୫ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ : ଆଉ ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ
ଭୁବନେଶ୍ୱର : ଆସନ୍ତା ୪-୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ପ୍ରଥମେ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ଜୁନ ସୁଦ୍ଧା କର୍ଣ୍ଣାଟକ, ରାୟଲସୀମା ଓ ଆନ୍ଧ୍ରପ୍ରଦେଶର କିଛି ଉପକୂଳ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ତେବେ ଆସନ୍ତା ୪-୫ ଦିନ ମଧ୍ୟରେ ସାରା କର୍ଣ୍ଣାଟକ, ଗୋଆ ଓ ତେଲେଙ୍ଗାନା ସମେତ ଛତିଶଗଡ଼ ଓ […]
ଭୁବନେଶ୍ୱର : ଆସନ୍ତା ୪-୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ପ୍ରଥମେ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ଜୁନ ସୁଦ୍ଧା କର୍ଣ୍ଣାଟକ, ରାୟଲସୀମା ଓ ଆନ୍ଧ୍ରପ୍ରଦେଶର କିଛି ଉପକୂଳ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ତେବେ ଆସନ୍ତା ୪-୫ ଦିନ ମଧ୍ୟରେ ସାରା କର୍ଣ୍ଣାଟକ, ଗୋଆ ଓ ତେଲେଙ୍ଗାନା ସମେତ ଛତିଶଗଡ଼ ଓ ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି।
ଅନ୍ୟପଟେ ରାଜ୍ୟରେ ପୂର୍ବଭଳି ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟରେ ଗତ ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ସ୍ଥିତି ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିଥିଲା। ମାତ୍ର ମଙ୍ଗଳବାରଠାରୁ ବର୍ଷାର ପ୍ରକୋପ ହ୍ରାସ ହେବାକୁ ଥିବାରୁ ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇବ। ଏହି କ୍ରମରେ ମଙ୍ଗଳବାର ସୋନପୁର, ବୌଦ୍ଧ, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୁଳୁଗୁଳି ପ୍ରବଳ ହେବା ସହ ଏହି ଜିଲ୍ଲାଗୁଡ଼ିକରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛ। ୫ ତାରିଖରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ସୃଷ୍ଟି ହେବା ସହ ୬ରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏଥିପାଇଁ ତାପମାତ୍ରାରେ ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସୂଚନା ଥାଉ କି ରବିବାର ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଏହା ସାଙ୍ଗକୁ ବହୁ ସ୍ଥାନରେ ପବନର ବେଗ ମଧ୍ୟ ଅଧିକ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟାରେ କଟକରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୬୩, ତାଳଚେର ୬୭, ପାରଳାଖେମୁଣ୍ଡି ୬୧, ଜଗତସିଂହପୁର ୬୫, ଭଦ୍ରକ ୫୬, କେନ୍ଦ୍ରାପଡ଼ା ୫୨, ପୁରୀ ୪୩ ଓ ଅନୁଗୁଳରେ ୩୭ ମିମି ବର୍ଷା ରେକର୍ଡ କରାଯାଇଛି।