ମନୋରଞ୍ଜନ
ଓଡ଼ିଶା
ସ୍କୁଲରେ ଶୋଇଥିବାବେଳେ ଶିକ୍ଷକଙ୍କୁ ଅତି ନିର୍ମମଭାବେ ହାଣିଲେ ଦୁର୍ବୁତ୍ତ, ଶିକ୍ଷକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ
ତେଲକୋଇ: ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ କେହି ଦୁର୍ବୁତ୍ତ ହାଣି ଦେଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ। ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି। ସୂଚନା ଅନୁଯାୟୀ, ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି […]
ତେଲକୋଇ: ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ କେହି ଦୁର୍ବୁତ୍ତ ହାଣି ଦେଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ। ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି।
ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ
ସୂଚନା ଅନୁଯାୟୀ, ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣଙ୍କ ରାତି ଅଧିକା ହେବାରୁ ସ୍କୁଲରେ ଶୋଇପଡିଥିଲେ । ସ୍କୁଲରେ ଶୋଇଥିବା ବେଳେ କେହି ର୍ଦୁବୃତ୍ତ ସ୍କୁଲର କବାଟ ତାଡି ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି। ଶିକ୍ଷକଙ୍କ ବାଁ ଗୋଡ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ କେନ୍ଦୁଝର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।






