ରାଜଧାନୀରେ ବିଭତ୍ସ ହତ୍ୟା : ଝିଆରୀକୁ ପ୍ରେମ କରୁଥିଲା, ଦାଦକୁ ହତ୍ୟା କଲା

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ପ୍ରେମରେ କଣ୍ଟା ସାଜିବାରୁ ଯୁବତୀଙ୍କ ଦାଦାର ମୁଣ୍ଡ, ଗଣ୍ଡି ଅଲଗା କରିଦେଲା ନାବାଳକ ପ୍ରେମିକ। ରଘୁନାଥ ନଗର ସୁକ ବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ସୁକ ବିହାରର ଜଗତ ମଲ୍ଲିକ ଓରଫ୍ ଜଗା (୩୩)। ସେପଟେ ହତ୍ୟାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି। ମିଳିଥିବା ସୂଚନା ଅନୁସାରେ, ସୁକ ବିହାରର ଜଗା ଅଟୋ ଚଳାଇ ପରିବାର ପୋଷଣ କରନ୍ତି। ଆଉ ସେହି […]

ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ପ୍ରେମରେ କଣ୍ଟା ସାଜିବାରୁ ଯୁବତୀଙ୍କ ଦାଦାର ମୁଣ୍ଡ, ଗଣ୍ଡି ଅଲଗା କରିଦେଲା ନାବାଳକ ପ୍ରେମିକ। ରଘୁନାଥ ନଗର ସୁକ ବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ସୁକ ବିହାରର ଜଗତ ମଲ୍ଲିକ ଓରଫ୍ ଜଗା (୩୩)। ସେପଟେ ହତ୍ୟାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି।

ଆହୁରି ପଢ଼ନ୍ତୁ: ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ, ଟ୍ରାକ୍ଟରରେ ହସ୍ପିଟାଲ ଯିବା ବେଳେ ସନ୍ତାନ ପ୍ରସବ କଲେ ମହିଳା

ମିଳିଥିବା ସୂଚନା ଅନୁସାରେ, ସୁକ ବିହାରର ଜଗା ଅଟୋ ଚଳାଇ ପରିବାର ପୋଷଣ କରନ୍ତି। ଆଉ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଜଗାର ଝିଆରୀକୁ ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା। ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ କରିଲେ ଯୋଜନା। ଆଉ କାଲି ରାତିରେ ଜଗା ବାଇକରେ ଫେରୁଥିବା ସମୟରେ ବେକକୁ ଖଣ୍ଡାରେ ଚୋଟ ପକାଇ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ।

ଆହୁରି ପଢ଼ନ୍ତୁ: ଶାସ୍ତ୍ରୀ ନଗର ସଡକ ଦୁର୍ଘଟଣା ମୃତ୍ୟୁ; ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ଡ୍ରାଇଭର ଗିରଫ

ସୁକ ବିହାରର ଜଗା ଅଟୋ ଚଳାଇ ବା ସହ ଆଧୁନିକ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି। ବୁଧବାର ଜଗା କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକ ଯାଇଥିଲେ। ରାତିରେ ଫେରିବା ପରେ ରଘୁନାଥ ନଗର ଶନି ମନ୍ଦିର ନିକଟରେ ଭୋଜି କରୁଥିବା ତାଙ୍କ ବନ୍ଧୁମାନଙ୍କ ନିକଟକୁ ଯାଇଥିଲେ। ଘରୁ ପତ୍ନୀଙ୍କର ଫୋନ୍ ଆସୁଥିବାରୁ ବନ୍ଧୁମାନଙ୍କ ସହିତ ନ ଖାଇ ସେଠାରୁ ପାର୍ସଲ ନେଇ ବାଇକ୍‌ ଯୋଗେ ଘରକୁ ଯାଉଥିଲେ। ପତ୍ନୀଙ୍କୁ ଫୋନ୍ କରି ଗେଟ୍ ଖୋଲିବାକୁ କହିଥିଲେ। ‌ ଘର ଆଉ ମାତ୍ର ୧୦୦ ମିଟର ଦୂର ଥିବାବେଳେ ନାବାଳକ ଓ ତାଙ୍କ ସହଯୋଗୀ ଜଗାଙ୍କୁ ରାସ୍ତାରେ ଅଟକାଇଥିଲେ। ସେଠାରେ ନାବାଳକ ଓ ଜଗାଙ୍କ ମଧ୍ୟରେ ବଚସା ହୋଇଥିଲା।

ଆହୁରି ପଢ଼ନ୍ତୁ: 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭' ପାଇଁ ମାର୍ଗଦର୍ଶିକା ଜାରି

ଏହାରି ଭିତରେ ନାବାଳକ ଜଣକ ଏକ ଖଣ୍ଡାରେ ଜଗାଙ୍କ ବେକକୁ ଆକ୍ରମଣ କରିଥିଲା। ଜଗାଙ୍କ ବେକରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ପ୍ରାଣ ବଞ୍ଚାଇବାକୁ ରକ୍ତାକ୍ତ ଅବସ୍ଥାରେ ବାଇକ୍‌ ଚଳାଇ ଘରକୁ ଯାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଏମ୍‌ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଘଟଣାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ମୃତକଙ୍କ ଘର ଯାଏଁ ରାସ୍ତା ସାରା ରକ୍ତ ଛିଟା ପଡ଼ିଛି। ପୁଲିସ ସେସବୁକୁ କର୍ଡନ କରିବା ସହିତ ଆଜି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନମୁନା ସଂଗ୍ରହ କରିବ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ପରେ ରଘୁନାଥ ନଗରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକମାନେ ନାବାଳକଙ୍କ ଘରକୁ ଟେକାପଥର ମାଡ଼ କରିଛନ୍ତି। ପୁଲିସ ଅଧିକ ଫୋର୍ସ ମୁତୟନ ପରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଚଳାଇଛି।

29 Aug 2024 By The Sakala

ରାଜଧାନୀରେ ବିଭତ୍ସ ହତ୍ୟା : ଝିଆରୀକୁ ପ୍ରେମ କରୁଥିଲା, ଦାଦକୁ ହତ୍ୟା କଲା

ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ପ୍ରେମରେ କଣ୍ଟା ସାଜିବାରୁ ଯୁବତୀଙ୍କ ଦାଦାର ମୁଣ୍ଡ, ଗଣ୍ଡି ଅଲଗା କରିଦେଲା ନାବାଳକ ପ୍ରେମିକ। ରଘୁନାଥ ନଗର ସୁକ ବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ସୁକ ବିହାରର ଜଗତ ମଲ୍ଲିକ ଓରଫ୍ ଜଗା (୩୩)। ସେପଟେ ହତ୍ୟାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି।

ମିଳିଥିବା ସୂଚନା ଅନୁସାରେ, ସୁକ ବିହାରର ଜଗା ଅଟୋ ଚଳାଇ ପରିବାର ପୋଷଣ କରନ୍ତି। ଆଉ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଜଗାର ଝିଆରୀକୁ ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା। ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ କରିଲେ ଯୋଜନା। ଆଉ କାଲି ରାତିରେ ଜଗା ବାଇକରେ ଫେରୁଥିବା ସମୟରେ ବେକକୁ ଖଣ୍ଡାରେ ଚୋଟ ପକାଇ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ।

ସୁକ ବିହାରର ଜଗା ଅଟୋ ଚଳାଇ ବା ସହ ଆଧୁନିକ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି। ବୁଧବାର ଜଗା କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକ ଯାଇଥିଲେ। ରାତିରେ ଫେରିବା ପରେ ରଘୁନାଥ ନଗର ଶନି ମନ୍ଦିର ନିକଟରେ ଭୋଜି କରୁଥିବା ତାଙ୍କ ବନ୍ଧୁମାନଙ୍କ ନିକଟକୁ ଯାଇଥିଲେ। ଘରୁ ପତ୍ନୀଙ୍କର ଫୋନ୍ ଆସୁଥିବାରୁ ବନ୍ଧୁମାନଙ୍କ ସହିତ ନ ଖାଇ ସେଠାରୁ ପାର୍ସଲ ନେଇ ବାଇକ୍‌ ଯୋଗେ ଘରକୁ ଯାଉଥିଲେ। ପତ୍ନୀଙ୍କୁ ଫୋନ୍ କରି ଗେଟ୍ ଖୋଲିବାକୁ କହିଥିଲେ। ‌ ଘର ଆଉ ମାତ୍ର ୧୦୦ ମିଟର ଦୂର ଥିବାବେଳେ ନାବାଳକ ଓ ତାଙ୍କ ସହଯୋଗୀ ଜଗାଙ୍କୁ ରାସ୍ତାରେ ଅଟକାଇଥିଲେ। ସେଠାରେ ନାବାଳକ ଓ ଜଗାଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହାରି ଭିତରେ ନାବାଳକ ଜଣକ ଏକ ଖଣ୍ଡାରେ ଜଗାଙ୍କ ବେକକୁ ଆକ୍ରମଣ କରିଥିଲା। ଜଗାଙ୍କ ବେକରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ପ୍ରାଣ ବଞ୍ଚାଇବାକୁ ରକ୍ତାକ୍ତ ଅବସ୍ଥାରେ ବାଇକ୍‌ ଚଳାଇ ଘରକୁ ଯାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଏମ୍‌ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଘଟଣାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ମୃତକଙ୍କ ଘର ଯାଏଁ ରାସ୍ତା ସାରା ରକ୍ତ ଛିଟା ପଡ଼ିଛି। ପୁଲିସ ସେସବୁକୁ କର୍ଡନ କରିବା ସହିତ ଆଜି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନମୁନା ସଂଗ୍ରହ କରିବ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ପରେ ରଘୁନାଥ ନଗରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକମାନେ ନାବାଳକଙ୍କ ଘରକୁ ଟେକାପଥର ମାଡ଼ କରିଛନ୍ତି। ପୁଲିସ ଅଧିକ ଫୋର୍ସ ମୁତୟନ ପରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର