ଯବାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ଖଣ୍ଡଗିରି : ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ସୈନ୍ୟ ବାହିନୀ (ଆର୍ମି)ର ସିପାହୀ ପବିତ୍ର ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ହୋଇଥିବା ବେଳେ ସେ ଡୁମୁଡୁମାରେ ରୁହନ୍ତି। ୭ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ଦେଖା ହୋଇଥିଲା ଓ […]
ଖଣ୍ଡଗିରି : ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ସୈନ୍ୟ ବାହିନୀ (ଆର୍ମି)ର ସିପାହୀ ପବିତ୍ର ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ହୋଇଥିବା ବେଳେ ସେ ଡୁମୁଡୁମାରେ ରୁହନ୍ତି। ୭ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ଦେଖା ହୋଇଥିଲା ଓ ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ପବିତ୍ର ପିଡୀତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଏକାଧିକ ବାର ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ନିକଟରେ ଯୁବତୀ ଜଣକ ବିବାହ କରିବାକୁ କହିବାରୁ ପବିତ୍ର ତାଙ୍କୁ ମନା କରିଥିଲେ। ଏମିତିକି ଧରାଛୁଆଁ ଦେଇ ନଥିଲେ। ବାରମ୍ବାର ଅନୁରୋଧ କରି ବିଫଳ ହେବା ପରେ ଯୁବତୀ ଜଣକ ଭୁବନେଶ୍ବର ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମାମଲା ରୁଜୁ କରିଛି ଖଣ୍ଡଗିରି ଥାନା ପୁଲିସ। ସୈନ୍ୟ ବାହିନୀ (ଆର୍ମି)ର ସିପାହୀ ପବିତ୍ରଙ୍କୁ ଅଭିଯୁକ୍ତ ଦର୍ଶାଇବା ସହିତ ଦଫା ୩୭୬ ଆଇପିସିରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି।






