ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

The Sakala Picture
Published On

କେନ୍ଦୁଝର:କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ବଡ଼ ମାଇହାତୀ ର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ଭୋରରୁ ୧୮ ଟିକିଆ ହାତୀପଲ ନେକଡ଼ାଘର ଜଙ୍ଗଲରେ ଚଳପ୍ରଚଳ କରୁଥିଲେ।ଏହି ସମୟରେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ ଜେଭି ଲାଇନ ର ଏକ ଖୁଣ୍ଟ ସଂସ୍ପର୍ଶରେରେ ଗୋଟିଏ ମାଇହାତୀ ଆସିଯାଇଥିଲା ।ପୂର୍ବରୁ ସେହି ଖୁଣ୍ଟର ତାର ଶଂଖରୁ ଖସି ପୋଲରେ ଲାଗିଥିଲା ବୋଲି […]

କେନ୍ଦୁଝର:କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ବଡ଼ ମାଇହାତୀ ର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ଭୋରରୁ ୧୮ ଟିକିଆ ହାତୀପଲ ନେକଡ଼ାଘର ଜଙ୍ଗଲରେ ଚଳପ୍ରଚଳ କରୁଥିଲେ।ଏହି ସମୟରେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ ଜେଭି ଲାଇନ ର ଏକ ଖୁଣ୍ଟ ସଂସ୍ପର୍ଶରେରେ ଗୋଟିଏ ମାଇହାତୀ ଆସିଯାଇଥିଲା ।ପୂର୍ବରୁ ସେହି ଖୁଣ୍ଟର ତାର ଶଂଖରୁ ଖସି ପୋଲରେ ଲାଗିଥିଲା ବୋଲି କୁହା ହେଉଛି।ତେଣୁ ମାଈ ହାତୀଟି ଉଚ୍ଚଶକ୍ତି ବିଦ୍ୟୁତ ସଂମ୍ପର୍କ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ସାଙ୍ଗରେ ଥିବା ଅନ୍ୟ ହାତୀମାନେ ସୋଭାଗ୍ୟବସତଃ ରକ୍ଷା ପାଇ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଖବର ପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡ଼ି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।ଡବ୍ଲୁ ଟି ଆଇ ର ଡା ବନ୍ଦିତା ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ମୃତ ହାତୀର ସେହିଠାରେ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି।ତେବେ ଉକ୍ତ ବିଦ୍ୟୁତ ଲାଇନ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା କାରଣରୁ ବିଦ୍ୟୁତ ଦୁର୍ଘଟଣାରେ ମାଈ ହାତୀର ମୃତ୍ୟୁ ହୋଇଥିବା ସ୍ଥାନିୟ ଲୋକେ ଅଭିଯୋଗ କରୁଛନ୍ତି।ମୃତ ହାତୀର ବୟସ ଆନୁମାନିକ ୨୦ ରୁ ୨୫ ବର୍ଷ ହେବ ବୋଲି ଡ଼ିଏଫଓ କହିଛନ୍ତି। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଦିଏଫଓ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଅନ୍ୟପଟେ ରାଜ୍ୟରେ ଗତ ପାଞ୍ଚ ବର୍ଷରେ ରାଜ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୨୦୧୬-୧୭ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ୪୦୬ ଗୋଟି ହାତୀଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଦୁର୍ଘଟଣା ଜନୀତ ମୃତ୍ୟୁ ସଂଖ୍ୟା ୧୬୨ ଅଟେ । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪ ହାତୀଙ୍କର ମୃତ୍ୟୁ ହୋଇଛି । ସେହିପରି ବିଦ୍ୟୁତ ଆଘାତ ଲାଗି ୫୪ ଓ ଅନ୍ୟନ୍ୟା ୯୦ ଏବଂ ଶିକାରୀମାନଙ୍କ ଦ୍ୱାରା ୧୧ଗୋଟି ହାତୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଓ ଶିକାର ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ପ୍ରମୁଖ ପଦକ୍ଷେମାନ ଗ୍ରହଣ କରାଯାଉଛି ଏବଂ ଆଗକୁ ଯୋଜନା ରହିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର