ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: କୋଭିଡ କଟକଣା ମଧ୍ୟରେ ଦିନକୁ ୬ ଘଣ୍ଟା ଚାଲିବ ଗୃହ

The Sakala Picture
Published On

ଭୁବନେଶ୍ୱର: ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକ ଶେଷ ହୋଇଛି । ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଦିନକୁ ୬ ଘଣ୍ଟା ଚାଲିବ ଗୃହ ବୋଲି ନିଷ୍ପତ୍ତି ହୋଇଛି । ଆଗରୁ ୫ ଘଣ୍ଟା ଚାଲୁଥିଲା । ଦୁଇଟି ପର୍ଯ୍ଯାୟରେ ଚାଲିବ ଗୃହ କାର୍ଯ୍ଯ । ପ୍ରଥମ ପର୍ଯ୍ଯାୟ ସାଢେ଼ ୧୦ରୁ ସାଢେ ଗୋଟାଏ ଓ ଦ୍ୱିତୀୟ ପର୍ୟ୍ୟାୟରେ ଅପରାହ୍ନ ୪ ଟାରୁ ୬ […]

ଭୁବନେଶ୍ୱର: ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକ ଶେଷ ହୋଇଛି । ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଦିନକୁ ୬ ଘଣ୍ଟା ଚାଲିବ ଗୃହ ବୋଲି ନିଷ୍ପତ୍ତି ହୋଇଛି । ଆଗରୁ ୫ ଘଣ୍ଟା ଚାଲୁଥିଲା । ଦୁଇଟି ପର୍ଯ୍ଯାୟରେ ଚାଲିବ ଗୃହ କାର୍ଯ୍ଯ । ପ୍ରଥମ ପର୍ଯ୍ଯାୟ ସାଢେ଼ ୧୦ରୁ ସାଢେ ଗୋଟାଏ ଓ ଦ୍ୱିତୀୟ ପର୍ୟ୍ୟାୟରେ ଅପରାହ୍ନ ୪ ଟାରୁ ୬ ଟା ପରିବର୍ତ୍ତେ ୭ଟା ପର୍ଯ୍ଯନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ଯନ୍ତ ମୋଟ ୨୪ଟି କାର୍ଯ୍ଯଦିବସରେ ଚାଲିବ ବିଧାନସଭା । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ୟ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯାଉଛି । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଏଥର କରୋନା କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କିନ୍ତୁ ବାଚସ୍ପତି ଓ ସରକାରୀ ଦଳ ସଚେତକ କହିଛନ୍ତି ବର୍ତ୍ତମାନ କୋଭିଡ ବଢ଼ୁଥିବାରୁ ରିସ୍କ ନେଇ ହେବନି । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି। କୋଭିଡ କଟକଣା ଭିତରେ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

29 Jun 2022 By The Sakala

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: କୋଭିଡ କଟକଣା ମଧ୍ୟରେ ଦିନକୁ ୬ ଘଣ୍ଟା ଚାଲିବ ଗୃହ

ଭୁବନେଶ୍ୱର: ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକ ଶେଷ ହୋଇଛି । ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଦିନକୁ ୬ ଘଣ୍ଟା ଚାଲିବ ଗୃହ ବୋଲି ନିଷ୍ପତ୍ତି ହୋଇଛି । ଆଗରୁ ୫ ଘଣ୍ଟା ଚାଲୁଥିଲା । ଦୁଇଟି ପର୍ଯ୍ଯାୟରେ ଚାଲିବ ଗୃହ କାର୍ଯ୍ଯ । ପ୍ରଥମ ପର୍ଯ୍ଯାୟ ସାଢେ଼ ୧୦ରୁ ସାଢେ ଗୋଟାଏ ଓ ଦ୍ୱିତୀୟ ପର୍ୟ୍ୟାୟରେ ଅପରାହ୍ନ ୪ ଟାରୁ ୬ ଟା ପରିବର୍ତ୍ତେ ୭ଟା ପର୍ଯ୍ଯନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ଯନ୍ତ ମୋଟ ୨୪ଟି କାର୍ଯ୍ଯଦିବସରେ ଚାଲିବ ବିଧାନସଭା । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ ।

ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ୟ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯାଉଛି । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଏଥର କରୋନା କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କିନ୍ତୁ ବାଚସ୍ପତି ଓ ସରକାରୀ ଦଳ ସଚେତକ କହିଛନ୍ତି ବର୍ତ୍ତମାନ କୋଭିଡ ବଢ଼ୁଥିବାରୁ ରିସ୍କ ନେଇ ହେବନି । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି। କୋଭିଡ କଟକଣା ଭିତରେ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର