ଶକ୍ତି ହରାଉଛି ‘ମିଶନ ଶକ୍ତି’, ୬ ମାସ ହେଲା ଦରମା ପାଇନାହାନ୍ତି ସହାୟକ କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ, ଯୋଜନା ହାତକୁ ନେଇଥିଲେ। ଯାହାର ସୁଫଳ ମଧ୍ୟ ତୃଣମୂଳସ୍ତରରେ ପ୍ରତିଫଳିତ ହୋଇଥିଲା। ପ୍ରତ୍ୟେକ ଦିନ ମହିଳାମାନେ ଆତ୍ମନିର୍ଭରତାର ନୂଆ ନୂଆ କାହାଣୀ ଲେଖୁଥିଲେ। ଓଡ଼ିଶାର ମିଶନ ଶକ୍ତି ଆନ୍ଦୋଳନକୁ ଜାତୀୟ ସ୍ତରରେ ଭୂରି ଭୂରି ପ୍ରଶଂସା ମିଳୁଥିଲା। ମାତ୍ର ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ମିଶନ ଶକ୍ତି […]

ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ, ଯୋଜନା ହାତକୁ ନେଇଥିଲେ। ଯାହାର ସୁଫଳ ମଧ୍ୟ ତୃଣମୂଳସ୍ତରରେ ପ୍ରତିଫଳିତ ହୋଇଥିଲା। ପ୍ରତ୍ୟେକ ଦିନ ମହିଳାମାନେ ଆତ୍ମନିର୍ଭରତାର ନୂଆ ନୂଆ କାହାଣୀ ଲେଖୁଥିଲେ। ଓଡ଼ିଶାର ମିଶନ ଶକ୍ତି ଆନ୍ଦୋଳନକୁ ଜାତୀୟ ସ୍ତରରେ ଭୂରି ଭୂରି ପ୍ରଶଂସା ମିଳୁଥିଲା। ମାତ୍ର ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ମିଶନ ଶକ୍ତି ଧୀରେଧୀରେ ଶକ୍ତିହୀନ ହେବାରେ ଲାଗିଛି। ଜୀବିକା ମିଶନ, ମିଶନ ଶକ୍ତି ସହ ଜଡ଼ିତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଯଥା ଏମ୍‌ବିକେ, ସିଆର୍‌ପି, ଇସି ମେମ୍ବର, ପ୍ରାଣୀମିତ୍ର, କୃଷିମିତ୍ର ଓ ବ୍ୟାଙ୍କମିତ୍ର ପରି ତୃଣମୂଳ ସ୍ତରର କର୍ମଚାରୀମାନେ ଗତ ଏପ୍ରିଲ ମାସରୁ ଦରମା ପାଇନାହାନ୍ତି। ମିଶନ ଶକ୍ତି, ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମ ଲାଗୁ କରିବାରେ ଏମାନଙ୍କର ପ୍ରମୁଖ ଭୂମିକା ଥିବାବେଳେ, କଣ ପାଇଁ ସେମାନଙ୍କୁ ଦରମା ଦିଆଯାଉ ନାହିଁ, ସେନେଇ ଉତ୍ତର କାହା ପାଖରେ ନାହିଁ। ନବୀନ ସରକାର ଅମଳରେ ମିଶନ ଶକ୍ତିର ଅଭିବୃଦ୍ଧିକୁ କଣ ମୋହନ ସରକାର ସହିପାରୁ ନାହାନ୍ତି କି ବୋଲି ଏବେ ସାଧାରଣରେ ସ୍ୱାଭାବିକ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରେ ତଳିଆ ଅଞ୍ଚଳ

ଖରା, ବର୍ଷା, ଶୀତକୁ ଖାତିର୍‌ ନକରି ଖୁବ କମ୍‌ ଦରମାରେ ମିଶନ ଶକ୍ତିର ଏହି ସପୋର୍ଟ ଷ୍ଟାଫ୍‌ମାନେ କାମ କରିଥାନ୍ତି। ଏମାନଙ୍କର କାମ ପ୍ରତି ନିଷ୍ଠା ଯୋଗୁଁ ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନ ସଫଳତା ଲାଭ କରିଥିଲା । ମାତ୍ର ନୂଆ ସରକାର ଆସିବା ପରେ କଣ ପାଇଁ ସେମାନଙ୍କ ଦରମା ବନ୍ଦ କରି ରଖିଛି, ତାହା ସାଧାରଣରେ ବେଶ୍‌ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ବିନା ଦରମାରେ ଆମେ କେତେଦିନ କାମ କରିବୁ, ଏବଂ ଆମ ଘର କେମିତି ଚଳିବ ବୋଲି ଏହି ସ୍ୱଳ୍ପ ବେତନଭୋଗୀ ମା’ମାନେ ପ୍ରଶ୍ନ କରୁଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିକଶିତ ଓଡ଼ିଶାର ସ୍ୱପ୍ନକୁ ମିଶନ ଶକ୍ତି ବିଭାଗ ହିଁ ସାକାର କରିପାରିବ ବୋଲି କହିଥିଲେ। ମିଶନ ଶକ୍ତି ଚାଲିବ କି ନାହିଁ ସେ ନେଇ କୌଣସି ସନ୍ଦେହ ରହିବାର ଆବଶ୍ୟକତା ନାହିଁ; ଏହା ଆଗକୁ ଦୌଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ମାତ୍ର ଏବେ ମିଶନ ଶକ୍ତି ଏବଂ ଏଥିରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ଥିତିକୁ ଦେଖିଲେ, ଏହା ଦୌଡ଼ିବା ବଦଳରେ ଆଣ୍ଠେଇଲାଣି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅତୀତରେ ମିଶନ ଶକ୍ତିକୁ ନେଇ ବିଜେପିର ନେତାଏ ଅବାନ୍ତର ଯୁକ୍ତି ବାଢ଼ୁଥିଲେ। କେନ୍ଦ୍ର ଯୋଜନାକୁ ନବୀନ ପଟ୍ଟନାୟକ ରାଜ୍ୟ ଯୋଜନାରେ ପରିଣତ କରି କେବଳ ନିଜ ଷ୍ଟାମ୍ପ ମାରୁଛନ୍ତି ବୋଲି ସେମାନେ ସାଧାରଣରେ ଅଭିଯୋଗ କରୁଥିଲେ। ତାହେଲେ ନୂଆ ସରକାର ଆସିବା ପରେ ମିଶନ ଶକ୍ତିର ଏପରି ଦୂରାବସ୍ଥା କାହିଁକି ବୋଲି ମିଶନ ଶକ୍ତି ମାମାନେ ପ୍ରଶ୍ନ କରୁଛନ୍ତି। ଡବଲ ଇଞ୍ଜିନ ସରକାରରେ ଅର୍ଥ ଅଭାବ ନା କେନ୍ଦ୍ର ଏନେଇ ସହଯୋଗ କରୁନାହିଁ କିମ୍ବା ମିଶନ ଶକ୍ତି ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ; ସେନେଇ ସରକାର ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

କେବଳ କର୍ମଚୀରୀଙ୍କ ଦରମା ବନ୍ଦ ନୁହେଁ, ସେମାନଙ୍କ ଆତ୍ମନିର୍ଭରତା ପାଇଁ ଗତ ସରକାର ଯେଉଁ ହାରରରେ ଋଣ ପ୍ରଦାନ କରୁଥିଲେ ତାହା ମଧ୍ୟ କମିଗଲାଣି। ସେହିପରି ନିକଟ ଅତୀତରେ ମିଶନ ଶକ୍ତି ମାମାନେ ଉନ୍ନତ ତାଲିମ ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ। ଦୁବାଇ ପରି ବାହାର ଦେଶକୁ ଏକ୍ସପୋଜର ଭିଜିଟ ମଧ୍ୟ କରୁଥିଲେ। ମାତ୍ର ନୂଆ ସରକାର ଆସିବା ପରେ ଏସବୁ ମଧ୍ୟ ଠପ୍‌ ହୋଇପଡ଼ିଛି। ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ସରକାର ତୁରନ୍ତ ଏନେଇ ସ୍ପଷ୍ଟତା ଆଣନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ମୋଦକ, ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି

30 Sep 2024 By The Sakala

ଶକ୍ତି ହରାଉଛି ‘ମିଶନ ଶକ୍ତି’, ୬ ମାସ ହେଲା ଦରମା ପାଇନାହାନ୍ତି ସହାୟକ କର୍ମଚାରୀ

ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ, ଯୋଜନା ହାତକୁ ନେଇଥିଲେ। ଯାହାର ସୁଫଳ ମଧ୍ୟ ତୃଣମୂଳସ୍ତରରେ ପ୍ରତିଫଳିତ ହୋଇଥିଲା। ପ୍ରତ୍ୟେକ ଦିନ ମହିଳାମାନେ ଆତ୍ମନିର୍ଭରତାର ନୂଆ ନୂଆ କାହାଣୀ ଲେଖୁଥିଲେ। ଓଡ଼ିଶାର ମିଶନ ଶକ୍ତି ଆନ୍ଦୋଳନକୁ ଜାତୀୟ ସ୍ତରରେ ଭୂରି ଭୂରି ପ୍ରଶଂସା ମିଳୁଥିଲା। ମାତ୍ର ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ମିଶନ ଶକ୍ତି ଧୀରେଧୀରେ ଶକ୍ତିହୀନ ହେବାରେ ଲାଗିଛି। ଜୀବିକା ମିଶନ, ମିଶନ ଶକ୍ତି ସହ ଜଡ଼ିତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଯଥା ଏମ୍‌ବିକେ, ସିଆର୍‌ପି, ଇସି ମେମ୍ବର, ପ୍ରାଣୀମିତ୍ର, କୃଷିମିତ୍ର ଓ ବ୍ୟାଙ୍କମିତ୍ର ପରି ତୃଣମୂଳ ସ୍ତରର କର୍ମଚାରୀମାନେ ଗତ ଏପ୍ରିଲ ମାସରୁ ଦରମା ପାଇନାହାନ୍ତି। ମିଶନ ଶକ୍ତି, ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମ ଲାଗୁ କରିବାରେ ଏମାନଙ୍କର ପ୍ରମୁଖ ଭୂମିକା ଥିବାବେଳେ, କଣ ପାଇଁ ସେମାନଙ୍କୁ ଦରମା ଦିଆଯାଉ ନାହିଁ, ସେନେଇ ଉତ୍ତର କାହା ପାଖରେ ନାହିଁ। ନବୀନ ସରକାର ଅମଳରେ ମିଶନ ଶକ୍ତିର ଅଭିବୃଦ୍ଧିକୁ କଣ ମୋହନ ସରକାର ସହିପାରୁ ନାହାନ୍ତି କି ବୋଲି ଏବେ ସାଧାରଣରେ ସ୍ୱାଭାବିକ ପ୍ରଶ୍ନ ଉଠିଛି।

ଖରା, ବର୍ଷା, ଶୀତକୁ ଖାତିର୍‌ ନକରି ଖୁବ କମ୍‌ ଦରମାରେ ମିଶନ ଶକ୍ତିର ଏହି ସପୋର୍ଟ ଷ୍ଟାଫ୍‌ମାନେ କାମ କରିଥାନ୍ତି। ଏମାନଙ୍କର କାମ ପ୍ରତି ନିଷ୍ଠା ଯୋଗୁଁ ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନ ସଫଳତା ଲାଭ କରିଥିଲା । ମାତ୍ର ନୂଆ ସରକାର ଆସିବା ପରେ କଣ ପାଇଁ ସେମାନଙ୍କ ଦରମା ବନ୍ଦ କରି ରଖିଛି, ତାହା ସାଧାରଣରେ ବେଶ୍‌ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ବିନା ଦରମାରେ ଆମେ କେତେଦିନ କାମ କରିବୁ, ଏବଂ ଆମ ଘର କେମିତି ଚଳିବ ବୋଲି ଏହି ସ୍ୱଳ୍ପ ବେତନଭୋଗୀ ମା’ମାନେ ପ୍ରଶ୍ନ କରୁଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିକଶିତ ଓଡ଼ିଶାର ସ୍ୱପ୍ନକୁ ମିଶନ ଶକ୍ତି ବିଭାଗ ହିଁ ସାକାର କରିପାରିବ ବୋଲି କହିଥିଲେ। ମିଶନ ଶକ୍ତି ଚାଲିବ କି ନାହିଁ ସେ ନେଇ କୌଣସି ସନ୍ଦେହ ରହିବାର ଆବଶ୍ୟକତା ନାହିଁ; ଏହା ଆଗକୁ ଦୌଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ମାତ୍ର ଏବେ ମିଶନ ଶକ୍ତି ଏବଂ ଏଥିରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ଥିତିକୁ ଦେଖିଲେ, ଏହା ଦୌଡ଼ିବା ବଦଳରେ ଆଣ୍ଠେଇଲାଣି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅତୀତରେ ମିଶନ ଶକ୍ତିକୁ ନେଇ ବିଜେପିର ନେତାଏ ଅବାନ୍ତର ଯୁକ୍ତି ବାଢ଼ୁଥିଲେ। କେନ୍ଦ୍ର ଯୋଜନାକୁ ନବୀନ ପଟ୍ଟନାୟକ ରାଜ୍ୟ ଯୋଜନାରେ ପରିଣତ କରି କେବଳ ନିଜ ଷ୍ଟାମ୍ପ ମାରୁଛନ୍ତି ବୋଲି ସେମାନେ ସାଧାରଣରେ ଅଭିଯୋଗ କରୁଥିଲେ। ତାହେଲେ ନୂଆ ସରକାର ଆସିବା ପରେ ମିଶନ ଶକ୍ତିର ଏପରି ଦୂରାବସ୍ଥା କାହିଁକି ବୋଲି ମିଶନ ଶକ୍ତି ମାମାନେ ପ୍ରଶ୍ନ କରୁଛନ୍ତି। ଡବଲ ଇଞ୍ଜିନ ସରକାରରେ ଅର୍ଥ ଅଭାବ ନା କେନ୍ଦ୍ର ଏନେଇ ସହଯୋଗ କରୁନାହିଁ କିମ୍ବା ମିଶନ ଶକ୍ତି ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ; ସେନେଇ ସରକାର ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

କେବଳ କର୍ମଚୀରୀଙ୍କ ଦରମା ବନ୍ଦ ନୁହେଁ, ସେମାନଙ୍କ ଆତ୍ମନିର୍ଭରତା ପାଇଁ ଗତ ସରକାର ଯେଉଁ ହାରରରେ ଋଣ ପ୍ରଦାନ କରୁଥିଲେ ତାହା ମଧ୍ୟ କମିଗଲାଣି। ସେହିପରି ନିକଟ ଅତୀତରେ ମିଶନ ଶକ୍ତି ମାମାନେ ଉନ୍ନତ ତାଲିମ ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ। ଦୁବାଇ ପରି ବାହାର ଦେଶକୁ ଏକ୍ସପୋଜର ଭିଜିଟ ମଧ୍ୟ କରୁଥିଲେ। ମାତ୍ର ନୂଆ ସରକାର ଆସିବା ପରେ ଏସବୁ ମଧ୍ୟ ଠପ୍‌ ହୋଇପଡ଼ିଛି। ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ସରକାର ତୁରନ୍ତ ଏନେଇ ସ୍ପଷ୍ଟତା ଆଣନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର