ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା , କୋଇଲା ଓ ଖଣି କ୍ଷେତ୍ରରେ ଓଡ଼ିଶା ଆଗୁଆ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । […]

ଭୁବନେଶ୍ୱର: ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । ଏହା ଯୋଗୁ ରାଜ୍ୟର ପ୍ରଗତି ହେବା ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସମବାୟ ସଂଘୀୟ ବ୍ୟବସ୍ଥାର ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି- ସବୁଠାରୁ ବଡ଼ କଥା ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସବୁଠାରୁ ଆଗୁଆ ରାଜ୍ୟ । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

08 Feb 2022 By The Sakala

ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା , କୋଇଲା ଓ ଖଣି କ୍ଷେତ୍ରରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର: ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । ଏହା ଯୋଗୁ ରାଜ୍ୟର ପ୍ରଗତି ହେବା ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି ।

ସମବାୟ ସଂଘୀୟ ବ୍ୟବସ୍ଥାର ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି- ସବୁଠାରୁ ବଡ଼ କଥା ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସବୁଠାରୁ ଆଗୁଆ ରାଜ୍ୟ । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର