ଫୋନରେ କଥା ହେବାକୁ ନେଇ ହତ୍ୟାକାଣ୍ଡ,ନାବାଳିକାଙ୍କୁ ହତ୍ୟାକରି ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

The Sakala Picture
Published On

ଚମ୍ପୁଆ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରଘୁଆଳ ସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଫୋନ କୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଏକ ନାବାଳିକାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତ୍ବର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୂଚନା ଅନୁସାରେ ରଘୁଆଳ ସାହିର କୈଳାସ ସୀତାରି(20)ନାରଦପୁର ଅଞ୍ଚଳର ଦୁଇଜଣ ମା ଝିଅ ଙ୍କୁ ଆଣି ଘରେ ରଖିଥିଲେ। ନାବାଳିକା ଝିଅଟି ଅନେକ ସମୟରେ ଫୋନରେ କଥା ହେବାକୁ କୈଳାସ ନାପସନ୍ଦ କରି […]

ଚମ୍ପୁଆ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରଘୁଆଳ ସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଫୋନ କୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଏକ ନାବାଳିକାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତ୍ବର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୂଚନା ଅନୁସାରେ ରଘୁଆଳ ସାହିର କୈଳାସ ସୀତାରି(20)ନାରଦପୁର ଅଞ୍ଚଳର ଦୁଇଜଣ ମା ଝିଅ ଙ୍କୁ ଆଣି ଘରେ ରଖିଥିଲେ। ନାବାଳିକା ଝିଅଟି ଅନେକ ସମୟରେ ଫୋନରେ କଥା ହେବାକୁ କୈଳାସ ନାପସନ୍ଦ କରି ବାରଣ କରିଥାଏ। ମଙ୍ଗଳବାର ରାତ୍ରିରେ ସମାନ ଭାବେ ଝିଅଟି ଫୋନରେ କଥା ହେଉଥିବା ଦେଖି ରାଗରେ କୈଳାସ ଏକ କାଠ ଫାଳିଆରେ ତାକୁ ପିଟି ଥିଲା। ଫଳରେ ଘଟଣା ସ୍ଥଳରେ ନାବାଳିକା ସୁମିତ୍ରା ର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୈଳାସ ଏକ ଶାଢୀକୁ ବେକରେ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବାବେଳେ ମୃତ ନାବଳିକାର ମା ସେଠାରେ ପହଁଚି ତାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତ୍ବର ଅବସ୍ଥାରେ ଅଭିଯୁକ୍ତ କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଚମ୍ପୁଆ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି।

ଆହୁରି ପଢ଼ନ୍ତୁ: ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ଅସମ୍ମାନ ଅଭିଯୋଗ, କ୍ଷୋଭ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି ବିଶେଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର