍ଚାୟତ ନିର୍ବାଚନରେ ପାତ୍ରପୁଟ ସମିତି ସଭ୍ୟ ଭାବେ ଲଢ଼ି ବିଜୟୀ ହୋଇଥିଲେ ଦିଲ୍ଲୀପ ପ୍ରଧାନୀ। ପରବର୍ତ୍ତୀ ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଶାୟୀ ରହି ଗୋଟିଚାଳନା କରିଥିଲେ। କିନ୍ତୁ ଅଙ୍କ ତାଙ୍କର ସାଥ୍‌ ଦେଇନଥିଲେ। ସେବେଠାରୁ ଦିଲ୍ଲୀପ ନବରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଥିଲେ। ଏବେ ସେ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଭାବରେ ଲଢ଼େଇ କରୁଛନ୍ତି। ଗୋଟିଏ ପରିବାରର ଖୁଡ଼ୀ-ପୁତୁରା ଦୁଇ ନୂଆ ମୁହଁ ପ୍ରମୁଖ ଦୁଇ ଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଏକପ୍ରକାର ରୋଚକ ହେବ ବୋଲି କୁହାଯାଉଛି।

https://www.thesakala.in/latest-odisha-news/nabarangpur-assembly-seat-will-be-an-interesting-fight-between-khudi-and-putura/article-31272
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର