ରାଜ୍ୟରେ ୨ ଲକ୍ଷରୁ ଅଧିକ ପଦ ଖାଲି; ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୮୫ଟି ପଦ ଫାଙ୍କା

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟାଳୟରେ ମାଳମାଳ ପଦ ଖାଲି ପଡ଼ିଛି। ସରକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ଅଧିକାରୀଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ପଦ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ବିଭାଗରେ ଏମିତି ଦୁଇ ଲକ୍ଷରୁ ଅଧିକ ପଦ ଫାଙ୍କା ପଡ଼ିିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାରରୁ ଅଧିକ ପଦ ଖାଲି ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଦ୍ୱିତୀୟ ସର୍ବାଧିକ ୩୯ହଜାର ପଦ […]

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟାଳୟରେ ମାଳମାଳ ପଦ ଖାଲି ପଡ଼ିଛି। ସରକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ଅଧିକାରୀଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ପଦ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ବିଭାଗରେ ଏମିତି ଦୁଇ ଲକ୍ଷରୁ ଅଧିକ ପଦ ଫାଙ୍କା ପଡ଼ିିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାରରୁ ଅଧିକ ପଦ ଖାଲି ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଦ୍ୱିତୀୟ ସର୍ବାଧିକ ୩୯ହଜାର ପଦ ଖାଲି ପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ବିଦ୍ୟାଳୟରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନାହାନ୍ତି। କର୍ମଚାରୀଙ୍କ ଅଭାବ ମଧ୍ୟ ସରକାରୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇ ପାରୁନାହିଁ। କେବଳ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାର ୪୮୫ଟି ପଦ ଖାଲି ରହିଛି। ଗ୍ରୁପ୍‌ ସିରେ ୩୭ ହଜାର ୫୮୦ ପଦ ଖାଲି ପଡ଼ିଥିବା ବେଳେ ୧୮ ହଜାର ୯୭୪ଟି ଗ୍ରୁପ୍‌-ବି ପଦରେ କେହି ନାହାନ୍ତି। ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯ ହଜାର ୧୨୭ ପଦ ଖାଲି ପଡ଼ିଛି। ଗୃହ ବିଭାଗରେ ୧୯ ହଜାର ୮୮୯ ପଦ ଖାଲି ଥିବାବେଳେ ରାଜସ୍ୱ ବିଭାଗରେ ପ୍ରାୟ ୧୧ହଜାର, ପଞ୍ଚାୟତିରାଜ, ଜଳ ସମ୍ପଦ ଏବଂ କୃଷି ବିଭାଗରେ ୭ହଜାର ଲେଖାଏଁ ପଦରେ କେହି ନାହାନ୍ତି। ମତ୍ସ୍ୟ ସମ୍ପଦ ବିଭାଗରେ ମଧ୍ୟ ୬ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅନ୍ୟ ସମସ୍ତ ବିଭାଗରେ ମଧ୍ୟ ବହୁ ପଦ ଖାଲି ପଡ଼ିଛି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ଲକ୍ଷାଧିକ ପଦ ଖାଲି ଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରିକି ଚଳିତ ବର୍ଷ ସ୍ନାତକ ପଢ଼ୁଆ ପିଲାଙ୍କ ପାଇଁ ରାଜ୍ୟରେ ନୂତନ ନିଯୁକ୍ତି ମଧ୍ୟ ବାହାର କରାଯାଇ ନାହିଁ। ଓଡ଼ିଶା ଲୋକସେବା ଆୟୋଗ (ଏପିଏସ୍‌ସି) ପରିଚାଳିତ ମହାଲେଖାଗାର ଏଏସ୍‌ଓ ନିଯୁକ୍ତି ପାଇଁ ୨୯ ଟି ପଦ ବ୍ୟତୀତ ଅନ୍ୟ କୌଣସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଗୋଟିଏ ପଟେ ଦୁଇବର୍ଷ ମଧ୍ୟରେ ୬୫ ହଜାର ଓ ୫ବର୍ଷରେ ଅଢେ଼ଇ ଲକ୍ଷ ନିଯୁକ୍ତି ଦେବାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟପଟେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ନ କରିବା ଆଶାୟୀଙ୍କ ମଧ୍ୟରେ ସନ୍ଦେହ ବଢ଼ାଉଛି। ଗତ ଅଗଷ୍ଟ ଶେଷ ସୁଦ୍ଧା ୨୨ହଜାର ଗ୍ରୁପ୍‌-ସି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଅଗଷ୍ଟ ଯାଇ ସେପ୍ଟେମ୍ବର ସରିବାକୁ ବସିଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇପାରିଲା ନାହିଁ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ଅନୁରୂପ ଭାବେ ଏକାଧିକ ନିଯୁକ୍ତି ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପାଇଁ ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ହାଇକୋର୍ଟରେ ମାମଲା ଗଡ଼ୁଥିବାରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ୨୦୨୪ରେ ପ୍ରକାଶ ପାଇଥିବା ଓଡ଼ିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ (ଓପିଆର୍‌ବି) ପରିଚାଳିତ ପୁଲିସ୍‌ ଡ୍ରାଇଭର୍‌ (ପିଏମ୍‌ଟି), ଆଇଆର୍‌ବି ଓ ଏସ୍‌ଏସ୍‌ବି ବାଟାଲିଅନ୍‌, ପୁଲିସ୍‌ ଏସ୍‌ଆଇ ସମେତ କନିଷ୍ଠ ଯନ୍ତ୍ରୀ (ଜେଇ) ପରୀକ୍ଷାକୁ ନେଇ କୋର୍ଟରେ ମାମଲା ହୋଇଛି। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏଣୁ ନିୟମିତ ଭାବେ ଖାଲି ଥିବା ପଦରେ ନିଯୁକ୍ତି ପାଇଁ ତ୍ରୁଟିଶୂନ୍ୟ ବିଜ୍ଞପ୍ତି ବାହାର କରିବାକୁ ଆଶାୟୀମାନେ ଦାବି କରିଛନ୍ତି।

ନିଯୁକ୍ତି ଦେଉଥିବା ସଂସ୍ଥାରେ ଅର୍ଦ୍ଧାଧିକ ପଦ ଫାଙ୍କା, ଓପିଏସ୍‌ସିରେ ନାହାନ୍ତି ୫୫ ପ୍ରତିଶତ କର୍ମଚାରୀ

ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟା ସମୟ ଅବଧି ମଧ୍ୟରେ ସରିପାରୁ ନାହିଁ। ବର୍ଷ ବର୍ଷ ଧରି ଆଶାୟୀମାନେ ଅପେକ୍ଷା କରୁଛନ୍ତି। ଅପରପକ୍ଷରେ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ବାରମ୍ବାର ଘୁଞ୍ଚିବା କାରଣରୁ ଆଶାୟୀଙ୍କ ଧୈର୍ଯ୍ୟର ବାଡ଼ ଭାଙ୍ଗୁଛି। ଏପରି ସ୍ଥିତିରେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକରେ ମାନବ ସମ୍ବଳର ଘୋର ଅଭାବ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ପ୍ରମୁଖ ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ ହୋଇଛି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ରାଜ୍ୟରେ ପ୍ରମୁଖ ନିଯୁକ୍ତି ପରୀକ୍ଷାର ପରିଚାଳନା ଦାୟିତ୍ୱରେ ରହିଛି। ହେଲେ ପରୀକ୍ଷା ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଅର୍ଦ୍ଧାଧିକ ପଦ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ସମୁଦାୟ ୧୭୮ଟି ପଦ ପଧ୍ୟରୁ ମାତ୍ର ୮୦ଜଣ କାର୍ଯ୍ୟରତ ଅଛନ୍ତି। ଆଉ ୯୮ଟି ଅର୍ଥାତ୍‌ ୫୫ ପ୍ରତିଶତ ପଦରେ କେହି ନାହାନ୍ତି। ଓପିଏସ୍‌ସି ପରି ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ରେ କର୍ମଚାରୀ ମରୁଡ଼ି। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେଲେ ପ୍ରଥମେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାରେ ପର୍ଯ୍ୟାପ୍ତ ମାନବସମ୍ବଳ ନିଯୁକ୍ତ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।

23 Sep 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର