ଏଣିକି ପ୍ରକଳ୍ପ ଶେଷ ପରେ ଅର୍ଥପାଇଁ ଦଉଡ଼ିବେନି, ଏସ୍‍ଏଚ୍‍ଜି ମହିଳାଙ୍କ ପାଖରେ ପହଞ୍ଚିବ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଗ୍ରୁପ୍‍ ଜରିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ବିଶେଷ କରି ମୁକ୍ତା ଯୋଜନାରେ ହେଉଥିବା କାର୍ଯ୍ୟରେ ଏସ୍‍ଏଚ୍‍ଜି ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେବେ ଏହି କାର୍ଯ୍ୟ ଶେଷ ପରେ ଯେମିତି ଏସ୍‍ଏଚ୍‍ଜି ମହିଳାମାନେ ସେମାନଙ୍କ ଅର୍ଥ ନେବା ପାଇଁ କୌଣସି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି, ତାହା ଉପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇଛି। ଏସ୍‍ଏଚଜି ମହିଳାମାନେ ୫-୧୦ ଲକ୍ଷ ଟଙ୍କା […]

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଗ୍ରୁପ୍‍ ଜରିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ବିଶେଷ କରି ମୁକ୍ତା ଯୋଜନାରେ ହେଉଥିବା କାର୍ଯ୍ୟରେ ଏସ୍‍ଏଚ୍‍ଜି ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେବେ ଏହି କାର୍ଯ୍ୟ ଶେଷ ପରେ ଯେମିତି ଏସ୍‍ଏଚ୍‍ଜି ମହିଳାମାନେ ସେମାନଙ୍କ ଅର୍ଥ ନେବା ପାଇଁ କୌଣସି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି, ତାହା ଉପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇଛି। ଏସ୍‍ଏଚଜି ମହିଳାମାନେ ୫-୧୦ ଲକ୍ଷ ଟଙ୍କା ମଧ୍ୟରେ କାମ କରୁଥିବା ଅର୍ଥ ପ୍ରଦାନରେ ବିଳମ୍ବ ନ କରିବା ସହ ସେମାନଙ୍କୁ ଅଫିସ୍‍ ନ ଦୌଡ଼ାଇବାକୁ ରାଜ୍ୟର ପୌରାଞ୍ଚଳରେ କାର୍ଯ୍ୟ କରୁଥିବା ଆକାଉଣ୍ଟାଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଏଥିପାଇଁ ମଧୁସୁଦନ ଏକାଡେମୀର ରାଜ୍ୟର ସବୁ ପୌରାଞ୍ଚଳର ଆକାଉଣ୍ଟାଣ୍ଟମାନଙ୍କୁ ନେଇ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା) ଏକ କର୍ମଶାଳା କରିଥିବା ବେଳେ ଏଥିରେ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ବିଭିନ୍ନ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛି। ବର୍ତ୍ତମାନ ମୁକ୍ତା ଯୋଜନା ସମେତ ଆହାର କେନ୍ଦ୍ର, ପରିମଳ ବ୍ୟବସ୍ଥା ଓ ଜଳସାଥୀ ଆଦି ସହ ଅନ୍ୟ କେତେ ସେବାରେ ମିଶନ ଶକ୍ତିର ମହିଳାମାନେ ନିୟୋଜିତ ହୋଇଛନ୍ତି। ତେବେ ଏହି କାର୍ଯ୍ୟ ଶଷ ପରେ ସେମାନଙ୍କ ପ୍ରାପ୍ୟ ନେବା ଓ ବିଲ କରି ଦେବା କ୍ଷେତ୍ରରେ ବିଭିନ୍ନ ସମସ୍ୟା ହେଉଛି। ମାତ୍ର ଏହି ସମସ୍ୟାକୁ ଦୂର କରି ତ୍ୱରିତ ଅର୍ଥ ପ୍ରଦାନ ଉପରେ ଏହି ବୈଠକରେ କୁହାଯାଇଛି। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରଶାଦ ପଣ୍ଡା କହିଛନ୍ତି ଯେ ମିଶନ ଶକ୍ତି ମହିଳାମାନଙ୍କୁ କାର୍ଯ୍ୟାଳୟକୁ ନ ଡକାଇ ସେମାନଙ୍କୁ ଘରପାଖରେ ସେମାନଙ୍କ ଅର୍ଥ ଦେବାକୁ ପଦକ୍ଷେପ ନେବାକୁ ଆକାଉଣ୍ଟାଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁକ୍ତା ଯୋଜନାର ସଫଳ ରୂପାୟନ ଓ କୌଣସି କାର୍ଯ୍ୟ ବିଳମ୍ବିତ ନ ହେବା ପାଇଁ ପୌରାଞ୍ଚଳଗୁଡ଼ିକରେ କେବଳ ମୁକ୍ତା ଯୋଜନା ବୁଝିବା ପାଇଁ ଜଣେ ଜଣେ ଆକାଉଣ୍ଟାଣ୍ଟ ନିୟୋଜିତ କରାଯାଇଛି। ଯାହାଦ୍ୱାରା ଏସ୍‍ଏଚ୍‍ଜି ମହିଳାମାନଙ୍କ କାର୍ଯ୍ୟ ବିଳମ୍ବ ହେବ ନାହିଁ ବୋଲି ଆଶା ରହିଥିବା ଶ୍ରୀ ପଣ୍ଡା କହିଛନ୍ତି। ଏହି ଆକାଉଣ୍ଟାଣ୍ଟମାନେ କେବଳ ମୁକ୍ତା ଯୋଜନା ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ଆଗକୁ କିପରି ଏହି କାର୍ଯ୍ୟକୁ ଆହୁରି ତ୍ୱାରାନ୍ୱିତ କରିହେବ ତାହା ଉପରେ ବିଭାଗ ଗୁରୁତ୍ୱ ଦେଇଛି। ସେହିପରି ଅନେକ୍‍ ଏସ୍‍ଏଚ୍‍ଜି ମହିଳା ସ୍ୱାକ୍ଷରତା ଦୃଷ୍ଟିରୁ ଦୁର୍ବଳ ରହିଥିବାରୁ ପ୍ରକଳ୍ପ ପାଇଁ ଅର୍ଥ ଉଠାଣ ପ୍ରକ୍ରିୟା ପୂର୍ଣ୍ଣ କରିବାରେ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟାର ସମାଧାନ ସ୍ୱରୂପ ଆକାଉଣ୍ଟାଣ୍ଟମାନେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ବୈଠକରେ ‘ସୁଯୋଗ’ ପୋର୍ଟାଲ୍‍ର କାର୍ଯ୍ୟକାରୀତା ବୃଦ୍ଧି ଦିଗରେ ମଧ୍ୟ କୁହାଯାଇଛି। ଯେମିତି ସମସ୍ତ ଏହି ପୋର୍ଟଲ ଜରିଆରେ କାର୍ଯ୍ୟ କରିବେ ଓ ଜଳସାଥୀମାନେ କିପରି ଏହି ପୋର୍ଟାଲ ଜରିଆରେ ଟିକସ ଆଦାୟ କରିବେ ତାହା ମଧ୍ୟ ଆଲୋଚନା କରାଯାଇଛି। ଅନ୍ୟପଟେ ଆକାଉଣ୍ଟାଣ୍ଟମାନେ ସେମାନଙ୍କ ଆର୍ଥÒକ ପରିଚାଳନାକୁ ସଠିକ୍‍ ଟାଇମରେ ଶେଷ କରିବା ସହିତ କାର୍ଯ୍ୟ ଶେଷ ପରେ ୟୁସି ଦାଖଲକୁ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର